ଶିମଲା: ଚଳିତ ବର୍ଷ (2022)ରେ ହିମାଚଳ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ପ୍ରାକ ନିର୍ବାଚନ ରାଜନୀତି ତୀବ୍ର ହେବା ଆରମ୍ଭ କଲାଣି । ଏହା ସହ ରାଜ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ହିମାଚଳ ପ୍ରଦେଶର 75ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟବାସୀଙ୍କୁ ଅନେକ ଉପହାର ଦେଇଥିଲେ । ସେବେଠାରୁ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ।
-
दिल्ली से 100-100 मील दूर जब चुनाव आते हैं तो माँ कहती है:
— AAP (@AamAadmiParty) April 16, 2022 " class="align-text-top noRightClick twitterSection" data="
"बेटा जनता के लिए कुछ काम कर लो! वरना केजरीवाल आ जाएगा"🔥 https://t.co/RSJyOIChnp
">दिल्ली से 100-100 मील दूर जब चुनाव आते हैं तो माँ कहती है:
— AAP (@AamAadmiParty) April 16, 2022
"बेटा जनता के लिए कुछ काम कर लो! वरना केजरीवाल आ जाएगा"🔥 https://t.co/RSJyOIChnpदिल्ली से 100-100 मील दूर जब चुनाव आते हैं तो माँ कहती है:
— AAP (@AamAadmiParty) April 16, 2022
"बेटा जनता के लिए कुछ काम कर लो! वरना केजरीवाल आ जाएगा"🔥 https://t.co/RSJyOIChnp
ହିମାଚଳ ବିଜେପିର ଟ୍ୱିଟ୍ ସେୟାର କରି ଆମ୍ ଆଦମୀ ପାର୍ଟି ଲେଖିଛି ଯେ, 'ଯେତେବେଳେ ଦିଲ୍ଲୀଠାରୁ 100 କିଲୋମିଟର ଦୂରରେ ନିର୍ବାଚନ ଅନୁଷ୍ଠିତ ହେବାର ସମୟ ଆସେ ସେତେବେଳେ ମା’ କୁହେ ପୁଅ, ଜନସାଧାରଣଙ୍କ ପାଇଁ କିଛି କାମ କର! ନଚେତ୍ କେଜ୍ରିୱାଲ୍ ଆସିଯିବ । ଏହାପୂର୍ବରୁ ବିଜେପି ଟ୍ୱିଟ୍ କରିଥିଲା ଯେ, ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଦେବଭୂମୀର ଜନତାଙ୍କ ସ୍ୱାର୍ଥରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଦେଶର ମହିଳାମାନେ ବସ୍ ଭଡାରେ 50 ପ୍ରତିଶତ ରିହାତି ପାଇବେ । 125 ୟୁନିଟ୍ ମାଗଣା ଘରୋଇ ବିଦ୍ୟୁତ୍ ଯୋଗାଇ ଦିଆଯିବ ଏବଂ ଗ୍ରାମାଞ୍ଚଳଗୁଡିକରେ ମାଗଣା ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ।
ଏହାପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଏପରି ଘୋଷଣାକୁ କେବଳ ଆମ୍ ଆଦମୀ ପାର୍ଟିର ଭୟ ବୋଲି ଦର୍ଶାଇଥିଲେ । ସିସୋଦିଆ କହିଥିଲେ ବିଜେପିକୁ ତାଙ୍କ ଦଳ AAP ନିକଟରୁ ପରାଜୟର ଯଥେଷ୍ଟ ଭୟ ରହିଛି । ବିଜେପି AAPର ମାଗଣା ଯୋଜନାକୁ ବିରୋଧ ଓ ସମାଲୋଚନା କରିଆସିଥିବା ବେଳେ ଏବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜେ ଏକାଧିକ ମାଗଣା ସେବା ଘୋଷଣା କରିଛନ୍ତି । ନିର୍ବାଚନ ଆସିବା ମାତ୍ରେ ସେମାନେ କେଜ୍ରିୱାଲ ମଡେଲକୁ କପି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ସିସୋଦିଆ ।
ହିମାଚଳର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଜୟରାମ ଘୋଷଣା କରିଥିଲେ ଯେ ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର 125 ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ । ଏଥିରେ ରାଜ୍ୟର ପ୍ରାୟ 11 ଲକ୍ଷ ପରିବାର ପାଇଁ ଉପକୃତ ହେବ । ଏହାପୂର୍ବରୁ 60 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଘରୋଇ ବିଦ୍ୟୁତ ଯୋଗାଇ ଦିଆଯାଉଥିଲା ।
ମୁଖ୍ୟମନ୍ତ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ହିମାଚଳ ପ୍ରଦେଶର ଲୋକଙ୍କଠାରୁ ମିଳିଥିବା ପରାମର୍ଶ ଅନୁସାରେ ରାଜ୍ୟରେ 0 ରୁ 125 ୟୁନିଟ୍ ବିଦ୍ୟୁତ୍ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଫଳରେ 11.50 ଲକ୍ଷ ପରିବାର ପାଇଁ ଉପକୃତ ହେବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଠାକୁର ମହିଳାମାନଙ୍କ ପାଇଁ ବସ୍ ଭଡା ଉପରେ 50 ପ୍ରତିଶତ ରିହାତି ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