ETV Bharat / bharat

PM Security Lapse: ନଜର ପକାନ୍ତୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାର ଇତିହାସ - ଭାରତ ଇତିହାସରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବ୍ୟବସ୍ଥା

ନରେନ୍ଦ୍ର ମୋଦିଙ୍କ ଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପର୍ଯ୍ୟନ୍ତ । ନଜର ପକାନ୍ତୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାର ଇତିହାସ ଉପରେ । ଅଧିକ ପଢନ୍ତୁ

PM security lapse: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାର ଇତିହାସ

author img

By

Published : Jan 6, 2022, 6:48 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଥିବାବେଳେ ଆଜି ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆଜି ପ୍ରଧାନମନ୍ତ୍ରୀ 20 ମିନିଟ ଧରି ଏକ ଫ୍ଲାଏଓଭରରେ ଛିଡା ହୋଇ ରହିବା ପରେ ଏବେ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ପ୍ରୋଟୋକଲରେ ଖିଲାପ ଓ ଏପରି ବିଭ୍ରାଟ ଦେଶର ପ୍ରଥମ ନୁହେଁ। ନଜର ପକାନ୍ତୁ କେବେ ଘଟିଛି ଏପରି ସୁରକ୍ଷାରେ ଅବହେଳା ।

ଫେବୃଆରୀ 2019: ପଶ୍ଚିମବଙ୍ଗର ସହରଠାରୁ ପ୍ରାୟ 100 କିଲୋମିଟର ଦୂର ଉତ୍ତର 24 ପ୍ରଗଣାରେ ଅଶୋକ ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଏପରି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ଏପରି ବ୍ୟତିକ୍ରମ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ନିଜ ଅଭିଭାଷଣକୁ 20 ମିନିଟ୍ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡିଥିଲା । ସେଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉତ୍ତର 24 ପ୍ରଗଣା ଏବଂ ରାଜ୍ୟର ପଡୋଶୀ ନଦିଆ ଜିଲ୍ଲାର ଏକ ହିନ୍ଦୁ ଶରଣାର୍ଥୀ ସମ୍ପ୍ରଦାୟ ବ୍ୟାରିକେଡ୍ ଭାଙ୍ଗି ମଞ୍ଚ ଆଡକୁ ମୁହାଁଇଥିଲେ। ଫଳରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଧ୍ୟ ବିଳମ୍ବ ହୋଇଥିଲା ।

ମେ’ 2018: ସେହିପରି ବିଶ୍ୱ-ଭାରତୀ ସମାରୋହର ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିବାବେଳେ ସେଠାରେ ମଧ୍ୟ ସୁରକ୍ଷାରେ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି SPGର ସୁରକ୍ଷା ବଳୟ ଭେଦ କରି କରି ପ୍ରଧାନମନ୍ତ୍ରୀଙ୍କ ଆଡକୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ କାବୁ କାରାଯାଇଥିଲା ।

ଡିସେମ୍ବର 2017: ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡକୁ ଭୁଲ ମା଼ର୍ଗର ନେଇଥିଲେ ସୁରକ୍ଷାକର୍ମୀ। ଏହି ଅବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ଏବଂ କାର୍ଯ୍ୟାନୁଷ୍ଠାନର ବିସ୍ତୃତ ରିପୋର୍ଟ ମାଗିଥିଲେ । ଏହି ଅବ୍ୟବସ୍ଥା ପାଇଁ ଦୁଇ ଜଣ ପୋଲିସ ଅଧିକାରୀ ଦିଲୀପ ସିଂ ଏବଂ ପୋଲିସ ଡ୍ରାଇଭର ଜୟପାଲ ନିଲମ୍ବିତ କରିଥିଲେ ଯୋଗୀ ସରକାର।

ଡିସେମ୍ବର 2014: ଅକ୍ଟୋବର 31ରେ ନୂତନ ମହାରାଷ୍ଟ୍ର ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି ଦେଖାଯାଇଥିଲା। ଏଥିପାଇଁ ଜଣେ ପୋଲିସ୍ ଇନ୍ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳଙ୍କ ସମେତ ତିନିଜଣ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରଙ୍କ ଠାରୁ ଠାରୁ କିଛି ମିଟର ଦୂରରେ ଥିବା ପୋଡିୟମ ଉପରକୁ ଜଣେ ବ୍ୟକ୍ତି ଚଢିବାକୁ ଉଦ୍ୟତ ହେଉଥିବାବେଳେ ତାକୁ କାବୁ କରିଥିଲେ ସୁରକ୍ଷାକର୍ମୀ । ପରେ ଏହି ବ୍ୟକ୍ତି ଜଣଙ୍କ 39 ବର୍ଷିୟ କାର୍ଯ୍ୟକର୍ତ୍ତା ଅନୀଲ ମିଶ୍ର ବୋଲି ଜଣା ପଡିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ ।

