ETV Bharat / bharat

ଲଢୁଆ ବିମାନ ସୁଖୋଇ-ମିରାଜ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ - IAF Fighter Jet Crash

ମଧ୍ୟପ୍ରଦେଶରେ ଦୁଇଟି ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫାଇଟର ଜେଟ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶରେ ସୁଖୋଇ ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

author img

By

Published : Jan 28, 2023, 11:36 AM IST

Updated : Jan 28, 2023, 3:59 PM IST

ଭୋପାଳ: ମଧ୍ୟପ୍ରଦେଶ ମୋରେନାରେ ଅଘଟଣ । ବାୟୁସେନା ବିମାନ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସକୁ ଉଡାଣ ଭରିଥିବା ଦୁଇଟି ଯୁଦ୍ଧବିମାନ । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସିଡିଏସ ଅନୀଲ ଚୌହାନ ଓ ଆଇଏଏଫ ମୁଖ୍ୟ ଭିଆର ଚୌଧୁରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିିିଛି ।

  • A Sukhoi-30 and Mirage 2000 aircraft have crashed near Morena, Madhya Pradesh. Details awaited. Search and rescue operations launched: Defence Sources pic.twitter.com/p1WhVtjZEZ

    — ANI (@ANI) January 28, 2023 " class="align-text-top noRightClick twitterSection" data=" ">

ଦୁର୍ଘଟଣା ଏତେ ଭୟଙ୍କର ଯେ ସୁଖୋଇ-30 ଓ ମିରାଜ ଫାଇଟର ଜେଟ ଖଣ୍ଡଖଣ୍ଡ ହୋଇଛି । ବିମାନରେ ଭୟଙ୍କର ନିଆଁ ମଧ୍ୟ ଲାଗିଯାଇଛି । ପାହାଡଗଡର ଇଶ୍ବର ମହାଦେବ ଜଙ୍ଗଲରେ ଏହି ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁସାରେ ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସ୍‌ରୁ ଉଡାଣ ଭରିଥିଲା ଦୁଇ ଯୁଦ୍ଧ ବିମାନ । ବାୟୁସେନା ଅଭ୍ୟାସ ସମୟରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁଖୋଇରେ 2 ଜଣ ପାଇଲଟ ଥିଲେ ମିରାଜରେ ଜଣେ ପାଇଲଟ ଥିଲେ । ଅନ୍ୟ 2 ଜଣେ ପାଇଲଟ ଆହତ ହୋଇଛନ୍ତି । ବାୟୁସେନାର ଏକ ହେଲିକପ୍ଟର ତୃତୀୟ ପାଇଲଟଙ୍କ ଲୋକେସନରେ ପହଞ୍ଚିଛି ।

  • #WATCH | Wreckage seen. A Sukhoi-30 and Mirage 2000 aircraft crashed near Morena, Madhya Pradesh. Search and rescue operations launched. The two aircraft had taken off from the Gwalior air base where an exercise was going on. pic.twitter.com/xqCJ2autOe

ଏହା ବି ପଢନ୍ତୁ...ରାଜସ୍ଥାନରେ ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ, କାରଣ ଅସ୍ପଷ୍ଟ

ସୁଖୋଇ-30 ଏବଂ ମିରାଜ 2000 ବିମାନ ଦୁର୍ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ ଇନକ୍ୟୁଆରୀ ଗଠନ ହୋଇଛି । ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରେ 2 ବାୟୁସେନା ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇ ବିମାନ ପରସ୍ପର ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି ନା ଅନ୍ୟ କିଛି କାରଣ ଅଛି ତାର ତଦନ୍ତ ହେବ । ଦୁର୍ଘଟଣା କିପରି ହେଲା ସେନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମଧ୍ୟପ୍ରଦେଶ ସହିତ ରାଜସ୍ଥାନର ଭରତପୁର ଜିଲ୍ଲାରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ ଅଧୀକ୍ଷକ ଶ୍ୟାମ ସିଂହ କହିଛନ୍ତି ଉଚ୍ଛେନ ସହରର ଏକ ଖୋଲା ସ୍ଥାନରେ ବିମାନ ଦୁର୍ଘଟଣା ହୋଇଛି ।

ପ୍ରକାଶ ଥାଉ କି, ସୁଖୋଇ ଓ ମିରାଜ ବିମାନ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଉତ୍ତର ପ୍ରଦେଶର ଆଗ୍ରାରୁ ଉଡାଣ ଭରିଥିବା ଏକ ହେଲିକପ୍ଟର ରାଜସ୍ଥାନର ଭରତପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜିଲ୍ଲାପାଳ ଆଲୋକ ରଞ୍ଜନ ପ୍ରାଥମିକ ସୂଚନା ଦେଇ ଭରତପୁରର ଏକ ଚାଟାର୍ଡ ଏୟାରକ୍ରାଫ୍ଟ କ୍ରାସ ହୋଇଥିବା କହିଥିଲେ । ପୋଲିସ ଓ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ଏହା ବାୟୁସେନାର ମିଗ୍‌ ବିମାନ ବୋଲି ଜଣା ପଡ଼ିଛି ।

Last Updated : Jan 28, 2023, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.