ETV Bharat / bharat

ଟୁଲକିଟ୍ ମାମଲା: ଓକିଲ ନିକିତା ଜାକୋବଙ୍କ ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି - ଅଗ୍ରୀମ ଜାମିନ ଆବେଦନ

ମୁମ୍ବାଇର ପରିବେଶବିତ୍ ଓକିଲ ନିକିତା ଜାକୋବ ଟୁଲକିଟ୍ ମାମଲାରେ ଅଗ୍ରୀମ ଜାମିନ ଆବେଦନ କରିଥିଲେ । ବର୍ତ୍ତମାନ ତାଙ୍କ ଜାମିନ ଆବେଦନ ଶୁଣାଣି 9 ମାର୍ଚ୍ଚ ଯାଏଁ ଘୁଞ୍ଚିଛି । ଅଧିକ ପଢନ୍ତୁ...

ନିକିତା ଯାକୋବ
ନିକିତା ଯାକୋବ
author img

By

Published : Mar 2, 2021, 8:21 AM IST

Updated : Mar 2, 2021, 11:39 AM IST

ନୂଆଦିଲ୍ଲୀ: ମୁମ୍ବାଇର ପରିବେଶବିତ୍ ଓକିଲ ନିକିତା ଜାକୋବ ଟୁଲକିଟ୍ ମାମଲାରେ ଅଗ୍ରୀମ ଜାମିନ ଆବେଦନ କରିଥିଲେ । ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଥିଲେ । ତେବେ ମଙ୍ଗଳବାର ଅତିରିକ୍ତ ସିଜିନ୍ ବିଚାରପତି ଧର୍ମେନ୍ଦ୍ର ରାଣା 9 ମାର୍ଚ୍ଚ ଯାଏଁ ଜାମିନ ଶୁଣାଣିକୁ ଘୁଞ୍ଚାଯାଇଛି । ପରିବେଶବିତ୍ ଦିଶା ରବି ଏବଂ ଶାନ୍ତନୁ ମୁଲୁକଙ୍କ ସହ ଯାକୋବଙ୍କ ବିରୋଧରେ କୃଷକଙ୍କ ଆନ୍ଦୋଳନର ଟୁଲକିଟ୍ ଷଡଯନ୍ତ୍ର ମାମଲାରେ ଦେଶଦ୍ରୋହ ଅଭିଯୋଗ ଆସିଛି ।

ଫେବୃଆରୀ 11 ରେ ଜାକୋବଙ୍କ ଘରେ ଚଢାଉ କରାଯାଇଥିଲା । ଏହାପରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଫେବୃଆରୀ 17 ରେ ବମ୍ବେ ହାଇକୋର୍ଟ ଜାକୋବଙ୍କୁ 3 ସପ୍ତାହ ଟ୍ରାଞ୍ଜିଟ୍ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାରେ ରବି ଏବଂ ମୁଲୁକ ମିଳିତ ଭାବେ ଅଭିଯୁକ୍ତ ହୋଇଛନ୍ତି। ଫେବୃଆରୀ 23 ରେ ରବିଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ଏହାର ଗୋଟିଏ ଦିନ ପରେ କୋର୍ଟ ଏହି ମାମଲାରେ ମୁଲୁକଙ୍କୁ ମାର୍ଚ୍ଚ 9 ପର୍ଯ୍ୟନ୍ତ ଗିରଫରୁ ସୁରକ୍ଷା ପ୍ରଦାନ କରିଥିଲେ ଏବଂ ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ପୋଲିସ ଯୁକ୍ତି କରିଛି ଯେ କୃଷକଙ୍କ ବିରୋଧକୁ ସମର୍ଥନ କରିବା ପାଇଁ ସ୍ବିଡେନ ପରିବେଶବିତ୍ ଗ୍ରେଟା ଥନବର୍ଗଙ୍କ ଦ୍ବାରା ଟ୍ବିଟ୍ ହୋଇଥିବା ଗୁଗୁଲ୍ ଡକ୍ୟୁମେଣ୍ଟ୍ ରବି ଏବଂ ଅନ୍ୟ ଦୁଇଜଣ କାର୍ଯ୍ୟକର୍ତ୍ତା- ଯାଦବ ଏବଂ ମୁଲୁକ୍ଙ୍କ ଦ୍ବାରା ସୃଷ୍ଟି କରାଯାଇଥିଲା ।

Last Updated : Mar 2, 2021, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.