ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1 ସଫଳତାର ସହ ଆଉ ପାଦେ ଆଗେଇଛି । ଆଜି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବ କ୍ଷେତ୍ର ଅତିକ୍ରମ କରିବାରେ ଏହି ଉପଗ୍ରହ ସଫଳ ହୋଇଛି । ଏକାଧିକ ଥର ପୃଥିବୀର କକ୍ଷପଥରେ ପରିକ୍ରମା କରିବା ପରେ ଏହା ପ୍ରାୟ 9.2 ଲକ୍ଷ କି.ମି ଅତିକ୍ରମ କରିସାରିଛି । ଆଜି ଏହା ପୃଥିବୀର ପ୍ରଭାବ କ୍ଷେତ୍ରକୁ ମଧ୍ୟ ଅତିକ୍ରାନ୍ତ କରିଥିବା ଇସ୍ରୋ ସୂଚନା ଦେଇଛି । ଏବେ ଏହା ଲାଗରେଞ୍ଜ ପଏଣ୍ଟ (ଏଲ-1) ଅଭିମୁଖେ ଅଗ୍ରସର ହୋଇଛି ।
-
Aditya-L1 Mission:
— ISRO (@isro) September 30, 2023 " class="align-text-top noRightClick twitterSection" data="
🔸The spacecraft has travelled beyond a distance of 9.2 lakh kilometres from Earth, successfully escaping the sphere of Earth's influence. It is now navigating its path towards the Sun-Earth Lagrange Point 1 (L1).
🔸This is the second time in succession that…
">Aditya-L1 Mission:
— ISRO (@isro) September 30, 2023

🔸This is the second time in succession that…Aditya-L1 Mission:
— ISRO (@isro) September 30, 2023
🔸The spacecraft has travelled beyond a distance of 9.2 lakh kilometres from Earth, successfully escaping the sphere of Earth's influence. It is now navigating its path towards the Sun-Earth Lagrange Point 1 (L1).
🔸This is the second time in succession that…
ଏହା ହେଉଛି ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନ୍ୟ ଏକ ବିରଳ ସଫଳତା । ଦ୍ବିତୀୟ ଥର ପାଇଁ ଇସ୍ରୋ ପ୍ରେରିତ କୌଣସି ଉପଗ୍ରହ ବା ମହାକାଶ ଯାନ ପୃଥିବୀର ପ୍ରଭାବ କ୍ଷେତ୍ରକୁ ଅତିକ୍ରମ କରିବାରେ ସଫଳ ହୋଇଛି । ପ୍ରଥମ ସଫଳତା ଭାବେ ମଙ୍ଗଳ କକ୍ଷପଥରେ ଅବସ୍ଥାପିତ ହେବା ପାଇଁ ପ୍ରେରିତ ଉପଗ୍ରହ (Mars Orbiter Mission) ପୃଥିବୀର ପ୍ରଭାବ କ୍ଷେତ୍ରକୁ ଅତିକ୍ରମ କରିବାରେ ସଫଳ ହୋଇଥିଲା । ଏବେ ଏହି କ୍ରମରେ ଆଦିତ୍ୟ ଏଲ-1 ଯୋଡି ହୋଇଛି ।
ଚଳିତ ମାସ (ସେପ୍ଟେମ୍ବର) ୨ ତାରିଖ ପୂର୍ବାହ୍ନ 11ଟା 50 ମିନିଟ ସମୟରେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ L-1’ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେକିଲ (PSLV-C57) ରକେଟ୍ ସହୟତାରେ ଏହି ଉପଗ୍ରହକୁ ପ୍ରକ୍ଷେପଣ କରାଯାଇଥିଲା । L1 କକ୍ଷପଥରୁ ସୂର୍ଯ୍ୟର ବାହ୍ୟସ୍ତର (କରୋନା) ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରିବ ଏହି ଉପଗ୍ରହ ।
ଏହା ପ୍ରାୟ ପୃଥିବୀ ଓ ସୂର୍ଯ୍ୟର ମୋଟ ଦୂରତାର ଏକ ପ୍ରତିଶତ ବା 15 ଲକ୍ଷ କିମି ଅତିକ୍ରମ କରିବ । ଏହା 120 ଦିନର ଯାତ୍ରା କରି ସୂର୍ଯ୍ୟ ପୃଥିବୀ ମଧ୍ୟରେ ଥିବା ଲାଗରେଞ୍ଜ ପଏଣ୍ଟ ଏଲ-1ରେ ଅବସ୍ଥାପିତ ହେବ । ଚନ୍ଦ୍ର ଅଭିଯାନରେ ସଫଳତା ମିଳିବା ପରେ ତାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଭାରତ ତାର ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଥିଲା । ଏବେ ଏହା ସଫଳତାର ସହ ଆଗକୁ ବଢିବାରେ ଲାଗିଛି । ସୌରମଣ୍ଡଳର ଏକମାତ୍ର ନକ୍ଷେତ୍ର ସୂର୍ଯ୍ୟର ଅଧ୍ୟୟନ ପାଇଁ ଏହି ମିଶନ ଜାରି ରଖିଛି ଇସ୍ରୋ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