ETV Bharat / bharat

Russia Ukraine War: ସୁମିରୁ ଭାରତୀୟଙ୍କ ଉଦ୍ଧାର ଲାଗି ସ୍ବତନ୍ତ୍ର କରିଡର

author img

By

Published : Mar 7, 2022, 6:59 AM IST

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯେତେ ବଢୁଛି ଭାରତୀୟଙ୍କୁ ଉଦ୍ଧାର ଲାଗି ମଧ୍ୟ ସେତିକି ଅସୁବିଧା ହେଉଛି । ତେବେ କେନ୍ଦ୍ର ସରକାର ଅପରେସନ ଗଙ୍ଗାକୁ ଆହୁରି ତ୍ବରିତ୍ବ କରିଛନ୍ତି । ଅଧିକ ପଢନ୍ତୁ

Russia Ukraine War: ସୁମିର ଭାରତୀୟ ଉଦ୍ଧାର ଲାଗି ସ୍ବତନ୍ତ୍ର କରିଡର

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯେତେ ବଢୁଛି ଭାରତୀୟଙ୍କୁ ଉଦ୍ଧାର ଲାଗି ମଧ୍ୟ ସେତିକି ଅସୁବିଧା ହେଉଛି । ତେବେ କେନ୍ଦ୍ର ସରକାର ଅପରେସନ ଗଙ୍ଗାକୁ ଆହୁରି ତ୍ବରିତ୍ବ କରିଛନ୍ତି । ୟୁକ୍ରେନର ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ସବୁ ଉଦ୍ୟମ ଜାରି ରଖିଛନ୍ତି ।

ସେହିପରି ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଲାଗି ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଟିମ ଗଠନ କରାଯାଇଛି । ଏହି ଟିମ୍‌ ସୁମିରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ହୋଇଥିବା ସ୍ବତନ୍ତ୍ର କରିଡରର ତଦାରଖ ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ । ତେବେ ସୁମିର ପଶ୍ଚିମାଞ୍ଚାଳ ସୀମାରେ ଥିବା ପୋଲଟାଭା ଦେଇ ଉଦ୍ଧାର ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବେ ।

ଅନ୍ୟପଟେ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସରକାର ଅପରେସନ ଗଙ୍ଗା ମାଧ୍ୟମରେ ବିଭିନ୍ନ ଦେଶ ସୀମାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ବାୟୁସେନାର C-୧୭ ଗ୍ଲୋବ ମାଷ୍ଟର ସହ ଅନ୍ୟ ବିମାନ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.