ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ଟିଭି ସିରିଜ 'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ଅରୁଣ ଗୋଭିଲ ଭାରତୀୟ ଜନତା ପାର୍ଟିରେ ହୋଇଛନ୍ତି ସାମିଲ । ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲଙ୍କ ବିଜେପିରେ ସାମିଲ ହେବା ଘଟଣା ଦଳ ପାଇଁ ବେଶ ମହତ୍ବ ରଖୁଛି ।
ଅରୁଣ ଗୋଭିଲ ଖାସ କରି ପଶ୍ଚିମବଙ୍ଗରେ କରିବେ ଧୁଆଁଧାର ପ୍ରଚାର । ରାଜ୍ୟରେ 100ରୁ ଊର୍ଦ୍ଧ୍ବ ସଭାକୁ ଅରୁଣ ସମ୍ବୋଧିତ କରିବେ ବୋଲି କୁହାଯାଉଛି ।
ଗତ ବର୍ଷ ଲକଡାଉନ ଦୁରଦର୍ଶନରେ ରାମାୟଣ ସିରିଜର ପୁନଃପ୍ରସାରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଲକଡାଉନରେ ସବୁଠୁ ଅଧିକ ଟିଭି ରେଟିଂ ଏହି ସିରିଜରେ ଯାଇଥିଲା । ପୂର୍ବରୁ ଅନେକ ସମୟରେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ରାଜନୈତିକ ଦଳ ସହ ଯୋଡି ହେବାର ପ୍ରଶ୍ନକୁ ଏଡାଇ ଦେଉଥିଲେ ଗୋଭିଲ ।