ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଖଉଥିବାବେଳେ, ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଆମ ଆଦମୀ ପାର୍ଟି AAP । ତେବେ ଏହି ନିର୍ବାଚନ ପାଇଁ ଦଳର ଯୁବ ଚେହେରା ତଥା ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ (Raghav Chadha appointed as Co-incharge) ଗୁଜୁରାଟର ସହ-ପ୍ରଭାରୀ ଭାବେ ଦାୟିତ୍ବ ପ୍ରଦାନ କରିଛି ଦଳ । ପୂର୍ବରୁ ଦଳ ପଞ୍ଜାବରେ ଐତିହାସିକ ସଫଳତା ପାଇ ସରକାର ଗଠନ କରିଥିବାବେଳେ, ରାଘବ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ ।
-
मुझे Punjab के बाद Gujarat के सह-प्रभारी की ज़िम्मेदारी दी गई है
— AAP (@AamAadmiParty) September 18, 2022 " class="align-text-top noRightClick twitterSection" data="
जनता BJP के 27 साल के कुशासन से बहुत दुखी; गुजरात भ्रष्टाचार, ज़हरीली शराब/Drugs का अड्डा बन गया है
गुजरात में बदलाव की लहर चल रही है। गुजरात Kejriwal Model of Governance को अपनाने को तैयार है
-MP @raghav_chadha pic.twitter.com/cWCl3aFbEb
">मुझे Punjab के बाद Gujarat के सह-प्रभारी की ज़िम्मेदारी दी गई है
— AAP (@AamAadmiParty) September 18, 2022
जनता BJP के 27 साल के कुशासन से बहुत दुखी; गुजरात भ्रष्टाचार, ज़हरीली शराब/Drugs का अड्डा बन गया है
गुजरात में बदलाव की लहर चल रही है। गुजरात Kejriwal Model of Governance को अपनाने को तैयार है
-MP @raghav_chadha pic.twitter.com/cWCl3aFbEbमुझे Punjab के बाद Gujarat के सह-प्रभारी की ज़िम्मेदारी दी गई है
— AAP (@AamAadmiParty) September 18, 2022
जनता BJP के 27 साल के कुशासन से बहुत दुखी; गुजरात भ्रष्टाचार, ज़हरीली शराब/Drugs का अड्डा बन गया है
गुजरात में बदलाव की लहर चल रही है। गुजरात Kejriwal Model of Governance को अपनाने को तैयार है
-MP @raghav_chadha pic.twitter.com/cWCl3aFbEb
