ETV Bharat / bharat

ବୋଉ ପାଇଁ ଚିଠି ଟିଏ...

ମାତୃ ଦିବସ...ଏହା କେବଳ ଗୋଟିଏ ଦିନ ପାଇଁ ପ୍ରଯୁଜ୍ୟ ନୁହେଁ, ଏହା ସତ ସବୁଦିନ ପାଇଁ । ବୋଉ ପାଇଁ ପୁଣି ଗୋଟିଏ ଦିନ କଣ, ତା ପାଇଁ ବା ସବୁ ଦିନ ଉତ୍ସର୍ଗ । ବାହାରେ ରହୁଥିବା ଝିଅର ଗେହ୍ଲୀ ବୋଉ ପାଇଁ ସ୍ନେହବୋଳା ଚିଠିଟିଏ । ଯାହାକୁ ପଢିଲେ ପିଲା ଦିନ କଥା ମନେ ପଡିଯିବା ସହ ବୋଉର ସ୍ନେହ-ଆଦର ଆଖିରେ ଲୁହ ଆଣିଦେବ । ସମୟ ସୁବିଧା ପାଇଲେ ବୋଉ ପାଇଁ ଚିଠି ଟିଏ ଲେଖି ଦିଅନ୍ତୁ । ତା ଅବୁଝା ମନଟା ଟିକେ ବୁଝିଯିବ । ମଦର୍ସ ଡେ ଅବସରରେ ବୋଉ ପାଇଁ ଏକ ଉପହାର ଭରା ଚିଠି....

author img

By

Published : May 9, 2021, 7:11 AM IST

ବୋଉ ପାଇଁ ଚିଠି ଟିଏ...
ବୋଉ ପାଇଁ ଚିଠି ଟିଏ...

ମୋ ଅଲିଅଳି ବୋଉ,

କେମିତି ଅଛୁ, ତୋ ଦେହ ପା' ଭଲ ଅଛି ନା, କହୁଥିଲୁ କି ଦେହ ଟିକେ ଉଷୁମ ଲାଗୁଛି । ଏବେ ଭଲ ଅଛୁ ନା, ତୋର ସବୁବେଳେ ସେଇ ଏକା ଜିଦି, ପାଟିକୁ ଔଷଧ ଗୁଡାକ କେମିତି ପିତା ପିତା ଲାଗୁଛି । ଭାଇ-ଦେଇ ଯେତେ କହିଲେ ବି ତୁ ଶୁଣିବୁନି । ଜଲଦି ଭଲ ହୋଇଯା, ତୋ ହାତ ତିଆରି ମିଠା କାନିକା ଓ ଗୁଆଘିଅ ଡାଲମା ଖାଇବାକୁ ମୋର ଭାରି ମନ ହେଉଛି । ଈଶ୍ବର କରନ୍ତୁ ତୁ ଭଲରେ ଥା' । ତୋତେ ମୋର ଆୟୁଷ ବି ଲାଗିଯାଉ । ସବୁ ଜନ୍ମରେ ତୁ ମୋ ବୋଉ ହେଇ ଆସେ ।

ତୁ ଏ ଚିଠି ପଢି ଭାରି ଆଶ୍ଚର୍ଯ୍ୟ ହେଉଛି ନା କି ଏତେ ଦିନ ପରେ ମୋର ଆଜି କେମିତି ତୋ କଥା ମନେ ପଡିଗଲା । ନାଇଲୋ ବୋଉ, ତୋ କଥା ଆଜି କଣ, ସବୁବେଳେ ମୋର ମନେ ପଡେ, ବାହାରେ ରହିଛି ବୋଲି କଣ, ତୋତେ ପାଶୋରି ପକାଇବି । ଏହା କଣ ସମ୍ଭବ । ହଁ ଏହା ସତ ଯେ, ଅଫିସରେ କାମ ବ୍ୟସ୍ତତା ଯୋଗୁଁ ତୋତେ ଟିକେ ଫୋନ କରିପାରୁନାହିଁ । ସେଥିପାଇଁ ତୁ ସବୁବେଳେ ଅଭିମାନ କରିଥାଉ । ଜାଣିଛୁ ଲୋ ବୋଉ, ଆଜି କଣ, ଆଜି ହେଉଛି ତୋ ଦିବସ, ମାନେ 'ମାତୃ ଦିବସ' । କାହିଁ କେଜାଣି ସକାଳୁ ତୋ କଥା ଭାରି ମନେ ପଡିଲା । ମନଟା ବଡ ବ୍ୟସ୍ତ ବିବ୍ରତ ହୋଇପଡିଲା ।

