ETV Bharat / bharat

ଦୁଇ ଦିନିଆ ବାଂଲାଦେଶ ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦି

ଦୁଇ ଦିନିଆ ବାଂଲାଦେଶ ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଦୁଇ ଦିନିଆ ବାଂଲାଦେଶ ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ

author img

By

Published : Mar 27, 2021, 10:21 PM IST

ନୂଆଦିଲ୍ଲୀ : ଦୁଇ ଦିନିଆ ବାଂଲାଦେଶ ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଂଲାଦେଶର 50 ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଦୁଇ ଦିନ କାଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢି କରଣକୁ ନେଇ ପ୍ରତିନିଧି ମଣ୍ଡଳ ସ୍ତରୀୟ ବୈଠକରେ ଯୋଗ ଦେଇ ଉଭୟ ପ୍ରତିପକ୍ଷ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ପ୍ରଧାନମନ୍ତ୍ରୀ ସେଠାରେ ବାଂଲାଦେଶର ପ୍ରତିଷ୍ଠାତା ତଥା ମୁଜିବୁର ରେହମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବାଂଲାଦେଶରେ ମତୁଆ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ପରେ ସେ ବାଂଲାଦେଶର ପ୍ରସିଦ୍ଧ ଜେସୋରେଶ୍ବରୀ କାଳୀ ମନ୍ଦିରରେ ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଏକ ସ୍ବତନ୍ତ୍ର ବିମାନ ଯୋଗେ ମୋଦି ଢାକାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କୁ ସ୍ବାଗତ କରିଥିଲେ । ନିଜର ଦୁଇ ଦିନିଆ ବାଂଲାଦେଶ ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । କୋରୋନା ମହାମାରୀରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.