ETV Bharat / bharat

ରାଜସ୍ଥାନ ସରକାରଙ୍କୁ କଙ୍ଗନାଙ୍କ କଟାକ୍ଷ

author img

By

Published : May 6, 2022, 3:15 PM IST

ରାଜସ୍ଥାନ ଦଙ୍ଗା ଓ ବୁଲଡୋଜରକୁ ନେଇ ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏଥିରେ ବଲିଉଡ କୁଇନ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ ମଧ୍ୟ ଯୋଡି ହୋଇଛି । ରାଜସ୍ଥାନ ଯୋଦ୍ଧପୁରରେ ହୋଇଥିବା ଦଙ୍ଗାକୁ ନେଇ ଗେହଲଟ୍‌ ସରକାରଙ୍କୁ ନିଶାନା ବନାଇଛନ୍ତି । ଅଧିକ ପଢନ୍ତୁ

ରାଜସ୍ଥାନ ସରକାରଙ୍କୁ କଙ୍ଗନାଙ୍କ ଆଟାକ
ରାଜସ୍ଥାନ ସରକାରଙ୍କୁ କଙ୍ଗନାଙ୍କ ଆଟାକ

ଜୟପୁର: ରାଜସ୍ଥାନ ଦଙ୍ଗା ଓ ବୁଲଡୋଜରକୁ ନେଇ ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏଥିରେ ବଲିଉଡ କୁଇନ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ ମଧ୍ୟ ଯୋଡି ହୋଇଛି । ରାଜସ୍ଥାନ ଯୋଦ୍ଧପୁରରେ ହୋଇଥିବା ଦଙ୍ଗାକୁ ନେଇ ଗେହଲଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଫିଲ୍ମ ଧାକଡର ପ୍ରମୋସନ ପାଇଁ ରାଜସ୍ଥାନ ଯାଇ ସରକାର ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି କହିଛନ୍ତି କଙ୍ଗନା । ଏଠାରେ ଏମତି ସରକାର ଆଣ ଯିଏ ଦଙ୍ଗା ନିୟନ୍ତ୍ରଣ କରିବେ ବୋଲି କହିଛନ୍ତି କଙ୍ଗନା ।

ରାଜସ୍ଥାନ ସରକାରଙ୍କୁ କଙ୍ଗନାଙ୍କ ଆଟାକ

ରାଜସ୍ଥାନରେ ହୋଇଥିବା ଦଙ୍ଗା ବିଷୟରେ କଙ୍ଗନା ସିଧାସଳଖ ରାଜ୍ୟର ଗେହଲଟ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଏଠାରେ ପରିବର୍ତ୍ତନ ହେବା ଉଚିତ୍ ବୋଲି କହିଛନ୍ତି । ଏଭଳି ସରକାର ଆଣନ୍ତୁ ଯିଏ ଦଙ୍ଗାକୁ ନିୟନ୍ତ୍ରଣ କରିପାରିବ । ୟୁପିରୁ ଏକ ବୁଲଡୋଜର ପଠାନ୍ତୁ ।" ରାଜନୀତିରେ ପ୍ରବେଶ ବିଷୟରେ ଏକ ପ୍ରଶ୍ନୁ ଉତ୍ତରରେ କଙ୍ଗନା କହିଛନ୍ତି, "ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ । ଏହି ସ୍ଥିତିରେ ପହଞ୍ଚିବା ପାଇଁ ଅନେକ କାର୍ଯ୍ୟ କରାଯାଇଛି । ବର୍ତ୍ତମାନ ରାଜନୀତିର କୌଶଳ ଶିଖିବା ଏକ ଭିନ୍ନ ସଂଘର୍ଷ । ମୁଁ ଏକ ନୂତନ ସଂଘର୍ଷ ପାଇଁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି କଙ୍ଗନା ।"

ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କଙ୍ଗନା କହିଛନ୍ତି, ମୋ ପୋଷ୍ଟ ଲୋକଙ୍କୁ ନକାରାତ୍ମକ ଲାଗୁଛି । ନକାରାତ୍ମକ ଚିନ୍ତାଧାରା ଥିବା ଲୋକଙ୍କୁ ମୋ କଥା ନେଗେଟିଭ ଲାଗେ । କୁଇନଙ୍କ ଆଗାମୀ ଫିଲ୍ମ ଧାକଡର ଗୀତ ମଧ୍ୟ ରିଲିଜ ହୋଇଛି । ରାଜସ୍ଥାନର ରାଜ ମନ୍ଦିରରେ ଆୟୋଜିତ FICCIର ଏହି କାର୍ଯ୍ୟକ୍ରମରେ ଅର୍ଜୁନ ରାମପାଲ, ନିର୍ମାତା ଦୀପକ ମୁକୁଟ ଏବଂ ନିର୍ଦ୍ଦେଶକ ରଜନୀଶ ଘାଇ ଯୋଗ ଦେଇଥିଲେ ।

ପ୍ରକାଶ ଥାଉ କି, ରାଜସ୍ଥାନ ଯୋଧପୁରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ୧୪୦ ଜଣଙ୍କୁ ଗିରଫ କରିଛି । ଆଗକୁ ଗିରଫଦାରୀଙ୍କ ସଂଖ୍ୟା ମଧ୍ୟ ବଢିପାରେ । ରାଜସ୍ଥାନର ଯୋଧପୁରରେ ଲାଗୁ ହୋଇଥିବା କର୍ଫ୍ୟୁକୁ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.