ମୋବାଇଲ ଦେଖିଲା ବେଳକୁ ଜଣାପଡିଲା କି ଆଜି ହେଉଛି ମଦର୍ସ ଡେ'। ଭାବିଲି ତୋ ପାଖକୁ ଯାଇ ତୋତେ ସିନା ଟିକେ ସ୍ନେହରେ କୁଣ୍ଢେଇ ପାରିବିନି, କିନ୍ତୁ ତୋ ପାଇଁ ଗୋଟିଏ ଚିଠି ତ ଲେଖି ପାରିବି। ତୁ ଏ ଚିଠି ପଢି ବେଶ ଖୁସି ହେଇଯିବୁ ।

ବାହାରେ ରହିଲେ ବି ତୋ କଥା ବହୁତ ମନେ ପଡେ । ସକାଳୁ ଉଠିଲା ବେଳକୁ ଆରମ୍ଭ କରି ରାତିରେ ଶୋଇଲା ପର୍ଯ୍ୟନ୍ତ କେବଳ ତୋରି କଥା । ଏ ଡ୍ରେସଟା କେମିତି ପିନ୍ଧିଲେ ଭଲ ଲାଗିବ, ପଣସ ତରକାରି ପାଇଁ କେମିତି ଆଳୁ କଟା ହେବ, କେତେ ବିରି ଆଉ କେତେ ମାପର ଚାଉଳ ପଡିଲେ, ଚକୁଳିଟା ନରମ ହେବ, ମାଛ ତୁଅଣରେ କେତେ ସୋରିଷ ମସଲା ଦିଆଯିବ, ସଜନା ଶାଗ ଭଜା କେମିତି ହେବ, ଏ ସବୁ ଯେତେବେଳେ କଲେ ତୋ କଥା ଭାରି ମନେ ପଡେ । ସେତିକିବେଳେ ଭାବେ ବୋଉ ପାଖରେ ଥିଲେ କେଡେ ଭଲ ହୋଇଥାନ୍ତା ।

ଏଥର ଜୁନ୍‌ରୁ ଘରୁ ଆସିଲା ବେଳକୁ ଯେଉଁ ଆରିସା ପିଠା ଓ ବଢି ଦେଇଥିଲୁ, ସେ ସବୁ ସରିଗଲାଣି। ଯେତେ ଚେଷ୍ଟା କଲେ ବି ତୋ ଭଳି ଆରିସା ପିଠା ମୋ ଦ୍ବାରା ହୋଇପାରୁ ନାହିଁ । ଘରେ ଥିଲାବେଳେ ସବୁବେଳେ କହୁ ଶାଶୁଘର ଗଲେ ଖାଲି ଗଞ୍ଜଣା ଶୁଣିବୁ । ନା ଶାଗ ଭଜା ଆସୁଛି, ନା ପିଠା ତିଆରି ଆସୁଛି । ଆଜି ତୋ କଥା ସତ ହେଲା ଭଳି ଲାଗୁଛି । ଏଯାବତ୍ କିଛି ଶିଖି ପାରିଲି ନାହିଁ ।

ବାହାର ଦେଶରେ ରହିଲେ ବୋଉର ତାତ୍ପର୍ଯ୍ୟଟା ବେଶ୍ ବୁଝାପଡେ । ବୋଉ ଜୀବନର ଏମିତି ଏକ ଅଙ୍ଗ, ଯାହା ସହିତ କେହି ସରି ହୋଇ ପାରିବେ ନାହିଁ। ତା ଜାଗା କେହି ନେଇ ପାରିବେ ନାହିଁ । ବୋଉ ପାଖରେ ଥିଲାବେଳେ ସତ ସିଂହର ବଳ ଥିଲା ଭଳି ଲାଗେ। ଏମିତି ଅନୁଭବ ହୁଏ, ମୋର କେହି କିଛି କରିପାରିବେ ନାହିଁ, କାରଣ ପାଖରେ ମୋ ବୋଉ ଅଛି ।

