ETV Bharat / bharat

ଘଣ୍ଟା ପ୍ରେମରେ ଶିକ୍ଷକ, ସଂଗ୍ରହ କରିଛନ୍ତି 400ରୁ ଊର୍ଦ୍ଧ୍ବ ଘଣ୍ଟା - ହାତଘଣ୍ଟା

ହାତରେ ଘଣ୍ଟା ପିନ୍ଧିବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି । ହେଲେ ଏଭଳି କିଛି ବ୍ୟକ୍ତି ଥାନ୍ତି ଯିଏ ଭଳିକି ଭଳି ଘଣ୍ଟା ପିନ୍ଧିବା ଓ ତାକୁ ସଂଗ୍ରହ କରି ସଂରକ୍ଷିତ ରଖିବାକୁ ପସନ୍ଦ କରନ୍ତି .. ଚାଲନ୍ତୁ ଭେଟିବା କର୍ଣ୍ଣାଟକର ଏଭଳି ଜଣେ ଶିକ୍ଷକଙ୍କୁ, ଯିଏ ଘଣ୍ଟା ପ୍ରେମରେ ବାୟା...

ଘଣ୍ଟା ପ୍ରେମରେ ଶିକ୍ଷକ, ସଂଗ୍ରହ କରିଛନ୍ତି 400ରୁ ଊର୍ଦ୍ଧ୍ବ ଘଣ୍ଟା

author img

By

Published : Jun 13, 2021, 5:33 PM IST

ବେଙ୍ଗାଲୁରୁ: ଦକ୍ଷିଣ କର୍ଣ୍ଣାଟକର ଚାମରାଜନଗର ଠାରେ ଥିବା ପୋନ୍ନଚି ମହାଦେବାସ୍ବାମୀଙ୍କ ଘର ପରିଣତ ହୋଇଛି ଏକ ଘଣ୍ଟା ଶୋ' ରୁମରେ । ଯେଉଁଠାରେ ରହିଛି ଭଳିକି ଭଳି ଘଣ୍ଟା । ତାଙ୍କ ଘରେ HMT ଘଣ୍ଟାର ଅନେକ ଭେରାଇଟି ରହିଛି । ଯେଉଁଥିରେ ରହିଛି ଜନତା, କୋହିନୁର, କାଞ୍ଚନ, ପାଇଲଟ, ଚାଣକ୍ୟ ଭଳି କମ୍ପାନୀର ଅନେକ ଘଣ୍ଟା । ପୋନ୍ନଚି ବୃତ୍ତିରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶାରେ ଜଣେ ଘଣ୍ଟା ସଂଗ୍ରାହକ ପାଲଟିଛନ୍ତି । ଯାହାକୁ ତାଙ୍କ ଘରକୁ ଦେଖିଲେ ମନେ ହୋଇଥାଏ ।

ଘଣ୍ଟା ପ୍ରେମରେ ଶିକ୍ଷକ, ସଂଗ୍ରହ କରିଛନ୍ତି 400ରୁ ଊର୍ଦ୍ଧ୍ବ ଘଣ୍ଟା

ସମ୍ପ୍ରତି ଯୁଗରେ ହାତରେ ଘଣ୍ଟା ପିନ୍ଧୁଥିବା ବ୍ୟକ୍ତି ଖୁବ କମ ପରିମାଣରେ ଦେଖିବାକୁ ମିଳୁଛି ଏହାର କାରଣ ହେଉଛି ମୋବାଇଲ ଯୁଗର ଆଗମନ । କିନ୍ତୁ ଘଣ୍ଟା ପ୍ରତି ନିଜର ଭଲ ପାଇବା ଯୋଗୁଁ ଏହି ଶିକ୍ଷକ ଜଣକ ଗତ 1 ବର୍ଷ ଧରି ବିଭିନ୍ନ ପ୍ରକାରର ଘଣ୍ଟା କ୍ରୟ କରିଆସୁଛନ୍ତି । ଲକଡାଉନରେ ମିଳିଥିବା ଅବସର ସମୟକୁ ଅପଚୟ ନ କରି ଘଣ୍ଟାଗୁଡିକର ମରାମତି କୌଶଳ ଶିଖୁଛନ୍ତି । ପୋନ୍ନଚି ବୃତ୍ତିରେ ଜଣେ ଲେଖକ ଥିବା ବେଳେ ରାଜ୍ୟର ହୁନୁରୁ ଅଞ୍ଚଳର ରହୁଛନ୍ତି । କିନ୍ତୁ ବର୍ତ୍ତମାନ ସେ ଶିକ୍ଷା ବିଭାଗର ବ୍ଲକ ରିସୋର୍ସ ପର୍ସନ ଭାବେ ୟେଲାଣ୍ଡୁରୁରେ କାର୍ଯ୍ୟ କରୁଛନ୍ତି ।

