ETV Bharat / bharat

UN world assembly: ଦିଲ୍ଲୀ ସରକାରଙ୍କ ସଫଳତା ବଖାଣିଲେ AAP ବିଧାୟିକା

author img

By

Published : Apr 30, 2022, 10:54 PM IST

ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଆୟୋଜିତ ଅଧିବେଶନରେ ଦିଲ୍ଲୀ ସରକାରଙ୍କ ଉପଲବ୍ଧି ବଖାଣିଲେ AAP ବିଧାୟିକା । କହିଲେ 7ବର୍ଷରେ ବଦଳିଛି ଦିଲ୍ଲୀର ଚିତ୍ର ଓ ବ୍ୟବସ୍ଥା । କେଜ୍ରିଓ୍ବାଲ କହିଲେ ଦିଲ୍ଲୀ ପାଇଁ ଗର୍ବର ମୁହୂର୍ତ୍ତ । ଅଧିକ ପଢନ୍ତୁ

UN world assembly: ଦିଲ୍ଲୀ ସରକାରଙ୍କ ସଫଳତା ବଖାଣିଲେ AAP ବିଧାୟକ

ଓ୍ବାଶିଂଟନ: ଆମେରିକାର ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଆୟୋଜିତ ସ୍ବତନ୍ତ୍ର ସମ୍ମିଳନୀରେ 'ଦିଲ୍ଲୀ ମଡେଲ ଅଫ୍ ଗଭର୍ନାନ୍ସ' ଗତକାଲି (ଶୁକ୍ରବାର) ଉପସ୍ଥାପିତ ହୋଇଛି । ଏହି ବିଶ୍ବ ସମ୍ମିଳନୀରେ AAP ବିଧାୟିକା ଆତିଶି ଦିଲ୍ଲୀ ସରକାରଙ୍କୁ ପ୍ରତିନିଧିତ୍ବ କରିବା ସହ ଗତ 7 ବର୍ଷରେ ତାଙ୍କ ସରକାରର କାର୍ଯ୍ୟକ୍ରମ ଓ ଉପଲବ୍ଧି 'ଦିଲ୍ଲୀ ମଡେଲ ଅଫ୍ ଗଭର୍ନାନ୍ସ'କୁ ଉପସ୍ଥାପିତ କରିଛନ୍ତି ।

UN world assembly: ଦିଲ୍ଲୀ ସରକାରଙ୍କ ସଫଳତା ବଖାଣିଲେ AAP ବିଧାୟିକା
UN world assembly: ଦିଲ୍ଲୀ ସରକାରଙ୍କ ସଫଳତା ବଖାଣିଲେ AAP ବିଧାୟିକା

ଅଧିବେଶନରେ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ବାଲ ନେତୃତ୍ବଧୀନ AAP ସରକାରଙ୍କ ଆଭିମୁଖ୍ୟ ତଥା ଉପଲବ୍ଧିକୁ ବର୍ଣ୍ଣନା କରିବାକୁ ଯାଇ, ବିଧାୟିକା ଆତିଶି କହିଛନ୍ତି ଯେ 90 ଦଶକର ଶେଷ ଭାଗରେ, ନାଗରିକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ୍ ଯୋଗାଇବା ସମଗ୍ର ବିଶ୍ୱରେ ବିଭିନ୍ନ ସରକାରଙ୍କ ପାଇଁ ମହଙ୍ଗା ପଡିଛି । ଭାରତର ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ସରକାର ଗଠନ ପରେ 2020 ପର୍ଯ୍ୟନ୍ତ ଦିଲ୍ଲୀରେ ଥିବା ଅବ୍ୟବସ୍ଥା ବଦଳିଛି । ପୂର୍ବପେକ୍ଷା ସ୍ଥିତିରେ ସୁଧାର ଆସିଛି । ଆଜି ବିଦ୍ୟୁତର ଚାହିଦା ସତ୍ତ୍ୱେ ଆଜି ଦିଲ୍ଲୀରେ 24 ଘଣ୍ଟା ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିଛି । ଦିଲ୍ଲୀର ବିଦ୍ୟୁତ ଦର ସମଗ୍ର ଦେଶରେ ସର୍ବନିମ୍ନ ରହିଛି । ଆଜି ଦିଲ୍ଲୀର 40ଲକ୍ଷ ଘରର ବିଦ୍ୟୁତ୍ ଶୁଳ୍କ ଶୂନ୍ୟକୁ ଆସିଛି ଏବଂ ବିଦ୍ୟୁତ୍ କମ୍ପାନୀଗୁଡିକର ସ୍ଥିତିରେ ମଧ୍ୟ ଉନ୍ନତି ଆସିଛି ।

ଆଜି ଦିଲ୍ଲୀର 80 ପ୍ରତିଶତରୁ ଅଧିକ ଅଞ୍ଚଳରେ ଜଳ ପାଇପଲାଇନ ଏବଂ ସ୍ୱେରେଜ୍ ଲାଇନ ରହିଥିବା ବିଧାୟିକା ଆତିଶି କହିଛନ୍ତି । ଗତ 7ବର୍ଷ ମଧ୍ୟରେ ଦିଲ୍ଲୀ ସରକାରଙ୍କ ବଜେଟ୍ 30 ହଜାର କୋଟିରୁ 75 ହଜାର କୋଟିକୁ ବୃଦ୍ଧି ପାଇଛି ଏବଂ ଦିଲ୍ଲୀର GDP 150% ବୃଦ୍ଧି ପାଇଛି । ଦିଲ୍ଲୀର ମୁଣ୍ଡପିଛା ଆୟ ଦେଶର ମୁଣ୍ଡପିଛା ଆୟର ତିନି ଗୁଣକୁ ବୃଦ୍ଧି ପାଇଛି । ଦିଲ୍ଲୀରେ ହୋଇଥିବା କାର୍ଯ୍ୟ କେଜ୍ରିଓ୍ବାଲ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଓ ଉତ୍ତମ କାର୍ଯ୍ୟକାରିତା ପାଇଁ ସମ୍ଭବ ହୋଇପାରିଛି ବୋଲି ସେ ନିଜ ସମ୍ବୋଧନରେ କହିଛନ୍ତି ।

ଜାତିସଂଘର ସମ୍ମିଳନୀରେ ଦିଲ୍ଲୀ ସରକାରଙ୍କ ପ୍ରତିନିଧିତ୍ବ କରିବା ଓ କର୍ଯ୍ୟକାରୀତାର ଉପସ୍ଥାପନା ପାଇଁ ବିଧାୟିକ ଇତିଶିଙ୍କୁ ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିଓ୍ବାଲ, ଅଭିନନ୍ଦନ ଜଣାଇଛନ୍ତି । କେଜ୍ରିଓ୍ବାଲ ଟ୍ବିଟ୍‌ରେ ଲେଖିଛନ୍ତି, "ଏହା ଦିଲ୍ଲୀ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ । ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଦିଲ୍ଲୀ ଏବଂ ଦେଶର ଲୋକଙ୍କ ଭାବନା ସମେତ ଦେଶର ସାମର୍ଥ୍ୟ ବିଷୟରେ ସମଗ୍ର ବିଶ୍ୱକୁ ଅବଗତ କରାଇବା ପାଇଁ ଅନେକ ଅଭିନନ୍ଦନ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.