ETV Bharat / bharat

Monsoon Session: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ଆପ୍‌ ସାଂସଦ ରାଘବ ଚଢା - ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ

ସଦସ୍ୟଙ୍କ ବିନା ଅନୁମତିରେ ତାଙ୍କ ନାମ ତାଲିକାରେ ସାମିଲ କରିବା ଘଟଣାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟସଭାରୁ ନିଲମ୍ବିତ ହେଲେ ଆପ୍‌ ସାସଂଦ ରାଘବ ଚଢା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 11, 2023, 3:34 PM IST

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେଲେ ଆପ୍‌ ରାଜ୍ୟସଭା ସାଂସଦ ରାଘବ ଚଢା । ନକଲି ଦସ୍ତଖତ ମାମଲାରେ ରାଘବଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଶୁକ୍ରାବାର ନିଲମ୍ବନ କରିଛନ୍ତି । ରାଘବଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇଥିବା ବେଳେ ଏହାକୁ ସ୍ବାଧୀକାର ଭଙ୍ଗ କମିଟିକୁ ପଠାଯାଇଛି । କମିଟି ରିପୋର୍ଟ ନଦେବା ପର୍ଯ୍ୟନ୍ତ ସାଂସଦ ରାଘବ ସସପେଣ୍ଡ ରହିବେ । ସେପଟେ ସଂସଦରେ ରାଘବଙ୍କ ଏପରି ଆଚରଣକୁ ନିନ୍ଦନୀୟ ଆଚରଣ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି ହାଉସ ଲିଡର ପୀୟୂଷ ଗୋୟଲ ।

ବିଜେପି ରାଜ୍ୟସଭା ସଂସଦୀୟ ଦଳର ନେତା ପୀୟୂଷ ଗୋୟଲ ରାଘବଙ୍କ ଏହି ବିଶୃଙ୍ଖଳିତ ଆଚରଣ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଏହା ଏକ ଗମ୍ଭୀର ମାମଲା । ସଦସ୍ୟଙ୍କ ବିନା ଅନୁମତିରେ ତାଙ୍କ ନାମ ତାଲିକାରେ ସାମିଲ କରିବା ବେଆଇନ । ଗୃହରେ ରାଘବଙ୍କ ଏପରି ଆଚରଣକୁ ସେ ଦୃଢ ନିନ୍ଦା କରିଛନ୍ତି । ଏ ନେଇ ସେ ଆହୁରି କହିଛନ୍ତି ଯେ ସଂସଦ ବାହାରେ ରାଘବ କହିଥିଲେ ଯେ ସେ କିଛି ଭୁଲ କାମ କରିନାହାନ୍ତି । ଏହା ଉପରେ ଟ୍ବିଟ୍‌ ମଧ୍ୟ କରିଥିଲେ । ତାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇଥିବା ବେଳେ କମିଟିର ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ।

ଏହା ବି ପଢନ୍ତୁ-Parliament Monsoon Session: ସଂସଦରେ ମଣିପୁର ଝଡ, ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ

ପୂର୍ବରୁ ଆପ୍‌ ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ବିଶୃଙ୍ଖଳିତ ଆଚରଣ କରିବା ଲାଗି ନିଲମ୍ବନ କରାଯାଇଥିଲା । ଏହା ଉପରେ ପୀୟୂଷ ଗୋୟଲ କହିଛନ୍ତି, "ଗୃହରେ ସଞ୍ଜୟ ସିଂଙ୍କ ଆଚରଣ ମଧ୍ୟ ବେଶ ନିନ୍ଦନୀୟ ଥିଲା । ମାତ୍ର ନିଲମ୍ବନ ପରେ ମଧ୍ୟ ସେ ଗୃହରେ ଉପସ୍ଥିତ ଥିଲେ । ଏଥିଲାଗି ଗୃହର କିଛି କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ଏହା ସଂସଦର ଅପମାନ ।" ସୂଚନା ଥାଉ କି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ ଆସିବା ପୂର୍ବରୁ ଆପ୍‌ ସାଂସଦ ସଞ୍ଜୟଙ୍କୁ ନିଲମ୍ବନ କରାଯାଇଥିଲା । ମଣିପୁର ପ୍ରସଙ୍ଗ ଉଠାଇ ସେ ଗୃହରେ ନାରାବାଜି କରିଥିଲେ ।

ଏହା ବି ପଢନ୍ତୁ- ଲୋକସଭାରୁ ଅଧୀର ରଞ୍ଜନ ନିଲମ୍ବିତ: କଂଗ୍ରେସ ସାଂସଦଙ୍କ ବୈଠକ ଡକାଇଲେ ସୋନିଆ

ଗୃହର ସଭାପତି ଧନଖଡ଼ଙ୍କ ପୋଡିୟମର ନିକଟବର୍ତ୍ତୀ ହୋଇ ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ତାଙ୍କୁ ବାରମ୍ବାର ଚେତାବନୀ ଦିଆଯିବା ପରେ ମଧ୍ୟ ସେ ନାରାବାଜି ଜାରି ରଖିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାର ଲିଡର ପିୟୂଷ ଗୋୟଲ ସଞ୍ଜୟଙ୍କ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ସଭାପତି ଧନଖଡ଼ ଏହାକୁ ଅନୁମୋଦନ ଦେଇ ସଞ୍ଜୟ ସିଂଙ୍କୁ ସମଗ୍ର ମୌସୁମୀ ଅଧିବେଶନରୁ ନିଲମ୍ବିତ କରିଥିଲେ । ଅନ୍ୟପଟେ ଗତକାଲି (ଅଗଷ୍ଟ ୧୦) ଲୋକସଭାରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଛି । ସ୍ବାଧୀକାର କମିଟି ଏନେଇ ରିପୋର୍ଟ ନଦେବା ପର୍ଯ୍ୟନ୍ତ ଲୋକସଭା ଆସିପାରିବେନି ଅଧୀର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.