ETV Bharat / bharat

Mann ki Baat : 'ଏକ ଭାରତ ଶ୍ରେଷ୍ଠ ଭାରତ' ଅଭିଯାନକୁ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ - ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନକୁ ଆଗକୁ ବଢାଇବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

101th Mann ki Baat programme
ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍
author img

By

Published : May 28, 2023, 3:06 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମର ଦେଶବାସୀଙ୍କୁ ମନ କଥା କହିଛନ୍ତି । 101ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଦେଶବାସୀ ଭଲ ପାଇବା ଦେଇଛନ୍ତି । 100ତମ ଏସିପୋଡ ପ୍ରସାରଣ ଦେଶକୁ ଏକତାରେ ବାନ୍ଧି ରିଖିଥିଲା । ବିଭିନ୍ନ ସେକ୍ଟରର ବିଶେଷ ବ୍ୟକ୍ତିତ୍ବ, ମନ୍ କି ବାତ ସସମ୍ତଙ୍କୁ ଏକାଠୀ କରିଛନ୍ତି । ତୁମ ସମସ୍ତଙ୍କର ମନ୍ କି ବାତ୍ ପ୍ରତି ଅଦ୍ଭୂତପୂର୍ବ ଭଲ ପାଇବା ରହିଛି । ଦେଶର ଶକ୍ତି ତାର ବିବିଧତାରେ ରହିଛି । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନକୁ ଆଗକୁ ବଢାଇବାକୁ ହେବ । ଆଗାମୀ 25 ବର୍ଷ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯେବେ ମନ୍ କି ବାତ୍ ପ୍ରସାରଣ ହେଲା ସେବେ ଦୁନିଆର ଅଲଗା ଅଲଗା ଦେଶରେ 100ତମ ଏପିସୋଡ ଶୁଣିବାକୁ ଲୋକ ସମୟ କାଢିଥିଲେ । ଭାରତ ଶକ୍ତି ତାର ବିବିଧତା ମଧ୍ୟରେ ରହିଛି । ଆମ ଦେଶରେ ଦେଖିବାକୁ ବହୁତ କିଛି ରହିଛି । ଶିକ୍ଷା ମନ୍ତ୍ରଣାଳୟ 'ୟୁବାସଙ୍ଗମ' ନାମକ ଏକ ଯୋଜନା ହୋଇଛି । ଏହାର ଉଦ୍ଦେଶ୍ୟ ଲୋକଙ୍କୁ ଲୋକଙ୍କ ସହ ଯୋଡିବା । ଦେଶର ଯୁବଗୋଷ୍ଠୀଙ୍କୁ ପରସ୍ପର ସହ ଯୋଡ଼ିବା । ବିଭିନ୍ନ ରାଜ୍ୟରେ ଉଚ୍ଚଶିକ୍ଷା ସଂସ୍ଥାକୁ ଏହା ସହ ଯୋଡ଼ା ଯାଇଛି । ଇତିହାସ ଆମ ପିଢ଼ିକୁ ସାହାଯ୍ୟ କରିଥାଏ । ସଂଗ୍ରାହଳୟରୁ ସ୍ମୃତି ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

101ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଦେଶରେ ପ୍ରତ୍ୟେକ ଜିଲ୍ଲାରେ 75ଟି ଅମୃତ ସରୋବର ତିଆରି ହୋଇଛି । ବିନା ପାଣିରେ ଜୀବନ ପ୍ରତି ସଙ୍କଟ ଆସେ । ବ୍ୟକ୍ତି ଓ ଦେଶର ବିକାଶ ଠପ ହୋଇଯାଏ । ଭବିଷ୍ୟତର ଏହି ଆହ୍ବାନକୁ ଲକ୍ଷ୍ୟ ରଖି ଦେଶର ପ୍ରତ୍ୟେକ ଜିଲ୍ଲାରେ 75ଟି ଅମୃତ ସରୋବର ତିଆରି ହୋଇଛି । ଦେଶକୁ ବିକାଶ ଗତି ପଥରେ ଆଗେଇ ନେବାକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନକୁ ଆଗକୁ ବଢାଇବାକୁ ହେବ ।"

ଏହା ବି ପଢନ୍ତୁ...ଭାରତର ଆତ୍ମା ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

2014 ଅକ୍ଟୋବର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ୍‌ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ପ୍ରତି ମାସ ଶେଷ ରବିବାର ରେଡିଓ ଜରିଆରେ ଦେଶବାସୀଙ୍କୁ ମନ କଥା କହିବା ସହେ ଅନେକ ବ୍ୟକ୍ତିତ୍ବ ଓ ସଫଳତାର କାହାଣୀ କହିଥାଆନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.