ETV Bharat / bharat

ଅସଂସଦୀୟ ଶବ୍ଦକୁ ନେଇ ଖପ୍ପା ବିରୋଧି, ଓମ ବିର୍ଲାଙ୍କୁ ଚିଠି ଲେଖିଲେ ଅଧିର ଚୌଧୁରୀ - ଓମ ବିର୍ଲାଙ୍କୁ ଅଧିର ଚୌଧୁରୀଙ୍କ ଚିଠି

ଲୋକସଭା ସଚିବାଳୟ ପକ୍ଷରୁ ଜାରି ଅନପାର୍ଲାମେଣ୍ଟାରୀ ବା ଅସଂସଦୀୟ ଶବ୍ଦ ସମ୍ପର୍କିତ ପୁସ୍ତକକୁ ନେଇ ବିରୋଧିଙ୍କ ତୁମ୍ବିତୋଫାନ । ଏହାକୁ ପ୍ରତ୍ୟାହାର କରିବାକୁ ଓମ ବିର୍ଲାଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧିର ଚୌଧୁରୀ । ଅଧିକ ପଢନ୍ତୁ

ଅନପାର୍ଲାମେଣ୍ଟାରୀ ଶବ୍ଦକୁ ନେଇ ଖପ୍ପା ବିରୋଧି, ଓମ ବିର୍ଲାଙ୍କୁ ଚିଠି ଲେଖିଲେ ଅଧିର ଚୌଧୁରୀ

author img

By

Published : Jul 15, 2022, 11:05 AM IST

Updated : Jul 15, 2022, 11:15 AM IST

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାରେ କିଛି ଶବ୍ଦର ବ୍ୟବାହର ଉପରେ ରୋକ ଲଗାଇବାକୁ ଲୋକସଭା ସଚିବାଳୟ ଦ୍ବାରା ଏକ ପୁସ୍ତକ ଜାରି କରାଯାଇଛି । ପୁସ୍ତକରେ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ(unparliamentary words) ବା ଅସଂସଦୀୟ ଭାବେ ଚିହ୍ନିତ କରାଯାଇଛି । ଯାହାର ଅର୍ଥ ଯଦି କେହି ସଂସଦୀୟ କାର୍ଯ୍ୟରେ ଏହି ଶବ୍ଦର ବ୍ୟବହାର କରେ, ତାହାକୁ ରେକର୍ଡରୁ ବାଦ୍ ଦିଆଯିବ । ଲୋକସଭା ସଚିବାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇବା ପରେ ଏବେ ତୁମ୍ବିତୋଫାନ କରୁଛନ୍ତି ବିରୋଧି । କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଆଜି ଲୋକସଭା ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧିର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଏହି ଅନପାର୍ଲାମେଣ୍ଟାରୀ ବା ଅସଂସଦୀୟ ଶବ୍ଦ ତାଲିକା ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି । ଜୁଲାଇ ୧୮ରେ ସଂସଦୀୟ ମୋସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ଅନପାର୍ଲାମେଣ୍ଟାରୀ ଶବ୍ଦ ସମ୍ପର୍କିତ ପୁସ୍ତକକୁ ନେଇ ଏବେ ବିରୋଧି ମହଲରେ ଝଡ ସୃଷ୍ଟି ହୋଇଛି । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରୁଲ୍‌ସ କମିଟି(Rules Committee)ରେ ଚର୍ଚ୍ଚା କରାଯିବା ଉଚିତ୍ ଥିଲା, ଯେଉଁଠାରେ କି ସବୁ ରାଜନୈତିକ ଦଳ ପ୍ରତିନିଧିତ୍ବ କରୁଛନ୍ତି ।

  • मोदी सरकार की सच्चाई दिखाने के लिए विपक्ष द्वारा इस्तेमाल किए जाने वाले सभी शब्द अब 'असंसदीय' माने जाएंगे।

    अब आगे क्या विषगुरु?
    - श्री @Jairam_Ramesh pic.twitter.com/o83AjUL7D4

    — Bihar Congress (@INCBihar) July 14, 2022 " class="align-text-top noRightClick twitterSection" data=" ">

ଆସେମଡ, ଆବ୍ୟୁଜଡ, ବିଟ୍ରେଡ, କରପ୍ଟ, ଡ୍ରାମା, ହିପୋକ୍ରାସି, ଇନକମ୍ପିଟେଣ୍ଟ ଆଦି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ଦର୍ଶାଯାଇଛି । ଏନେଇ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ''ମୋଦି ସରକାରଙ୍କ ସତ ଦେଖାଇବା ପାଇଁ ବିରୋଧି ବ୍ୟବହାର କରୁଥିବା ଶବ୍ଦକୁ ଏବେ ଅସଂସଦୀୟ ବୋଲି ବିବେଚନା କରାଯାଉଛି । ଆଗରୁ ପୁଣି କ'ଣ ବିଷଗୁରୁ ବୋଲି ଟ୍ବିଟ୍ କରି ମୋଦିଙ୍କୁ କଟାକ୍ଷ କରିଛନ୍ତି ଜୟରାମ ।''

Last Updated : Jul 15, 2022, 11:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.