ETV Bharat / bharat

Indian in Ukraine: ଫେରୁଛନ୍ତି ନାଗରିକ, କାଲି ଦିଲ୍ଲୀ ପହଞ୍ଚିବ ସ୍ବତନ୍ତ୍ର ବିମାନ

author img

By

Published : Feb 25, 2022, 10:12 PM IST

ସ୍ବତନ୍ତ୍ର ବିମାନରେ ଫେରୁଛନ୍ତି ଭାରତୀୟ ନାଗରିକ । ୟୁକ୍ରେନ ଉପରେ ଋଷ ଆକ୍ରମଣ ପରେ ଫସି ରହିଥିଲେ ଭାରତୀୟ ନାଗରିକ । ଅଧିକ ପଢନ୍ତୁ

Indian in Ukraine: ଫେରୁଛନ୍ତି ନାଗରିକ, ଆସନ୍ତାକାଲି ପହଞ୍ଚିବ ଦିଲ୍ଲୀ ବିମାନବନ୍ଦରରେ ଭାରତୀୟଙ୍କ ବିମାନ

ନୂଆଦିଲ୍ଲୀ: ସ୍ବତନ୍ତ୍ର ବିମାନରେ ଫେରୁଛନ୍ତି ଭାରତୀୟ ନାଗରିକ । ୟୁକ୍ରେନ ଉପରେ ଋଷ ଆକ୍ରମଣ ପରେ ଫସି ରହିଥିଲେ ଭାରତୀୟ ନାଗରିକ । ଆସନ୍ତାକାଲି ୯ଟା ୪୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ ସ୍ବତନ୍ତ୍ର ବିମାନ ।

ତେବେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଦ୍ବାରା ପ୍ରସ୍ତୁତି ଜୋରଦାର କରାଯାଉଛି । ମାତ୍ର ଯୁଦ୍ଧର ପରିଣାମ ଟିକେ ଶାନ୍ତ ହେବା ପରେ ବିଭିନ୍ନ ଦେଶ ବାଟ ଦେଇ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଯୁଦ୍ଧ ପରେ ଏହା ପ୍ରଥମ ବିମାନ ଆସି ଭାରତରେ ପହଞ୍ଚିବ ।

ସେହିପରି ଆଉ ୪ଶହ ୭୦ଜଣ ଛାତ୍ରଛାତ୍ରୀ ଆଜି ଅନ୍ୟ ଏକ ବିମାନ ଯୋଗେ ଭାରତ ଫେରିବେ । ତେବେ ରୋମାନିଆ ବର୍ଡର ଦେଇ ପୋରବନେ-ସିରେଟ୍‌ ହୋଇ ଆସିବା ପାଇଁ ବ୍ୟବସ୍ଥା କରିଛି ଭାରତୀୟ ଦୂତାବାସ । ୟୁକ୍ରେନକୁ ଲାଗି ରହିଥିବା ପଡୋଶୀ ଦେଶ ସୀମା ଦେଇ ନାଗରିକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି କିଭ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ଏହାରି ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀମାନେ ମଧ୍ୟ 15 କିମି ପାଦରେ ଚାଲିଚାଲି ଦୂତାବାସ ଅଫିସକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.