ବୋଉ ଲୋ' ଜାଣିଛୁ ଦେହ ଟିକିଏ ଖରାପ ହେଲେ, ତୋ କଥା ଭାରି ମନେ ପଡୁଛି । ଆଖିରେ ଲୁହ ଚାଲି ଆସୁଛି । 2 ଦିନ ହେଲାଣି ଜ୍ବର ଛାଡୁ ନ ଥିଲା, ଔଷଧ ଖାଇଲା ପରେ ଟିକିଏ ଭଲ ଅଛି । ତୁ ବ୍ୟସ୍ତ ହେବୁ ବୋଲି ତୋତେ କିଛି କହି ନ ଥିଲି । ଘରେ ଥିଲାବେଳେ ପାଖରେ ତୁ ସେମିତି ବସି ରହିଥାଉ, କୁଆଡେ ଯାଉନା ଛାଡି କି, କଷ୍ଟ ସହି ନ ପାରି କାନ୍ଦି ପକାଏ ବୋଲି ପାଟି କରୁ ମୋତେ, ଆଉ କହୁ କି ଯେତେବେଳେ ମୁଁ ମନା କରୁଥିଲି, ବର୍ଷାରେ ଓଦା ହଅନା, ଆଇସକ୍ରିମ ଏତେ ଖାଆନା, ସେତେବେଳେ ତ କଥା ମାନିଲୁନି, ଆଉ ଏବେ କାହିଁକି 'ବୋଉ' 'ବୋଉ' ହେଉଛୁ ।

ବହୁତ ଥର କହିଲୁଣି ମୋତେ, କି ଘରକୁ ପଳାଇ ଆସେ । ଚାକିରୀ କରନା। ନ ହେଲେ ବୋଉକୁ ଆଉ ଦେଖିପାରୁବୁନି । ଏମିତି କେତେ କଣ କହି ତୁ ମୋତେ କନ୍ଦାଇ ପକାଇଛୁ । ହଁ ଲୋ ବୋଉ ମୁଁ ତୋ ପାଖକୁ ଜଲଦି ପଳାଇବି । ତୁ ଜମା ବ୍ୟସ୍ତ ହଅନା। ବାପା ଗଲା ପରେ ଆମର ଆଉ କିଏ ଅଛି କି, ତୁ ଆମର ସାହା ଭରସା । ମନ ଋଣା କରନା । ତୋ ପାଇଁ ଖଣ୍ଡିଏ ଶାଢୀ ପଠାଇଛି । ପିନ୍ଧିଦବୁ, ଭଲ ନ ଲାଗିଲେ ଦେଇକୁ କହିବୁ ଆଉ ଗୋଟିଏ ଶାଢୀ ନେଇ ଆସିଥିବ ।

ଘରୁ ପାଦ କାଢି ବାହାର ରହିଲେ ତୋ କଥା ଭାରି ମନେ ପଡେ । ସେତେବେଳେ ମନକୁ ଆସେ କାହିଁକି ଚାକିରୀ କରୁଥିଲି । ତୋ କୋଳରେ ଘଡିଏ ଶାେଇ ପଡିଲେ, ଯେଉଁ ଆନନ୍ଦ ଅଛି, ତାହା ଆଉ କେଉଁଠି ନାହିଁ । ଚାକଚକ୍ୟ ସହରର ଅଏସ ଆରାମ ଏହା ଆଗରେ ଏକଦମ୍ ଫିକା ।

ବୋଉ ଲୋ, ଏବେ ଅଫିସ ଯିବାକୁ ପଡିବ । ମୁଁ ଯାଉଛି ବାହାରିବି, ନ ହେଲେ ବିଳମ୍ବ ହୋଇଯିବ ଯେ, ତୁ ମୋ ଚିଠି ପଢି କାନ୍ଦିବୁନି, ତୋତେ ମୋ ରାଣ, ବେଶୀ କାନ୍ଦିଲେ ବା ତୋର ରକ୍ତଚାପ ବଢିଯିବ । ମନଦୁଃଖ କରିବୁନି । ପଇସା ପଠାଇଛି, ସନ୍ଦେଶ ନ ହେଲେ ରସଗୋଲା କିଣି ଖାଇଦେବୁ । ମୁଁ ଜଲଦି ତୋ ପାଖରେ ଯାଇ ପହଞ୍ଚିବି । ଦେହ ପା ପ୍ରତି ଧ୍ୟାନ ରଖିଥିବୁ ।

ଇତି ତୋର

'ଗେହ୍ଲାର ସାନ ଝିଅ'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.