ETV Bharat / bharat

ସାକାର ହେଲା ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ସ୍ବପ୍ନ; ଗାଁରେ ନାହିଁ ଗୋଟିଏ ବି କଚ୍ଚାଘର, ମିଳୁଛି ସବୁ ସୁବିଧା - ଆର ଶାନମୁଗାମ

ତାମିଲନାଡୁର ଓଦାନତୁରାଇ ଗାଁ , ଯେଉଁଠି ନାହିଁ ଗୋଟିଏ ବି କଚ୍ଚା ଘର । ସମସ୍ତଙ୍କ ପକ୍କା ଘର ସହ ପିଇବା ପାଇଁ ପାଣି, ପିଲା ପଢିବାକୁ ସ୍କୁଲ , ଘରେ ଘରେ ଶୌଚାଳୟ, ବିଦ୍ୟୁତ ଯୋଗାଣ ସମେତ ରହିଛି ସମସ୍ତ ମୌଳିକ ସୁବିଧା । ସ୍ବଚ୍ଛ , ସୁନ୍ଦର , ସୁବ୍ୟବସ୍ଥିତ ଏହି ଗାଁର ବିଶ୍ବକର୍ମା ହେଉଛନ୍ତି ପଞ୍ଚାୟତର ପୂର୍ବତନ ଅଧ୍ୟକ୍ଷ ଶାନମୁଗାମ । ଯେ କି ଗାନ୍ଧିଜୀଙ୍କ ଗ୍ରାମ ସ୍ବାରାଜ ସ୍ବପ୍ନକୁ କରିଛନ୍ତି ବାସ୍ତବ ।

ସାକାର ହେଲା ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ସ୍ବପ୍ନ; ଗାଁରେ ନାହିଁ ଗୋଟିଏ ବି କଚ୍ଚାଘର, ମିଳୁଛି ସବୁ ସୁବିଧା

author img

By

Published : Nov 18, 2020, 5:58 PM IST

କୋଏମ୍ବାଟୁର: ଭାରତର ଅନେକାଞ୍ଚଳରେ ଥିବା କୁଡିଆ ଘର କେବଳ ସମାଜର ଆର୍ଥିକ ବିଭାଜନକୁ ସୂଚାଇ ନଥାଏ, ବରଂ ଏହା ଦର୍ଶାଏ କି ଜାତିବାଦର ଚେର ଦେଶରେ କେତେ ଗଭୀର । କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ପ୍ରଥମେ କଚ୍ଚା ଘର ହିଁ ଭୁଶୁଡିଥାଏ। ଏଣୁ କୌଣସି ସରକାରଙ୍କ ପଇଁ କଚ୍ଚା ଘର ମୁକ୍ତ ରାଜ୍ୟ ଗଠନ ଏକ ମାଇଲ ଷ୍ଟୋନ ନୁହେଁ ବରଂ ସମାନ୍ତରଳ ସମାଜ ଗଠନର ଏକ ପ୍ରୟାସ ।

ସାକାର ହେଲା ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ସ୍ବପ୍ନ; ଗାଁରେ ନାହିଁ ଗୋଟିଏ ବି କଚ୍ଚାଘର, ମିଳୁଛି ସବୁ ସୁବିଧା

ଆମେ ସଭିଏଁ ଏପରିକି ଆମ ରାଜନେତା ମଧ୍ୟ ମାନନ୍ତି କି କଚ୍ଚା ଘର ଗରିବୀର ପ୍ରତୀକ ଅଟେ । ଏଣୁ ସର୍ବଦା ଚେଷ୍ଟା କରିଥାନ୍ତି କି ଭାରତ ଆସୁଥିବା ବିଦେଶୀଙ୍କ ନଜରରେ ନପଡୁ ଏହି କୁଡିଆ ଓ ବସ୍ତି । ଆଉ ଏଥି ପାଇଁ ସେମାନେ ବସ୍ତି ଅଞ୍ଚଳ ସମ୍ମୁଖରେ କାନ୍ଥ ବି ନିର୍ମାଣ କରିଥିବା ନଜୀର ରହିଛି । ହେଲେ ଏସବୁ ଦୁଷ୍ଟାନ୍ତ ମଧ୍ୟରେ ଏଭଳି ଜଣେ ମଣିଷ ରହିଛି , ଯିଏ ଗାଁର ସମସ୍ତ କୁଡିଆକୁ କଂକ୍ରିଟ ଘରରେ ପରିବର୍ତ୍ତନ କରି ଦେଇଛି ଓ ସ୍ଥାନୀୟ ଅଞ୍ଚଳକୁ ସମ୍ପୁର୍ଣ୍ଣ ରୂପେ କୁଡିଆ ମୁକ୍ତ କରିଦେଇଛି ।

