ETV Bharat / bharat

ମାଉସୀଙ୍କୁ ଭଲ ଲାଗୁନି ଭ୍ୟାକ୍ସିନ, ଦୋକାନରେ ଆସି ମାଗିଲେ ଗୋଟିଏ ଗ୍ଲାସ ୱାଇନ - କୋରୋନା ଭାଇରସ

ମହାମାରୀ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ହେଲେ ଅମାନିଆ ଆଜି ବି ଅବୁଝା । ମହାମାରୀକୁ ନେଇ ଦିଲ୍ଲୀରେ ଜଣେ ମହିଳାଙ୍କ ଅଜବ ଯୁକ୍ତି । ଇଞ୍ଜେକ୍ସନ ନୁହେଁ ବରଂ ମଦରେ କୋରୋନା ବିରୋଧରେ ଲାଭ ପହଞ୍ଚାଇବ ବୋଲି ୟୁକ୍ତି କଲେ ମହିଳା । ଅଧିକ ପଢନ୍ତୁ...

'ମୋ ଉପରେ ଔଷଧ ପ୍ରଭାବ ପକାଏନି, ଗୋଟିଏ ଗ୍ଲାସ ମଦ ଲାଭ ଦେବ'

author img

By

Published : Apr 19, 2021, 11:03 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଉତ୍କଟ ହେଉଛି କୋରୋନା ସ୍ଥିତି । ମହାମାରୀ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ହେଲେ ଅମାନିଆ ଆଜି ବି ଅବୁଝା । ମହାମାରୀକୁ ନେଇ ଦିଲ୍ଲୀରେ ଜଣେ ମହିଳାଙ୍କ ଅଜବ ଯୁକ୍ତି । ଇଞ୍ଜେକ୍ସନ ନୁହେଁ ବରଂ ମଦରେ କୋରୋନା ବିରୋଧରେ ଲାଭ ପହଞ୍ଚାଇବ ବୋଲି ୟୁକ୍ତି କଲେ ମହିଳା ।

'ମୋ ଉପରେ ଔଷଧ ପ୍ରଭାବ ପକାଏନି, ଗୋଟିଏ ଗ୍ଲାସ ମଦ ଲାଭ ଦେବ'

କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇ ସାରିଛି ଲକଡାଉନ । ହେଲେ ମଦ ଦୋକାନରେ ଲୋକଙ୍କ ପ୍ରବଳ ଭିଡ । ପୁରୁଷ ହୁଅନ୍ତୁ କି ମବହିଳା ସମସ୍ତେ ବୋଲି ନେଉଛନ୍ତି ମଦ ।

ରାଜଧାନୀର ଶିବପୁରୀ ଗୀତା କୋଲୋନୀ ମଦ ଦୋକାନକୁ ମଦ କିଣିବାକୁ ଆସିଥିବା ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କୋରୋନା ବିରୋଧରେ ମଦର ପ୍ରଭାବକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି । ମହିଳା ଜଣକ କହିଛନ୍ତି, ଇଞ୍ଜେକ୍ସନ କୌଣସି ଲାଭ ପହଞ୍ଚାଇବନି ବରଂ ଏହି ଆଲକୋଲ ଲାଭ ଦେବ । ମୋ ଉପରେ ଔଷଧର କୌଣସି ପ୍ରଭାବ ପଡେନାହିଁ । ଗୋଟିଏ ଗ୍ଲାସ ମଦ ହୋଇଗଲେ ଏହା ବେଶ ପ୍ରଭାବଶାଳୀ ବୋଲି କହିଛନ୍ତି ମହିଳା । ତେବେ ସେ ଦୀର୍ଘ ଦିନରୁ ମଦ ପିଇ ଆସୁଥିବାବେଳେ ଯେତେ ଜଣ ଏହାକୁ ପିଉଛନ୍ତି ସେମାନେ ସମସ୍ତେ କୋରୋନାରେ ସଂକ୍ରମିତ ନହୋଇ ସୁସ୍ଥ ରହିବେ ବୋଲି ମହିଳା ଜଣକ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.