ETV Bharat / bharat

ଗଙ୍ଗାକୂଳର ଅଧିବାସୀଙ୍କୁ ହେଉଛି ବିରଳ କ୍ୟାନସର ! ଚକିତ କଲା ଟାଟା ମେମୋରିଆଲ ସେଣ୍ଟରର ଅନୁଧ୍ୟାନ

ଉତ୍ତର ପ୍ରଦେଶରେ ଗଙ୍ଗାକୂଳରେ ବାସ କରୁଥିବା ଲୋକଙ୍କ ଠାରେ ଚିହ୍ନଟ ହେଉଛି ଏକ ବିରଳ ଧରଣର କ୍ୟାନସର । ଅନୁଧ୍ୟାନରୁ ଜାଣିବାକୁ ପାଇଛି ଟାଟା ମେମୋରିଆଲ ହସ୍ପିଟାଲ । ଅଧିକ ପଢନ୍ତୁ

ଗଙ୍ଗାକୂଳର ଅଧିବାସୀଙ୍କୁ ହେଉଛି ବିରଳ କ୍ୟାନସର ! ଚକିତ କଲା ଟାଟା ମେମୋରିଆଲ ସେଣ୍ଟରର ସୂଚନା

author img

By

Published : Jun 13, 2023, 8:16 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଗଙ୍ଗାକୂଳ ଓ ଏହା ଆଖପାଖରେ ବସବାସ କରୁଥିବା ଲୋକେ ଏକ ବିରଳ ଧରଣର କ୍ଯାନସରେ ଆକ୍ରାନ୍ତ ହେଉଛନ୍ତି । ପ୍ରାଥମିକ ଭାବେ ଏନେଇ ଏହି ତଥ୍ୟ ମିଳିଛି । ଏହି ପ୍ରକାରର କ୍ୟାନସର କିମ୍ବା ଏହାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏନେଇ ଅଧ୍ୟୟନ ଜାରି ରହିଛି । ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲର ଏପରି ଏକ ସୂଚନା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଟାଟା ମେମୋରିଆଲ ହସ୍ପିଟାଲର ଉପନିର୍ଦ୍ଦେଶକ ତଥା ବରିଷ୍ଠ କ୍ୟାନସର ସର୍ଜନ ପ୍ର. ପଙ୍କଜ ଚର୍ତୁବେଦୀ ଲୋକଭବନରେ ଆୟୋଜିତ ‘କ୍ୟାନସର ପର ଜିତ’ ନାମକ ଏକ କର୍ମଶାଳାକୁ ସମ୍ବୋଧିତ କରିବା ଅବସରରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏବେ କ୍ୟାନସର ସମ୍ପର୍କରେ ସଚେତନତା ବଢାଇବାକୁ ପଡିବ । ଭାରତରେ ଦେଖାଯାଉଥିବା କ୍ୟାନସର ମଧ୍ୟରେ 20 ପ୍ରତିଶତ ସମ୍ପର୍କରେ କୌଣସି ସୂଚନା ନାହିଁ । 10 ପ୍ରତିଶତ କ୍ୟାନସର ସ୍ବଚ୍ଛତା କାରଣରୁ ହୋଇଥାଏ । ସେହିପରି ଭାରତରେ ସର୍ବାଧିକ 40 ପ୍ରତିଶତ କ୍ୟାନସର ତମାଖୁ, ମଦ ଓ ପାନ ମସଲା ସେବନ କାରଣରୁ ହୋଇଥାଏ । ଏଥିମଧ୍ୟରେ ମାତ୍ର 4 ପ୍ରତିଶତ କ୍ୟାନସର ଜିନଗତ (ପୀଢିଗତ) କାରଣରୁ ହୋଇଥାଏ ।

ସେହିପରି ଡାକ୍ତର ଚର୍ତୁବେଦୀ କହିଛନ୍ତି, କେବଳ ବାରାଣାସୀରେ ପ୍ରାୟ 70 ହଜାର କ୍ୟାନସର ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇ ସାରିଲାଣି । ପ୍ରତିବର୍ଷ ଏହି ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରୁ 25 ହଜାର ଆକ୍ରାନ୍ତ ବାହାରୁଛନ୍ତି । ଏଥି ମଧ୍ୟରେ କେତେକ ମାମଲା ଏକ ବିରଳ ପ୍ରଜାତିର କ୍ୟାନସର ବୋଲି ଜଣାପଡିଥିଲେ ସୁଦ୍ଧା ଏନେଇ କିଛି କାରଣ ସମ୍ପର୍କରେ ସ୍ପଷ୍ଟ କରାଯାଇପାରିନି । ଏହା ଉପରେ ଅଧିକ ଗବେଷଣା ଜାରି ରହିଛି ।

ସେ କହିଛନ୍ତି ଯେ ସହରାଞ୍ଚଳରେ ସର୍ବାଧିକ ସ୍ତନ କର୍କଟ ମହିଳାମାନଙ୍କ ଠାରେ ଦେଖାଯାଏ ଏବଂ ତା ପରେ ଗର୍ଭାଶୟ କର୍କଟର ସଂଖ୍ୟା ରହିଛି । ଗ୍ରାମାଞ୍ଚଳରେ ଅଧିକାଂଶ ରୋଗୀ ଗର୍ଭାଶୟ କର୍କଟରେ ପୀଡିତ ଥାନ୍ତି । ତା ତଳକୁ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ରହିଥାଏ । କେବଳ ଉତ୍ତର ପ୍ରଦଶରେ ଏକ ଅନ୍ୟ ପ୍ରକାରର ବିରଳ କର୍କଟ ହେଉଥିବା ଜଣାପଡିଛି । ଏହା ଗଙ୍ଗା ନିକଟବର୍ତ୍ତୀ ଏବଂ କୂଳରେ ଥିବା ଲୋକମାନଙ୍କ ଠାରେ ବିଶେଷ ଭାବେ ଦେଖାଯାଉଛି । ଏହା ସମ୍ପର୍କରେ ଅଧିକ କିଛି ଜଣାପଡିନାହିଁ । ଟାଟା ମେରୋରିଆଲ ହସ୍ପିଟାଲ ଏହାର ଗବେଷଣାରେ ଲାଗିଛି । ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳୀ ଭାବେ ସମଗ୍ର ଦଶରେ ବାରାଣାସୀର ସ୍ବତନ୍ତ୍ର ସ୍ଥାନ ରହିଛି । ବର୍ଷ ତମାମ ଏଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜାରି ରହିଥାଏ । ବିଶ୍ବବ୍ୟାପୀ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ହେଲେ ଏପରି ଏକ ରିପୋର୍ଟ ଆସିବା ପରେ ଉତ୍ତର ପ୍ରଦେଶବାସୀଙ୍କ ଆଶଙ୍କା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.