ETV Bharat / bharat

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ଆଇନଜୀବୀ ଭାଉଜକୁ ଗାଡି ଚଢାଇ ହତ୍ୟା କଲେ ଦିଅର - କର୍ଣ୍ଣାଟକ ହତ୍ୟାକାଣ୍ଡ

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଦିଅର ! ଜମିଜମା ବିବାଦରୁ ଭାଉଜକୁ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

ଜମିଜମା ବିବାଦରୁ ଆଇନଜୀବୀଙ୍କୁ ପଥରରେ ଛେଚି ହତ୍ୟା

author img

By

Published : Mar 23, 2023, 11:09 AM IST

ବେଙ୍ଗାଲୁରୁ: ସମ୍ପତ୍ତି ପାଇଁ ସୈତାନ ସାଜିଲେ ଦିଅର । ଭାଇଠାରୁ ସମ୍ପତ୍ତି ଛଡାଇବା ପାଇଁ ଭାଉଜଙ୍କ ଉପରେ ଗାଡି ମଡାଇଦେଲେ । ଦୁର୍ଘଟଣାରେ ଜୀବନ ବଞ୍ଚିଯିବାରୁ ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲେ । କର୍ଣ୍ଣାଟକ କଲାବୁରାଗି ଜିଲ୍ଲାରୁ ଏହି ବୀଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ୩୫ ବର୍ଷୀୟା ମଜାତ ସୁଲତାନ । ପେଶାରେ ସେ ଜଣେ ଆଇନଜୀବୀ ଅଟନ୍ତି । ମୃତକଙ୍କ ସ୍ବାମୀ ନିଜ ଦୁଇ ଭାଇଙ୍କ ସମେତ ୪ ଜଣଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ, ମୃତ ଆଇନଜୀବୀ ମଜାତ ସୁଲତାନ କଲାବୁରାଗି ସହରର ଜନଜମ କଲୋନୀରେ ବସବାସ କରୁଥିଲେ । ଜମିଜମାକୁ ନେଇ ମହିଳାଙ୍କ ସ୍ବାମୀ ସଦ୍ଦାମ ଏବଂ ତାଙ୍କର ଦୁଇ ଭାଇ ନଇମ ଓ ନଦିମଙ୍କ ଭିତରେ ଦୀର୍ଘ ଦିନ ହେଲାଣି ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ସଦ୍ଦାମ ଓ ତାଙ୍କ ପତ୍ନୀ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଥିଲେ । ଗତକାଲି ସେମାନେ ନିଜ ଘର ଖାଲି କରି ଏକ ଚାରି ଚକିଆ ଗାଡିରେ ଆସବାବପତ୍ର ଲଦି ଅନ୍ୟ ଏକ ସ୍ଥାନକୁ ଯାଉଥିଲେ । ଗାଡି ପଛେ ପଛେ ମଜାତ ସୁଲତାନ ସ୍କୁଟି ଧରି ଯାଉଥିବା ସମୟରେ ସଦ୍ଦାମଙ୍କ ଦୁଇ ଭାଇ ନଇମ ଓ ନଦିମଙ୍କ ସହ ଅଜିମ ଗୌଣ୍ଡି ଓ ଅସୀମ ଗୌଣ୍ଡି ନାମକ ଆଉ ଦୁଇ ଜଣ ବ୍ୟକ୍ତି ଏକ କାରରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବୋମାରେ ଉଡାଇବାକୁ ଧମକ, ଜଣେ ଗିରଫ

ସେ ତଳେ ପଡିଯିବା ପରେ ଚାରି ଜଣଯାକ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ମୃତ ଆଇନଜୀବୀଙ୍କ ସ୍ବାମୀ ସଦ୍ଦାମ ଅଭିଯୋଗ କରିଛନ୍ତି । ସ୍ବାମୀଙ୍କ ଅଭିଯୋଗ ମୁତାବକ, ଜମବାଡିକୁ ନେଇ ଦୁଇ ଭାଇଙ୍କ ସହ ତାଙ୍କର ବିବାଦ ଚାଲିଥିଲା । ଦୁଇ ଭାଇ ତାଙ୍କ ଉପରେ ରାଗ ସୁଝାଇବାକୁ ଯାଇ ପତ୍ନୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଏଥିରେ ଅଜିମ ଓ ୱାସିମ ଦୁହିଁଙ୍କୁ ସାହାଯ୍ୟ କରିଥିଲେ । ଏହି ଦୁଇ ଅଭିଯୁକ୍ତଙ୍କ ସୋସିଆଲ ମିଡିଆରେ ଏକ ଚ୍ୟାନେଲ ଅଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ ।

ଏହାମଧ୍ୟ ପଢନ୍ତୁ: ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରି ନେଇଗଲା ଜୀବନ, ପତ୍ନୀହନ୍ତାକୁ ବାନ୍ଧିଲା ପୋଲିସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.