ଡିସେମ୍ବର 2010: ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କେରଳ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନ ହୋଇଥିବା ଦେଖିବାକୁୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ କାରକେଡ ଯାଉଥିବା ମାର୍ଗରେ ଏକ ଘରୋଇ କାର ପ୍ରବେଶ କରିଥିଲା । ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ଏସପିଜି ଟିମ ଭୟଭୀତ ହୋଇପଡିଥିବାବେଳେ ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ଯାତ୍ରା ସ୍ବାଭାବିକ ହୋଇଥିଲା । ଅବଶ୍ୟ ଏହି ଅବହେଳାକୁ କେରଳ ସରକାର ଖଣ୍ଡନ କରିଥିଲେ । ତତ୍କାଳୀନ କେରଳ ଗୃହମନ୍ତ୍ରୀ କୋଡିୟେରୀ ବାଲାକ୍ରିଷ୍ଣନ୍ ଏପରି କିଛି ହୋଇ ନଥିବା ବିଧାନସଭାରେ ମତ ରଖିଥିଲେ ।

ନଭେମ୍ବର 2006: ପୁନର୍ବାର ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେରଳ ଗସ୍ତ ସମୟରେ ରାଜଧାନୀ ଥିରୁଅନନ୍ତପୁରମର ପ୍ରୋଟୋକଲରେ ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ କନଭୟ ନିର୍ଦ୍ଧାରିତ ମାର୍ଗ ଠାରୁ ଏକ ଭିନ୍ନ ମାର୍ଗରେ ପ୍ରବେଶ କରିଥିଲା । ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାତି ପ୍ରାୟ 9ରେ ଥିରୁଅନନ୍ତପୁରମରେ ପହଞ୍ଚି ରାଜ ଭବନକୁ ଯାଉଥିବା ବେଳେ ଏହି ଅବ୍ୟବସ୍ଥା ଘଟିଥିଲା । ସୁରକ୍ଷା ଦାୟିତ୍ବରେ ଥିବା ତତ୍କାଳୀନ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ନିର୍ଦ୍ଦେଶକ ମଧ୍ୟ କେରଳ ପୋଲିସ ମହାନିର୍ଦ୍ଦେଶକ ରମଣ ଶ୍ରୀବାସ୍ତବଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ।

ଜୁଲାଇ 2006: ନୂଆଦିଲ୍ଲୀରେ ଘଟିଥିବା ଏହି ଘଟଣା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା । ସୁରକ୍ଷା ବ୍ୟବସ୍ଥାକୁ ଉଲ୍ଲଂଘନ କରି ତିନିଜଣ ଯୁବକ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାସଭବନର ଭିତର ଫାଟକକୁ ପର୍ଯ୍ୟନ୍ତ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ କାବ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏପରି ସୁରକ୍ଷା ଉଲ୍ଲଂଘନ ଖବର ପ୍ରତ୍ୟାଖ୍ୟାନ କରିଥିଲା । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଥିବା 7-ରେସକୋର୍ସ ରୋଡରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଥିଲା ।

ତେବେ ଦେଶର ପରିବର୍ତ୍ତିତ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ନୂଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ବର୍ତ୍ତମାନ ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ ଏହି ଦାୟିତ୍ବରେ ରହିଛନ୍ତି । ତେବେ ତମାମ ବୈଷୟିକ ସହଯୋଗ ଓ ଉନ୍ନତ ଯୋଗାଯୋଗ ପ୍ରଣାଳୀ ସତ୍ତ୍ବେ ମଧ୍ୟ ଏପରି ବିଭ୍ରାଟ ସାମ୍ନାକୁ ଆସିବା ପରେ ପୁଣି ଥରେ ଦେଶର ସର୍ବୋଚ୍ଚ ନେତୃତ୍ବଙ୍କ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.