ନୂଆଦିଲ୍ଲୀ: ଲୋକେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ନେଇ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ‘Stop the transmission, crush the pandemic’ସ୍ଲୋଗାନ୍ ସହ ଏହି ଗାଇଡଲାଇନ୍ ଜାରି କରାଯାଇଛି । କୋଭିଡ ମହାମାରୀକୁ ଦୂରେଇବା ପାଇଁ ମାସ୍କ, ସାମାଜିକ ଦୂରତା, ସାନିଟେସନ ଓ ଭେଣ୍ଟିଲେସନ ଜରୁରୀ ।
କୋରୋନା ସମୟରେ ମୁହଁ, ନାକରୁ ବାହାରୁ ଥିବା ଏରୋସେଲ୍ ଓ ଡ୍ରପଲେଟ୍ ଭୂତାଣୁ ବାହକ ସାଜୁଛି । ଯେତେବେଳେ ମୁହଁରୁ ଡ୍ରପଲେଟ୍ ପଡେ, ସେତେବେଳେ 2 ମିଟର ଅବଧିରେ ଥିବା ଲୋକଙ୍କୁ ସଂକ୍ରମିତ କରିପାରିବ । ବାୟୁ ମାଧ୍ୟମରେ ଏରୋସେଲ୍ 10 ମିଟର ଯାଏଁ ବ୍ୟାପିପାରେ । ଗାଇଡଲାଇନରେ ଖାଲି ସ୍ଥାନର ଲାଭ ବିଷୟରେ ଉଲ୍ଲେଖ କରାଯାଇଛି । କମ୍ ସ୍ଥାନ ଓ ଅଧିକ ଜନସଂଖ୍ୟା ଥିବା ଘରେ କିମ୍ବା ଅଫିସରେ ଭୂତାଣୁ ବ୍ୟାପିବାର ଅଧିକ ଆଶଙ୍କା ରହିଛି । ଭେଣ୍ଟିଲେସନ କମିବା ସହ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ।
ଯେମିତି କବାଟ ଝରକା ଖୋଲି ଆମେ ଦୁର୍ଗନ୍ଧକୁ ଦୂର କରିପାରୁଛେ ଠିକ୍ ସେମିତି ଅଧିକ ଭେଣ୍ଟିଲେସନ ଥିବା ସ୍ଥାନ ମାନଙ୍କରେ ବାୟୁରେ କୋରୋନା ଭୂତାଣୁ ମିଶିଯାଏ । ଅଧିକ ବାୟୁ ଭାଇରସକୁ ଦୂର କରିବାରେ ସାହାଯ୍ୟ କରେ । ସଂକ୍ରମିତ ଲୋକ କଥା ହେଲା ବେଳେ, କାଶିଲା ବେଳେ, ଗୀତ ଗାଇଲେ, ନିଶ୍ବାସ-ପ୍ରଶ୍ବାସ ନେବା ସମୟରେ ଏରୋସେଲ୍, ସାଲାଇଭା ସହ ମିଶି ବାହାରକୁ ଆସେ । ଏହି କାରଣରୁ ଭାଇରସ ଅନ୍ୟ ଜଣଙ୍କ ଶରୀରକୁ ଟ୍ରାନ୍ସଫର୍ ହୋଇଥାଏ । ବିନା ଲକ୍ଷଣର ଲୋକେ ମଧ୍ୟ ଭାଇରସ ବାହକ ହୋଇପାରିବେ । ତେଣୁ ସମସ୍ତେ ଦୁଇଟି ମାସ୍କ ପିନ୍ଧିବା ଜରୁରୀ ।
ମଣିଷଙ୍କ ଶରୀରରେ ଭାଇରସ ବାସ କରିଥାଏ, ପ୍ରଜନନ କରିଥାଏ । ବିନା ହୋଷ୍ଟରେ ଭାଇରସ ବଞ୍ଚିପାରିବ ନାହିଁ । ବିନା ହୋଷ୍ଟରେ ଭାଇରସ ଟ୍ରାନ୍ସିମିଟ୍ ହୋଇପାରିବ ନାହିଁ ଫଳରେ ସଂକ୍ରମଣ କମିବ । ଏହା କେବଳ ବ୍ୟକ୍ତିବିଶେଷ, ସମ୍ପ୍ରଦାୟ, ସ୍ଥାନୀୟ ସଂସ୍ଥା ଏବଂ କର୍ତ୍ତୃପକ୍ଷଙ୍କ ସହଯୋଗରେ ହାସଲ ହୋଇପାରିବ ।
@ANI