ETV Bharat / bharat

ବାପା-ମା’ କୋରୋନା ସଂକ୍ରମିତ, 6 ମାସ ଶିଶୁର ଯତ୍ନ ନେଲେ ପୋଲିସ କର୍ମଚାରୀ

ଦିଲ୍ଲୀର ଦମ୍ପତି କୋରୋନାରେ ସଂକ୍ରମିତ ହେବା ପରେ ତାଙ୍କର 6 ମାସ ଶିଶୁର ଯତ୍ନ ନେଲେ ଦିଲ୍ଲୀ ପୋଲିସର ଜଣେ ହେଡ କନେଷ୍ଟବଳ । ଅଧିକ ପଢନ୍ତୁ...

ବାପା ମା  କୋରୋନା ସଂକ୍ରମିତ,  6 ମାସ ଶିଶୁର ଯତ୍ନ ନେଲେ ପୋଲିସ କର୍ମଚାରୀ

author img

By

Published : May 10, 2021, 7:43 AM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ଆସିଛି ଏକ ହୃଦୟ ସ୍ପର୍ଶୀ ଘଟଣା । କେବଳ ଯିଏ ଜନ୍ମ ଦିଏ ସିଏ କେବଳ ମା ନୁହଁ, ବରଂ ଯିଏ ଯତ୍ନ ନିଏ ସିଏବି ମା । ଯାହାର ଜ୍ବଳନ୍ତ ଉଦାହରଣ ହେଇଛନ୍ତି ଦିଳ୍ଲୀର ଜଣେ ମହିଳା କର୍ମଚାରୀ । ରବିବାର ମାତୃ ଦିବସ ଥିବା ବେଳେ 6 ମାସ ଶିଶୁର ମା’ ଭଳି ଯତ୍ନ ନେଇଛନ୍ତି ଏଚ୍.ସି ରାଖୀ ନାମକ ଜଣେ ମହିଳା ପୋଲିସ କର୍ମଚାରୀ ।

ଦିଲ୍ଲୀର ଏକ ଦମ୍ପତି କୋରୋନାରେ ସଂକ୍ରମିତ ହେବା ପରେ ନିଜ 6 ମାସ ଶିଶୁର ଯତ୍ନ କିପରି ନେବେ ସେନେଇ ଚିନ୍ତିତ ଥିବା ବେଳେ ଏହି ସମୟରେ ଦିଲ୍ଲୀ ପୋଲିସର ଜଣେ ହେଡ କନେଷ୍ଟବଳ ସାହାଯ୍ୟର ହାତ ବଢାଇଥିଲେ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଶିଶୁଟିର ବାପା ମା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଲକଡାଉନ ଥିବାରୁ ସମ୍ପର୍କୀୟ ପହଞ୍ଚି ପାରିନଥିଲେ ।

ପରେ ମେରଠର ଜଣେ ସମ୍ପର୍କୀୟ ଡିସିପି ଶାହାଦରା କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କଠାରୁ ସାହାଯ୍ୟ ନେଇଥିଲେ । ପରେ ଦମ୍ପତିଙ୍କ ଅନୁରୋଧ କ୍ରମେ କର୍ମଚାରୀ ଜଣଙ୍କ ଦମ୍ପତିଙ୍କ ଘରେ ପହଞ୍ଚିଥିଲେ ଓ ଶିଶୁଟିର ଯତ୍ନ ନେଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.