ETV Bharat / bharat

Punjab Fight: ଭୋଟ ଦେଲେ ଆପ୍‌ CM ପ୍ରାର୍ଥୀ ଭଗୱନ୍ତ ମାନ - ପଞ୍ଜାବ ନିର୍ବାଚନ

ଆଜି ପଞ୍ଜାବ ବିଧାନସଭା ନିର୍ବାଚନ । ଭୋଟ ଦେଲେ ଆପ୍‌ CM ପ୍ରାର୍ଥୀ ଭଗୱନ୍ତ ମାନଙ୍କ ସମେତ ବରିଷ୍ଠ ରାଜନୈତିକ ନେତୃବୃନ୍ଦ । ଅଧିକ ପଢନ୍ତୁ

Punjab Fight: ଭୋଟ ଦେଲେ ଆପ୍‌ CM ପ୍ରାର୍ଥୀ ଭଗୱନ୍ତ ମାନ

author img

By

Published : Feb 20, 2022, 12:24 PM IST

Updated : Feb 20, 2022, 12:42 PM IST

ଚଣ୍ଡୀଗଡ: ଆଜି ଭୋଟ ଦେଉଛି ପଞ୍ଜାବ । ୧୧୭ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ୨ କୋଟି ୧୪ ଲକ୍ଷ ଭୋଟର । ସକାଳୁ ବୁଥ୍‌ ଆଗରେ ଲମ୍ବା ଲାଇନରେ ଆସି ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେଉଛନ୍ତି ମତଦାତା । ମନ୍ତ୍ରୀ ସାଂସଦଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତୃବୃନ୍ଦ ବୁଥ୍‌ରେ ନିଜର ମତସାବ୍ୟସ୍ତ କରୁଛନ୍ତି ।

ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ(AAP CM candidate Bhagwant Mann) ମୋହଲିରେ ନିଜ ମତଦାନ କରିଛନ୍ତି ଏବଂ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି । କହିରଖୁଛୁ କି, ମାନ ସଙ୍ଗୁର ଧୁରି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ନିଜର ମତସାବ୍ୟସ୍ତ କରିଛନ୍ତି ।

ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରାନ୍ଧୱା ଡେରା ବାବା ନାନକ ବୁଥରେ ଭୋଟ ଦେଇଛନ୍ତି । କଂଗ୍ରେସ ନେତା ସୁନୀଲ ଜାଖର ପଞ୍ଜକୋଷିର ୧୨୬-୧୨୮ ନମ୍ବର ବୁଥରେ ନିଜ ମତସାବ୍ୟସ୍ତ କରିଥିବାବେଳେ ପଞ୍ଜାବ ଶିକ୍ଷାମନ୍ତ୍ରୀ ପରଗତ ସିଂହ ଜଳନ୍ଧରର ମିଥାପୁରରେ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ସୁନୀଲ ଜାଖର କହିଛନ୍ତି, ପଞ୍ଜାବକୁ ଭାଗ ଭାଗ କରିବାକୁ ଏବଂ ଏଠାରେ ଶାସନ କରିବାକୁ ସ୍ବପ୍ନ ଦେଖୁଥିବା ଲୋକଙ୍କୁ ପଞ୍ଜାବବାସୀ ମୁହଁତୋଡ ଜବାବ ଦେବେ ।

@ANI

Last Updated : Feb 20, 2022, 12:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.