ETV Bharat / bharat

ଚେକିଂ ବେଳେ ଯାତ୍ରୀବାହୀ ବସରୁ ୭ କୋଟି ଟଙ୍କା ଜବତ, ଓଡ଼ିଆ ଯୁବକ ଗିରଫ - ଗୁମଲା

ଝାଡ଼ଖଣ୍ଡ ଗୁମଲାରେ ଚେକିଂ ବେଳେ ଯାତ୍ରୀବାହୀ ବସରୁ ମିଳିଲା ୭ କୋଟି ଟଙ୍କା । ମାମଲାରେ ଜଣେ ଓଡ଼ିଆ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ୨ ଅଭିଯୁକ୍ତ ଫେରାର ଅଛନ୍ତି । ଅଧିକ ପଢନ୍ତୁ

cash recovered during vehicle checking
cash recovered during vehicle checking
author img

By

Published : Apr 6, 2023, 9:19 PM IST

ରାଞ୍ଚି: ଝାଡ଼ଖଣ୍ଡ ଗୁମଲା ପୋଲିସକୁ ବଡ଼ ସଫଳତା । ଯାତ୍ରୀବାହୀ ବସ‌ରେ ବ୍ୟାଗ ଭର୍ତ୍ତି ଟଙ୍କା ଚାଲାଣ ହେଉଥିବା ବେଳେ ଏହି ବିପୁଳ ଅର୍ଥକୁ ଜବତ କଲା ପୋଲିସ । ୫ଟି ବ୍ୟାଗରୁ ପ୍ରାୟ ୭ କୋଟି ନଗଦ ଟଙ୍କା ଜବତ ହୋଇଛି । ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚେକିଂ କରୁଥିବା ସମୟରେ ଏହି ବସକୁ ଅଟକାଇବା ପରେ ବ୍ୟାଗ ଭର୍ତ୍ତି ଟଙ୍କା ଜବତ କରିଥିଲା । ଏହି ବସ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରୁଥିବା ଜଣାପଡ଼ିଛି । ସେପଟେ ଘଟଣାରେ ଜଣେ ଓଡ଼ିଆ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୋଲିସ ଏହି ବିପୁଳ ଅର୍ଥକୁ ଜବତ କରିବା ଲାଗି ଚେକିଂ ଆରମ୍ଭ କରିଥିଲା । ଗୁପ୍ତା ନାମକ ଏକ ଯାତ୍ରୀବାହୀ ବସରୁ ଏହି ଅର୍ଥକୁ ଜବତ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଗୁମଲା ପୋଲିସ ଜବତ ଅର୍ଥକୁ ଥାନା ମଧ୍ୟରେ ସିଲ କରି ରଖାଯାଇଛି । ଏହି ମାମଲାରେ ୨୨ବର୍ଷୀୟ ଯୁବକ ଫରିଦକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ଓଡ଼ିଶା ରାଉରକେଲା ସ୍ଥିତ କାଳି ମନ୍ଦିର ରୋଡ ଅଞ୍ଚଳର ଅଧିବାସୀ । ଫେରାର ଥିବା ୨ ଜଣ ଯୁବକ ଫରିଦର ସହଯୋଗୀ ବିଶାଲ କୁମାର ଓ ମୋ. କୈଫ ବୋଲି ଜଣାପଡ଼ିଛି । ଏମାନେ ମଧ୍ୟ ରାଉରକେଲାର ଅଧିବାସୀ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ-Hanuman Jayanti: ପଶ୍ଚିମବଙ୍ଗ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ଫୋର୍ସ ମୁତୟନ

ପୋଲିସ ଗିରଫ ଫରିଦକୁ ପଚରାଉଚରା କରୁଛି । ଏହି ତଦନ୍ତ ବେଳେ ପୋଲିସକୁ ଅନେକ ତଥ୍ୟ ଦେଇଛି ଫରିଦ । ଏହାସହ ଜବତ ହୋଇଥିବା ବିପୁଳ ଅର୍ଥ ସମ୍ପର୍କରେ କହିଥିବା ପୋଲିସ କହିଛି । ଗୁମଲାରୁ ୭ କୋଟି ଟଙ୍କା ଜବତ ହେବା ପରେ ଆୟକର ବିଭାଗର ଏକ ସ୍ବତନ୍ତ୍ର ଗୁମଲା ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଟିମ୍‌ ଗିରଫ ଯୁବକଙ୍କୁ ପଚରାଉଚରା କରିଥିଲ । ଏହାପରେ ଟଙ୍କା ସିଲ୍‌ ହୋଇଥିବା କୋଠରୀରେ ଭିଡିଓଗ୍ରାଫି ସହିତ ଏହି ବିପୁଳ ଅର୍ଥର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା ।

ହେଲେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନହେବାରୁ ପ୍ରକୃତରେ କେତେ ଟଙ୍କା ଜବତ ହୋଇଛି ସେ ନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଏହି ବ୍ୟାଗରେ ୫ରୁ ୭ କୋଟି ଟଙ୍କା ଥିବା ନେଇ ଗିରଫ ଯୁବକ ପୋଲିସକୁ ସୂଚନା ଦେଇଛି । ପଚରାଉଚରା ବେଳେ ପୋଲିସକୁ ଗିରଫ ଯୁବକ ଫରିଦ କହିଛି ଯେ ସେ ଓ ତାର ୨ ସାଥୀ ଦିଲ୍ଲୀର ଏକ ସୁନା ବ୍ୟବସାୟୀଙ୍କ ନିକଟରେ କାମ କରୁଥିଲେ । ସେଠାରୁ ସେମାନେ ଏହି ବିପୁଳ ଅର୍ଥକୁ ହଡ଼ପ କରି ଚମ୍ପଟ ମାରିଥିଲେ । ହେଲେ ଗୁମଲା ଜିଲ୍ଲାରେ ଅଚାନକ ଚେକିଂ ଯୋଗୁଁ ସେମାନେ ପୋଲିସ ହାତରେ ଧରାପଡ଼ିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.