ETV Bharat / bharat

ଠାବ ହେଲା ନିଖୋଜ ମାଇ ଚିତା ନିର୍ଭା - ସାଉଥ ଆଫ୍ରିକାରୁ ଆସିଥିବା ମାଇ ଚିତା ନିର୍ଭା

ସାଉଥ ଆଫ୍ରିକାରୁ ଆସିଥିବା ମାଇ ଚିତା ନିର୍ଭା ଠାବ ହୋଇଛି । କୁନୋ ଜାତୀୟ ଉଦ୍ୟାନରୁ ମାରିଥିଲା ଚମ୍ପଟ୍‌ । ଅଧିକ ପଢନ୍ତୁ

African cheetah captured
African cheetah captured
author img

By

Published : Aug 14, 2023, 11:36 AM IST

ଭୋପାଳ: ଠାବ ହେଲା ନିଖୋଜ ମାଇ ଚିତା । କୁନୋ ଜାତୀୟ ଉଦ୍ୟାନକୁ ସାଉଥ ଆଫ୍ରିକାରୁ ଆସିଥିବା ମାଇ ଚିତା ନିର୍ଭା ଠାବ ହୋଇଛି । ଗତ ଜୁଲାଇ 21 ତାରିଖରୁ ନିଖୋଜ ଥିବା ଚିତା ନିର୍ଭାକୁ ଗତକାଲି (ରବିବାର) କାବୁ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନିର୍ଭାକୁ ଠାବ କରାଯିବା ପରେ ଅବଜରଭେସନରେ ରଖାଯାଇଥିଲା। ଏହାପରେ ଜାତୀୟ ଉଦ୍ୟାନକୁ ଛାଡି ଦିଆଯାଇଛି ।

ଗତ ମାସରେ ମାଇ ଚିତା ନିର୍ଭା ଓ ଧାତ୍ରୀଙ୍କୁ ଜାତୀୟ ଉଦ୍ୟାନରୁ ମୁକ୍ତ କରାଯାଇଥିଲା । ପରେ ଜୁଲାଇ 21ତାରିଖରୁ ସେମାନଙ୍କର ଗତିବିଧି ସମ୍ପର୍କରେ କୌଣସି ସୂଚନା ମିଳି ପାରିନଥିଲା । ଚିତା ଶରୀରରେ ଲଗାଯାଇଥିବା ରେଡିଓ କଲର ମଧ୍ୟ କାମ କରୁନଥିଲା । ଏହାପରେ ଅଗଷ୍ଟ 2 ତାରିଖ ଦିନ ମାଇ ଚିତା ଧାତ୍ରୀର ମୃତଦେହ ଠାବ ହୋଇଥିଲା। କିନ୍ତୁ ନିର୍ଭାର କୌଣସି ପତ୍ତା ମିଳିପାରିନଥିଲା । କୁନୋ ଜାତୀୟ ଉଦ୍ୟାନ ତରଫରୁ ଅନୁସନ୍ଧାନ ଜାରି ରହିଥିଲା । ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ଦ୍ବାରା ଜାରି କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ଗତ ରାତି ପ୍ରାୟ 10ଟା ସମୟରେ ଜାତୀୟ ଉଦ୍ୟାନର ଧୋରେଟ ରେଞ୍ଜ୍‌ରୁ ନିର୍ଭାକୁ ଠାବ କରାଯାଇଛି । ଏହାପରେ ପ୍ରାଣୀ ଚିକିତ୍ସକମାନେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ । ପରେ ତାର ଅବସ୍ଥା ଭଲ ଥିବା ଜଣାପଡିଥିଲା । 100 ଜଣ ଫିଲ୍ଡଷ୍ଟାପ୍‌ ଗତ 20ଦିନରୁ ଊର୍ଦ୍ଧ୍ବ ସମୟ ହେଲା ନିର୍ଭାକୁ ଖୋଜୁଥିଲେ। ଏଥିସହ ଡ୍ରୋନ ଓ ଡଗ ସ୍କ୍ବାଡ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ସ୍ଥାନୀୟ ଗ୍ରାମବାସୀଙ୍କୁ ନିର୍ଭା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Cheetah Death: କୁନୋ ଜାତୀୟ ପାର୍କରେ ଆଖି ବୁଜିଲା ମାଈ ଚିତା ଧାତ୍ରୀ, କାରଣ ଅସ୍ପଷ୍ଟ

କୁନୋ ପାର୍କରେ ମୋଟ 14ଟି ଚିତା ଅଛନ୍ତି । ସେଥିମଧ୍ୟରୁ 7ଟି ଅଣ୍ଡିରା, 6ଟି ମାଇ ଏବଂ ଗୋଟିଏ ମାଇ ଚିତା ଶାବକ ରହିଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି । ସମସ୍ତେ ସୁସ୍ଥ ରହିଛନ୍ତି । ସବୁ ସମୟରେ ବନ୍ୟ ସ୍ବେଚ୍ଛାସେବୀ ଓ ନାମ୍ବିଆ ଏକ୍ସପର୍ଟ ସେମାନଙ୍କ ସ୍ବାସ୍ଥ୍ୟ ମନିଟରିଂ କରୁଛନ୍ତି । ତେବେ ନିକଟରେ ଦୁଇଟି ମାଈ ଚିତାଙ୍କୁ ମୁକ୍ତ କରାଯାଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗତ 5 ମାସ ମଧ୍ୟରେ ମଧ୍ୟ ପ୍ରଦେଶର ନ୍ୟାସନାଲ ପାର୍କରେ 3ଟି ଚିତା ଶାବକକୁ ମଶାଇ ବର୍ତ୍ତମାନ ସୁଦ୍ଧା 9ଟି ଚିତାଙ୍କ ଜୀବନ ଗଲାଣି । ଗତ ମାର୍ଚ୍ଚ ୨୭ ତାରିଖରେ ପ୍ରଥମ ଚିତା ଶାଶାର ମୃତ୍ୟୁ ହୋଇଥିଲା । ଭାରତ ଆସିବା ପରେ ଶାଶା କିଡନୀ ସଂକ୍ରମିତ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.