ETV Bharat / bharat

ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ ମାଡ, ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ ମାଡ । ବାଇକରେ ଆସି ଦୁଇ ଦୁର୍ବୃତ୍ତ ଏସିଡ ମାଡ କରି ଫେରାର ମାରିବାର ଦୃଶ୍ୟ ସିସିଟିଭିରେ କଏଦ । ଉଦବେଗ ପ୍ରକାଶ ସହ ପୋଲିସ ଓ ପ୍ରଶାସନକୁ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ । ଅଧିକ ପଢନ୍ତୁ

author img

By

Published : Dec 14, 2022, 7:41 PM IST

ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ ମାଡ, ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ
ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ ମାଡ, ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ
ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ ମାଡ, ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ 17 ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଏସିଡ ମାଡ କରିଛନ୍ତି ଦୁର୍ବୃତ୍ତ । ଦ୍ବାରକା ଜିଲ୍ଲାର ତ୍ରିରଙ୍ଗା ଚୌକରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଉପରେ ଏସିଡ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବାଇକରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ (Acid attack on 12th class student in Delhi)। ସ୍ପଷ୍ଟ ଦିବାଲୋକରେ ଦିଲ୍ଲୀର ବ୍ୟସ୍ତବହୁଳ ଦ୍ବାରକା ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ତ୍ରିରଙ୍ଗା ଚୌକରେ ଏହି ଘଟଣା ଘଟିଛି ।

  • National Commission for Women chairperson Rekha Sharma has written to CP Delhi to intervene in the matter of acid attack on a 17-year-old girl in Delhi today & to ensure FIR & arrest of the accused at the earliest. pic.twitter.com/5zPT8kGHaF

    — ANI (@ANI) December 14, 2022 " class="align-text-top noRightClick twitterSection" data=" ">

ଏସିଡ ଫିଙ୍ଗିବା ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି । ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୂର୍ଣ୍ଣ ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ ଦ୍ବାରକା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିବା ନେଇ ପ୍ରକ୍ରିୟା ଜାରି ରହିଥିବା ପୋଲିସ କହିଛି (Acid attack on 12th class student in Delhi)।

  • We've issued notices to Police & DM asking how the accused could procure acid when its retail sale is banned. A team of NCPCR will meet the victim girl's family: Priyank Kanoongo, Chairperson, National Commission for Protection Of Child Rights on Delhi Dwarka acid attack case pic.twitter.com/94Dj7DGCK3

ଏହାରି ମଧ୍ୟରେ ଜାତୀୟ ମହିଳା ଆୟୋଗ ମଧ୍ୟ ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି (NCPCR on Delhi Acid attack) । ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ଦିଲ୍ଲୀ ପୋଲିସ କମିଶନରଙ୍କୁ ଚିଠି ଲେଖି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଜାତୀୟ ଶିଶୁ ସୁରକ୍ଷା ଆୟୋଗ (NCPCR) ମଧ୍ୟ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ଓ ପୋଲିସକୁ ନୋଟିସ ଜାରି କରିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା ସହ କେଉଁ ପରିସ୍ଥିତିରେ ଦିଲ୍ଲୀରେ ଏସିଡ ଉପଲବ୍ଧ ହେଉଛି ? ଦୁଇ ଅଭିଯୁକ୍ତ ଏସିଡ କେଉଁଠାରୁ କିଣିଲେ ? ସେ ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ରିପୋର୍ଟ ଦେବା ପାଇଁ ଆୟୋଗ କହିଛି । ସ୍ପଷ୍ଟ ଦିବାଲୋକରେ ଏପରି ଘଟଣା ଘଟିବା ପରେ ଏକାଧିକ ମହିଳା ସଂଗଠନ ଦିଲ୍ଲୀ ବଜାରରେ ଏସିଡ ମିଳିବା ନେଇ ଉଦବେଗ ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.