ଘଣ୍ଟାକୁ ସେ ଏତେ ଭଲ ପାଉଥିଲେ ଯେ ପ୍ରଥମେ ସେ ଶୋ’ରୁମ, ସ୍କ୍ରାପ ୱାଚ ଷ୍ଟୋର ଏବଂ ଅନଲାଇନ ଷ୍ଟୋରରୁ HMT ଘଣ୍ଟା ସଂଗ୍ରହ କରିବା ଆରମ୍ଭ କରିଥିଲେ। ଘଣ୍ଟା ପ୍ରତି ପୋନ୍ନଚିଙ୍କ ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଏକ ପ୍ରତିଶୃତି ଦେଇଥିଲେ । ତେବେ ସେ ଯଦି SSCL ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ପିତା ତାଙ୍କୁ ହାତଘଣ୍ଟା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ପରୀକ୍ଷାରେ ପୋନ୍ନଚି ବିଫଳ ହୋଇଥିଲେ । ମାତ୍ର ଘଣ୍ଟା ପ୍ରତି ଥିବା ତାଙ୍କ ଭଲ ପାଇବାରେ କୌଣସି ପ୍ରକାର ଆଞ୍ଚ ଆସିନଥିଲା । ଗତ 1 ବର୍ଷ ପୂର୍ବେ ମହୀଶୂରର ଏକ ଦୋକାନରୁ ସେ ଗୋଟିଏ HMT ଘଣ୍ଟା କିଣିଥିଲେ । ଏହା ପରେ HMT ଘଣ୍ଟା କିଣିବା ତାଙ୍କର କ୍ରମାଗତ ଅଭ୍ୟାସ ପାଲଟିଯାଇଥିଲା । ଏଭଳି ଘଣ୍ଟା ସଂଗ୍ରହ କରିବା ପରେ ବର୍ତ୍ତମାନ ପୋନ୍ନଚିଙ୍କ ଘରେ ଥିବା ମ୍ୟୁଜିୟମରେ ରହିଛି 45ରୁ 50 ବର୍ଷର ପୁରୁଣା ଘଣ୍ଟା ।

ତାଙ୍କ ଘରେ ଥିବା ସଂଗ୍ରହାଳୟ HMT ଘଣ୍ଟାର ଗନ୍ତାଘର ପାଲଟିଛି । ତାଙ୍କ ଘରେ ରହିଛି ଜନତା, କୋହିନୁର, କାଞ୍ଚନ, ପାଇଲଟ, ଚାଣକ୍ୟ, ବିଜୟ, ସୋନା, ରଜତ, କଲ୍ୟାଣ, ସୌରଭ, ଆଶ୍ରୟ, ସୌର୍ୟ ଭଳି ଆହୁରି ଅନେକ ଭେରାଇଟିର ଘଣ୍ଟା । ସେହିପରି ମହିଳାଙ୍କ ହାତଘଣ୍ଟା ପାଇଁ ରହିଛି କାବେରୀ, ଗୋଦାବରୀ, ତାରା, ଦୀପ୍ତି, କପିଳା, ଶାଲିନି, ସ୍ନେହା, ପ୍ରିୟା, ସିନ୍ଧୁ, ଗଙ୍ଗା, ଅମୂଲ୍ୟ । 400 ଘଣ୍ଟା ମଧ୍ୟରୁ ମୋଟ 80 ଭେରାଇଟିର ଘଣ୍ଟା ରହିଛି ପୋନ୍ନଚିଙ୍କ ସଂଗ୍ରହାଳୟରେ ।

HMT ଘଣ୍ଟା ପିନ୍ଧିବା ଓ ସଂଗ୍ରହ କରିବା ପୋନ୍ନଚିଙ୍କୁ ଖର୍ଚ୍ଚାନ୍ତରେ ମଧ୍ୟ ପକାଇଥିଲା । ଏହି ଘଣ୍ଟାଗୁଡିକର ମରାମତି ପାଇଁ ପୋନ୍ନଚିଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡୁଥିଲା । ଘଣ୍ଟାଗୁଡ଼ିକର ବେଲ୍ଟ କିମ୍ବା ଚେନ ବଦଳାଇବାକୁ ହେଲେ, ପ୍ରକୃତ ମୂଲ୍ୟଠାରୁ ତାଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା । ଏଭଳି ସମସ୍ୟାର ସମାଧାନ ପାଇଁ ସେ ୟୁଟ୍ୟୁବ ଓ ବନ୍ଧୁଙ୍କ ସହାୟତାରେ ଘଣ୍ଟାର ମରାମତି କାର୍ଯ୍ୟ ଶିଖିବାକୁ ଲାଗିଥିଲେ ।

ଅନ୍ୟପଟେ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ପୋନ୍ନଚି ସୁନାମ ଅର୍ଜନ କରିଛନ୍ତି । 'ଦୁପଡା ମକ୍କାଲୁ' ନାମକ ପୁସ୍ତକ ଲେଖି 2020 ମସିହାରେ ପୋନ୍ନଚି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ । ଏହାସହିତ କ୍ଷୁଦ୍ର କବିତା ପୁସ୍ତକ ଲେଖକ ଭାବେ ମଧ୍ୟ ପୋନ୍ନଚିଙ୍କ ଆଉ ଏକ ଭିନ୍ନ ପରିଚୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.