ଏବେ ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜରାଟ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିବାରେ ଲାଗିଛି ଆମ ଆଦମୀ ପାର୍ଟି । ଦଳର ନିର୍ବାଚନୀ ରଣନୀତି ତଥା ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ଥିବା ବେଳେ ରାଘବ ଚଢାଙ୍କୁ ଦଳ ପକ୍ଷରୁ ଏହି ଗୁରୁଦାୟିତ୍ବ ମିଳିଛି । ଦାୟିତ୍ବ ମିଳିବା ପରେ ଚଢା ମଧ୍ୟ ଖୁସି ପ୍ରକାଶ କରିବା ସହ ଦଳ ମୁଖ୍ୟ ତଥା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଟ୍ବିଟ କରି ଚଢା କହିଛନ୍ତି, ଏହି ନୂଆ ଦାୟିତ୍ବ ପାଇଁ ଅରବିନ୍ଦଜୀଙ୍କୁ ଧନ୍ୟବାଦ । ଦାୟିତ୍ବକୁ ସଫଳାତର ସହ ଲିଭାଇବା ପାଇଁ ମୁଁ ମୋର ଲୁହ, ଲହୁ ସବୁକିଛି ଦେବାକୁ ପ୍ରସ୍ତୁତ ଅଛି । ଦଳ ମୋ ଉପରେ କରିଥିବା ଆଶା ପୂରଣ କରିବା ଦିଗରେ କାର୍ଯ୍ୟରେ କରିବି । ଗୁଜରାଟ ପରିବର୍ତ୍ତନ ଚାହେଁ । ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଗୁଜୁରାଟ କେଜ୍ରିଓ୍ବାଲଙ୍କୁ ଚାହେଁ ।’’
ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଓ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀତା ଦେଖିବାକୁ ମିଳିପାରେ । କେଜ୍ରିଓ୍ବାଲ ମଧ୍ୟ ଏକାଧିକ ଥର ଗୁଜୁରାଟ ଗସ୍ତ କରି ସାରିଲେଣି । ରାଜ୍ୟରେ କଂଗ୍ରେସ ସମ୍ପୂର୍ଣ୍ଣ ଅସ୍ତିତ୍ବ ହରାଇ ସାରିଥିବାବେଳେ, ବିଜେପିର ବିକଳ୍ପ ଭାବେ ଲୋକେ ଆପକୁ ଚାହୁଁଥିବା କେଜ୍ରିଓ୍ବାଲ କହି ସାରିଛନ୍ତି । କେଜ୍ରିଓ୍ବାଲଙ୍କ ଏପରି ଦମ୍ଭୋକ୍ତିକୁ ବିଜେପି କଟାକ୍ଷ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେଜ୍ରିଓ୍ବାଲଙ୍କୁ ସ୍ବପ୍ନ ବ୍ୟାପାରୀ ବୋଲି କହିବା ସହ ସେ ଗୁଜରାଟବାସୀଙ୍କ ଦ୍ବାରା ପ୍ରତ୍ୟାକ୍ଷାତ ହେବେ ବୋଲି କହିଛନ୍ତି ।
୨୦୧୭ ବିଧାନସଭା ନିର୍ବାଚନରେ ଗୁଜୁରାଟ ରାଜନୀତିରେ (Gujarat assembly elections) ପ୍ରବେଶ କରିଥିଲା AAP । ହେଲେ ଖାତା ଖୋଲିବାରେ ମଧ୍ୟ ସଫଳ ହୋଇନଥିଲା । ପରେ ସୁରଟ ମହାନଗର ନିର୍ବାଚନରେ କିନ୍ତୁ ପ୍ରଦର୍ଶନରେ ପୂର୍ବାପେକ୍ଷା ବେଶ ସଫଳତା ପାଇଥିଲା ଦଳ । ବିଜେପି ୯୩ ଆସନ ଜିତିଥିବାବେଳେ, ଆପ ୨୭ ଆସନ ନିଜ ଖାତାକୁ ଆଣିବାରେ ସଫଳ ହୋଇଥିଲା ।
ଦିଲ୍ଲୀ ପରେ ପଞ୍ଜାବରେ ଐତିହାସିକ ସଫଳତା ପାଇ ସରକାର ଗଠନ କରିବା ପରେ ଆପ ଗୁଜରାଟରେ ମଧ୍ୟ କ୍ଷମତାର ସମ୍ଭାବନା ଦେଖିବାରେ ଲାଗିଛି । ଶିକ୍ଷା ସ୍ବାସ୍ଥ୍ୟ, ରୋଜଗାର ଆଜି ଗମ୍ଭୀର ପ୍ରସଙ୍ଗକୁ ନେଇ AAP ଦିଲ୍ଲୀ ମଡେଲର କଥା କହି ବିଜେପିକୁ ସମାଲୋଚନା କରିବା ସହ ଲଢେଇ ପାଇଁ ପ୍ରସ୍ତୁତି ଚାଳାଇଛି । ଏହାରି ମଧ୍ୟରେ ଯୁବ ଚେହେରା ରାଘବ ଚଢାଙ୍କ କାନ୍ଧକୁ ଆସିଛି ନିର୍ବାଚନ ପରିଚାଳନାର ବଡ ଦାୟିତ୍ବ ।