ETV Bharat / bharat

ବିମାନରେ ପିଟିହେଲା ଟ୍ରାକ୍ଟର, 24 ଫ୍ଲାଇଟ୍‌ ବାତିଲ - ବିମାନରେ ପିଟିହେଲା ଟ୍ରାକ୍ଟର

ଚେନ୍ନାଇ ବିମାନ ବନ୍ଦରେ ଇଣ୍ଡିଗୋ ପ୍ଲାଇଟ ଓ ଟ୍ରାକ୍ଟର ଧକ୍କା ହେବା ଫଳରେ 24ଟି ବିମାନ ବାତିଲ ହୋଇଛି । ଅଧିକ ପଢନ୍ତୁ

Tractor collided with Indigo flight in airport
ବିମାନରେ ପିଟିହେଲା ଟ୍ରାକ୍ଟର
author img

By ETV Bharat Odisha Team

Published : Nov 21, 2023, 4:12 PM IST

ତାମିଲନାଡୁ: ବିମାନରେ ପିଟି ହେଲା ଟ୍ରାକ୍ଟର । କଥାଟି ଟିକେ ଅଜବ ଲାଗୁଥିବ । ବିମାନଟି ଉଡୁଥିବା ସମୟରେ ଟ୍ରାକ୍ଟର କିପରି ପିଟି ହେଲା ପ୍ରଶ୍ନ ମଧ୍ୟ ଉଙ୍କି ମାରୁଥିବ । ଚେନ୍ନାଇ ବିମାନବନ୍ଦରରେ ଗତକାଲି(ସୋମବାର) ଇଣ୍ଡିଗୋ ଫ୍ଲାଇଟରେ ଏକ ଟ୍ରାକ୍ଟର ପିଟି ହେବାରୁ 24ଟି ଫ୍ଲାଇଟ ବାତିଲ ହୋଇଛି । ତ୍ରିଚି ଓ ଚେନ୍ନାଇ ମଧ୍ୟରେ ସମସ୍ତ ବିମାନ ଚଳାଚଳ ବାତିଲ ରହିଛି । ବିମାନରେ ଟ୍ରାକ୍ଟର ପିଟିହେବା ଫଳରେ ବିମାନରେ ସମାନ୍ୟ କ୍ଷତି ହୋଇଛି ।

ଏହା ବି ପଢନ୍ତୁ...ମଣିପୁର ଆକାଶରେ ଅଜଣା ଉଡନ୍ତା ବସ୍ତୁ, ବିମାନ ସେବା ପ୍ରଭାବିତ

ଇଣ୍ଡିଗୋ ଏୟାରଲାଇନ୍ସ ATA ଯାତ୍ରୀବାହୀ ବିମାନରେ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଏହି ପରିସ୍ଥିତିରେ ଭିଲ୍ ଆଭିଏସନ୍ ସିକ୍ୟୁରିଟି ବ୍ୟୁରୋ ସ୍ଥିତି ଯାଞ୍ଚ କରି ବିମାନ ଉଡାଣ ଭରି ପାରିବ ନାହିଁ ବୋଲି ସୂଚନା ଦେଇଥିଲେ । କ୍ଷତିଗ୍ରସ୍ତ ବିମାନକୁ ଯାଞ୍ଚ କରିବା ପରେ ଏହା ତୁରନ୍ତ ଉଡାଣ ଭରିବ ନାହିଁ ବୋଲି ସୁରକ୍ଷା ଅଧିକାରୀ ଅବଗତ କରାଇଥିଲେ । ବିମାନ ଚଳାଚଳକୁ ଅନୁମତି ମିଳିନଥିଲା । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଏନେଇ ଡିଜିସିଏଙ୍କୁ ସୂଚନା ଦେଇଥିଲେ । ଦୁର୍ଘଟଣାର ତଦନ୍ତ ପାଇଁ ଡିସିଡିଏ ନିର୍ଦ୍ଦେଶ ଦେଇଥିଲେ ।

ଏହି ଦୁର୍ଘଟଣା ଫଳରେ ଚେନ୍ନାଇ ଓ ତ୍ରିଚି ମଧ୍ୟରେ ବିମାନ ସେବା ବନ୍ଦ ରହିିଛି । ମୋଟ 24ଟି ବିମାନ ବାତିଲ ହୋଇଛି । କ୍ଷତିଗ୍ରସ୍ତ ବିମାନ ମରାମତି ପରେ ଆସନ୍ତାକାଲି ସୁଦ୍ଧା ବିମାନ ସେବା ସ୍ବାଭାବିକ ହେବ ବୋଲି ଜଣାପଡିଛି । ଯେଉଁ ଯାତ୍ରୀମାନେ ସେମାନଙ୍କ ଯାତ୍ରା ବାତିଲ କରିଛନ୍ତି ସେମାନଙ୍କୁ ଭଡ଼ା ପରିମାଣ ଫେରସ୍ତ କରାଯିବ ।

ଏହା ବି ପଢନ୍ତୁ...ଏଣିକି ପାଇଲଟ ଓ କ୍ଯାବିନ କ୍ର୍ୟୁ' ସଦସ୍ୟଙ୍କୁ ପରଫ୍ୟୁମ ମନା

ପରବର୍ତ୍ତୀ ସମୟରେ ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବିମାନଟି ସମ୍ପୂର୍ଣ୍ଣ ମରିମତି ହୋଇ ପୁନଃ ଉଡ଼ାଣ ଭରିବ ବୋଲି ସୂଚନା ମିଳିଛି । ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଏହି କ୍ରମରେ ଯେଉଁମାନେ ଏହି ବିମାନରେ ଯାତ୍ରା କରିବାକୁ ଟିକେଟ କରିଥିଲେ ସେମାନଙ୍କୁ ଟିକେଟ ଟଙ୍କା ଫେରସ୍ତ କରାଯିବ । ଏହି ଦୁର୍ଘଟଣାକୁ ନେଇ ଏୟାରପୋର୍ଟ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି । ବିମାନଟି ସମ୍ପୂର୍ଣ୍ଣ ମରାମତି ହେବା ପରେ ପୁନଃ ଯାଞ୍ଚ କରାଯିବ, ଉଡ଼ାଣ ଭରିବା ସକ୍ଷମତା ସୁନିଶ୍ଚିତ ହେଲେ ପୁନଃ ଏହା ଯାତ୍ରୀଙ୍କ ସେବାରେ ନିୟୋଜିତ ହେବା ନେଇ ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.