ETV Bharat / bharat

ବିଦ୍ୟାଳୟର ସ୍ବଚ୍ଛତାକୁ ଗୁରୁତ୍ବ ଦେବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - AP CM Y.S. Jagan Mohan Reddy on toilets cleaning

ଆନ୍ଧ୍ରପ୍ରଦେଶରେ ସରକାରୀ ବିଦ୍ଯାଳୟଗୁଡିକରେ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Accord top priority to maintain clean toilets in schools: AP CM
ବିଦ୍ୟାଳୟର ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦେବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
author img

By

Published : Jan 19, 2021, 1:02 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନ ମୋହନ ରେଡ୍ଡୀ ସରକାରୀ ବିଦ୍ୟାଳୟମାନଙ୍କରେ ପରିଷ୍କାର ଶୌଚାଳୟର ରକ୍ଷଣାବେକ୍ଷଣ ପାଇଁ ସୋମବାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସମୀକ୍ଷା ବୈଠକରେ ସେ ଏହି ନିଷ୍ପତ୍ତି ଦେଇଥିବା ସୂଚନା ମିଳିଛି ।

ଅଧିକାଂଶ ଛାତ୍ରଛାତ୍ରୀ ବିଦ୍ଯାଳୟରେ ଶୌଚାଳୟର ପରିଷ୍କାର ପରିଚ୍ଛନତାର ଅଭାବ ଯୋଗୁଁ ବିଦ୍ୟାଳୟ ଆସୁନଥିବା ମୁଖ୍ୟମନ୍ତ୍ରୀ ରେଡ୍ଡି ସମୀକ୍ଷା ବୈଠକରେ କହିଛନ୍ତି । ଏଣୁ ତୁରନ୍ତ ବିଦ୍ୟାଳୟଗୁଡିକର ଶୌଚାଳୟର ମରାମତି, ସାନିଟାରୀ ସମସ୍ୟା ଏବଂ ସମସ୍ତ କୋରୋନା କଟକଣାକୁ ପାଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋରୋନା ସଚେନତନା ପାଇଁ ପ୍ରଥମେ ଶୌଚାଳୟର ରକ୍ଷାଣବେକ୍ଷଣ କରିବା ଉଚିତ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ସରକାରୀ ବିଦ୍ଯାଳୟଗୁଡିକରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ଯେପରିକି ନାଡୁ-ନେଡୁ, ଗୋରୁ ମୁଡ୍ଡା, ଅମ୍ମା ଭୋଡି, ଇଂରାଜୀ ମାଧ୍ୟମିକ ସ୍କୁଲ ଓ ବିଦ୍ୟା କନୁକା ଆଦିକୁ ଗ୍ରହଣ କରି କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସରକାରୀ ବିଦ୍ୟାଳୟଗୁଡିକରେ ଶୌଚାଳୟଗୁଡିକର ପରିଷ୍କାର ପରିଚ୍ଛନତା ପାଇଁ ସରକାର 445 କୋଟି ଟଙ୍କା ଅର୍ଥରାଶି ଖର୍ଚ୍ଚ କରୁଛନ୍ତି ।

ବିଦ୍ୟାଳୟ ଶିକ୍ଷା ମୁଖ୍ୟ ସଚିବ ବୁଦିତି ରାଜ ଶେଖର, ପୌରପାଳିକା ଏବଂ ନଗର ଉନ୍ନୟନ ସଚିବ ୱାଇ. ଶ୍ରୀଲକ୍ଷ୍ମୀ, ଆଦିବାସୀ କଲ୍ୟାଣ ସଚିବ କାଣ୍ଠିଲାଲ ଡାଣ୍ଡେ, ବିଦ୍ୟାଳୟ ଶିକ୍ଷା କମିଶନର ଭି. ଚୀନାଭୀରାଭଦ୍ରୁଦୁ ଏହି ବୈଠକରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.