ETV Bharat / bharat

INDIA VS NDA: ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ମୁମ୍ବାଇ ବୈଠକ ପୂର୍ବରୁ ଆପର ଦାବି

author img

By ETV Bharat Odisha Team

Published : Aug 30, 2023, 1:52 PM IST

ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଅରିବନ୍ଦ କେଜ୍ରିୱାଲ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ଆପ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର । ଅଧିକ ପଢନ୍ତୁ

INDIA VS NDA:
ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ ବିପକ୍ଷୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ବିପକ୍ଷଙ୍କ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ଅରବିନ୍ଦ କେଜ୍ରିୱାଲ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ।

  • #WATCH | AAP's Chief National Spokesperson Priyanka Kakkar says, "If you ask me, I would want Arvind Kejriwal to be the Prime Ministerial candidate. Even in such back-breaking inflation, the national capital Delhi has the lowest inflation. There is free water, free education,… pic.twitter.com/vMUquowQU6

    — ANI (@ANI) August 30, 2023 " class="align-text-top noRightClick twitterSection" data=" ">

ଆସନ୍ତାକାଲିଠୁ ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ପ୍ରତିକ୍ରିୟା ଦେଇ ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, '' ଯଦି ତୁମେ ମୋତେ ପଚାର କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ତେବେ ମୁଁ ଚାହିଁବି କି ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ । ସେ ଦିଲ୍ଲୀରେ ବହୁ ସୁବିଧା କରିଛନ୍ତି । ଯଦି ସେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଅର୍ଥନୀତି ସୃଦୁଢ ହେବ । ଏତେ ମହଙ୍ଗା ଭିତରେ ବି ରାଜଧାନୀ ଦିଲ୍ଲୀରେ ମହଙ୍ଗା କମ ରହିଛି । ଦିଲ୍ଲୀରେ ପାଣି, ବିଜୁଳି, ମାଗଣା ଶିକ୍ଷା, ମହିଳାଙ୍କୁ ମାଗଣା ବସ ସେବା, ବୟସ୍କଙ୍କୁ ମାଗଣା ତୀର୍ଥଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି ।''

ସେ ଆହୁରି କହିଛନ୍ତି,'' ଅରବିନ୍ଦ କେଜ୍ରିୱାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ସେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି । ପିଏମ ମୋଦିଙ୍କ ବିରୋଧରେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି । ମେକ ଇଣ୍ଡିଆ ନମ୍ବର ୱାନ ମିଶନରେ ଆମେ ଚାହୁଁଛୁ ଦେଶରେ ସମାନ ହେଉ । କେଜ୍ରିୱାଲଙ୍କ ଭିଜନ ଭଳି ଇଣ୍ଡିଆ ମ୍ୟାନୁଫ୍ୟାକ୍ଚର ହବ ହେବ । ଯେଉଁଠି ଲାଇସେନ୍ସ ରାଜ ଶେଷ ହେବ । ଯେଉଠି ଶିକ୍ଷା ଉଚ୍ଚସ୍ତରରେ ପହଞ୍ଚିବ । ପିଲା ଆବିଷ୍କାର କରିବାକୁ ଭାବିବେ । ବ୍ୟାବସୀୟଙ୍କୁ କାମ କରିବାକୁ ସୁଯୋଗ ମିଳିବ ।''

ଏହା ବି ପଢନ୍ତୁ...୨୦୨୪ରେ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଅଶୋକ ଗେହଲଟ

ଏହା ବି ପଢନ୍ତୁ...ଛତିଶଗଡରେ ଆପ୍‌ର ୧୦ ଗ୍ୟାରେଣ୍ଟି, କଂଗ୍ରେସ ସରକାରକୁ ଟାର୍ଗେଟ କଲେ କେଜ୍ରିୱାଲ

କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ଜୋରସୋରରେ ଲାଗି ପଡିଛନ୍ତି ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ । କଂଗ୍ରେସକୁ ମିଶାଇ 26 ବିରୋଧୀ ଦଳ ଏନଡିଓ ବିରୋଧରେ ଏକାଠୀ ହୋଇଛନ୍ତି । ବିରୋଧୀ ଦଳର ମିଳିତ ପ୍ରଥମ ବୈଠକ ଜୁନ 23 ତାରିଖରେ ବିହାରରେ ହୋଇଥିଲା । ଦ୍ବିତୀୟ ବୈଠକ ବେଙ୍ଗାଲୁରୁରେ ଜୁଲାଇ 17 ଓ 18 ତାରିଖରେ ହୋଇଥିଲା । ମୁମ୍ବାଇ ଗ୍ରାଣ୍ଡ ହୟାତ ହୋଟେଲରେ ଆସନ୍ତାକାଲିଠୁ ସେପ୍ଟେମ୍ବର 1 ତାରିଖ ଯାଏ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ବସିବ । ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଆଶା ପ୍ରକାଶ କରିଛି ଆପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.