ETV Bharat / bharat

କାର ଉପରକୁ ଓଲଟିଲା ଟ୍ୟାଙ୍କର, 3 ଶିଶୁଙ୍କ ସମେତ 9 ମୃତ - ଦୁର୍ଘଟଣାରେ ଏକାଧିକ ମୃତ

ଜୟପୁରରେ ରାଜସ୍ଥାନରେ କାର ଉପରକୁ ଓଲଟିଲା ଟ୍ୟାଙ୍କର । 3 ଶିଶୁଙ୍କ ସମେତ 9 ମୃତ । ଟ୍ୟାଙ୍କର ଚକ ଫାଟିବା ପରେ ଦୁର୍ଘଟଣା ଘଟିଥିବା ସୂଚନା । ଅଧିକ ପଢନ୍ତୁ

ରାଜସ୍ଥାନରେ କାର ଉପରକୁ ଓଲଟିଲା ଟ୍ୟାଙ୍କର, 3 ଶିଶୁଙ୍କ ସମେତ 9 ମୃତ

author img

By

Published : May 4, 2023, 3:53 PM IST

ଜୟପୁର: ରାଜସ୍ଥାନ ଜୟପୁର ଦୁଦୁ ନିକଟରେ ଜାତୀୟ ରାଜପଥ-8 ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ଚକ ଫାଟିଯିବା କାରଣରୁ ଏହା ଏକ କାର ଉପରେ ଓଲଟି ପଡିଥିଲା । ଏଥିରେ 3 ଶିଶୁଙ୍କ ସମେତ ମୋଟ 9 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ୟାଙ୍କର ତଳେ ଚାପି ହୋଇରହିଥିବା କାରରୁ ମୃତଦେହ ଉଦ୍ଧାର କରିଥିଲେ । ମୃତଦେହକୁ ସ୍ଥାନୀୟ ରୟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମସ୍ତେ ନିକଟବର୍ତ୍ତୀ ଗ୍ରାମର ଓ ସେମାନେ ସମ୍ପର୍କୀୟ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ସ୍ଥାନୀୟ ଏଏସପି ଦିନେଶ ଶର୍ମାଙ୍କ ସୂଚନା ଅନୁସାରେ, ଜାତୀୟ ରାଜପଥ 8ରେ ରାମନଗର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ତେଲ ଭର୍ତ୍ତି ଟ୍ୟାଙ୍କରର ଚକ ଫାଟିଯିବା ପରେ ଏହା ଅନିୟନ୍ତ୍ରିତ ହୋଇ ଏକ କାର ଉପରେ ଓଲିଟି ପଡିଥିଲା । କାରଟି ସମ୍ପୂର୍ଣ୍ଣ ଟ୍ୟାଙ୍କର ତଳେ ଚାପି ହୋଇଯାଇଥିଲା । କାର ସହ ଏକ ବାଇକ ମଧ୍ୟ ଟାଙ୍କର ତଳେ ଚାପି ହୋଇ ରହିଥିଲା । ଏଥିରେ ମୋଟ 9 ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ 4 ପୁରୁଷ, 2 ମହିଳା ଓ 3 ଶିଶୁ ରହିଛନ୍ତି । ସମସ୍ତ ମୃତକ ନିକଟବର୍ତ୍ତୀ ଫାଗି ଗ୍ରାମର ବାସିନ୍ଦା ଓ ସେମାନେ ସମ୍ପର୍କୀୟ ମଧ୍ୟ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଓ ଫାଏର ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ସମସ୍ତ ମୃତଦେହ ଟ୍ୟାଙ୍କର ତଳୁ ଉଦ୍ଧାର କରାଯାଇ ରୟାଲ ହସ୍ପିଟାଲକୁ ପଠାଯାଇଛି । କେତେ ଜଣ ଆହତ ହୋଇଛନ୍ତି, ସେନେଇ ପୋଲିସ କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇନି ।

ଦୁର୍ଘଟଣା ପରେ ରାଜପଥରେ ଗାଡ଼ି ଚଳାଚଳ ସାମୟିକ ଭାବେ ପ୍ରଭାବିତ ହୋଇଥିଲା । ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ କ୍ରେନ୍‌ ସାହାଯ୍ୟରେ ରାସ୍ତାରୁ ହଟାଇଥିଲା । କିଛି ସମୟ ବ୍ୟବଧାନରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ନିକଟରେ ଥିବା ସିସିଟିଭି ଓ ଅନ୍ୟ ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପୋଲିସ ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.