ଆମେ ଯେବେ କୋଏମ୍ବାଟୁର ଜିଲ୍ଲାର ମେଟଟୁପାଲୟମ ନିକଟସ୍ଥ ତାମିଲନାଡୁର ଓଦାନତୁରାଇ ଗାଁରେ ପ୍ରବେଶ କରୁଛୁ ତ ପିଇବା ପାଣି, ପବନ ଓ ସୌର ଶକ୍ତି ସହ ସଯୁଂକ୍ତ ଘର ଦେଖିବାକୁ ମିଳିଛି । ଆଉ ଏସବୁ ସଫଳ ହୋଇପାରିଛି ପଞ୍ଚାୟତର ପୂର୍ବତନ ସଭାପତି ଶାନମୁଗାମଙ୍କ ପାଇଁ । ଏହି ପଞ୍ଚାୟତ ପାଇଁ ସେ ପବନ ଚକ୍ରି ଫାର୍ମ ତିଆରି କରିଛନ୍ତି । ଯାହାକି ପ୍ରତିବର୍ଷ 8 ଲକ୍ଷ ୟୁନିଟ ବିଦ୍ୟୁତ ଉତ୍ପନ୍ନ କରୁଛି । ଆଉ ଏହି ବିଦ୍ୟୁତର ବ୍ୟବହାର ସାଧାରଣତଃ ଗ୍ରାମବାସୀ କରିଥାନ୍ତି , ଆଉ ଅବଶିଷ୍ଟ ବିଦ୍ୟୁତ ରାଜ୍ୟ ସରକାରଙ୍କ ବିଦ୍ୟୁତ କମ୍ପାନୀକୁ ବିକ୍ରି କରାଯାଇଥାଏ । ଆତ୍ମନିର୍ଭରର ଏହା ଜ୍ବଳନ୍ତ ଉଦାହରଣ ଅଟେ ।

ଗ୍ରାମବାସୀଙ୍କ ପାଇଁ ଶାନମୁଗନ 850 ପରିବେଶ ଅନୁକୂଳ ଘର ତିଆରି କରିଛନ୍ତି । ଆଉ ଏଥିପାଇଁ ସେ ଅଧିଗ୍ରହଣ ହୋଇଥିବା ଜମି ଫେରସ୍ତ ଆଣିଲେ । ଏହା ବ୍ୟତୀତ ସେ ଦୁଇ ଏକର ଜମି ମାଗଣାରେ ଦେଇଥିଲେ। ସେ ନିଜ ଗାଁକୁ କୁଡିଆ ମୁକ୍ତ କରି ପକ୍କା ଘରରେ ବଦଳାଇଦେଇଛନ୍ତି । ଶାନମୁଗାମଙ୍କ ଅନୁସାରେ ଭାରତ ସେତେବେଳେ ସୁପର ପାୱାର ହୋଇପାରିବ , ଯେବେ ଗାଁର ବିକାଶ ହେବ । ଗାଁକୁ ପଛରେ ପକାଇବା ଦ୍ବାରା ଦେଶର ବିକାଶ ଅଧୁରା ରହିବ ।

ଏ ନେଇ ଆର ଶାନମୁଗାମ କୁହନ୍ତି କି, ଜଣେ ନିର୍ବାଚିତ ପ୍ରତିନିଧୀ ମୁଖ୍ୟତଃ ଗରିବ ଏବଂ ଏହି ବର୍ଗର ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବା ବ୍ୟତିତ ଭିତ୍ତିଭୂମି ସୁବିଧା ଓ ଜରୁରୀ ଆବଶ୍ୟକତା ପୂରଣ ସୁନିଶ୍ଚିତ ଉପରେ ଧ୍ୟାନ ଦେବା ଉଚିତ୍ । ସମସ୍ତ ସରକାରୀ ଯୋଜନା ଏବଂ ପ୍ରକଳ୍ପଗୁଡିକରେ 100% ଗୁଣବତ୍ତା ନିଶ୍ଚିତ କରିବା ଅନ୍ୟ ଏକ ଦାୟିତ୍ବ ଅଟେ । ପଞ୍ଚାୟତର ମୁଖିଆ ଗରିବ ହୋଇପାରନ୍ତି ହେଲେ ପଞ୍ଚାୟତ ନୁହେଁ । ଆପଣ ଜଣେ ଭଲ ବ୍ୟକ୍ତି ହୋଇପାରନ୍ତି କିନ୍ତୁ କାମ କରି ଦେଖାଇବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଯଦି ଏଭଳି ଭାବେ ଆମେ କାମ କରିଥାନ୍ତୁ , ତେବେ ଗାନ୍ଧିଜୀଙ୍କ ଗ୍ରାମ ସ୍ବାରାଜ ସ୍ବପ୍ନକୁ ବାସ୍ତବରେ ବଦଳାଇପାରିଥାନ୍ତୁ । ଆଉ 2020 ରେ ଏପିଜେ ଅବଦୁଲ କାଲାମଙ୍କ କଳ୍ପନା ଅନୁସାରେ ସ୍ବୟଂ ଏକ ମହାଶକ୍ତି ହୋଇପାରିଥାନ୍ତୁ ।

ଶାନମୁଗାମଙ୍କ କଠିନ ପରିଶ୍ରମରେ ପଞ୍ଚାୟତର ଗ୍ରାମରେ ଜଳ ଯୋଗାଣ, ଗୃହ ଏବଂ ଅକ୍ଷୟ ଶକ୍ତିର ବ୍ୟବସ୍ଥା ହୋଇଛି। ଏହି କାରଣରୁ ନାଗରିକ ସଂସ୍ଥା ନିର୍ମଳ ପୁରସ୍କାର ଏବଂ ରାଜୀବ ଗାନ୍ଧୀ ପରିବେଶ ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଛି । ଆଉ 53 ଟି ଦେଶର ପ୍ରମୁଖ ଅଧିକାରୀମାନେ ଏହାର ସଫଳତାର କାହାଣୀ ଜାଣିବା ପାଇଁ ପଞ୍ଚାୟତ ପରିଦର୍ଶନ କରି ନିଜ ଦେଶରେ ଏହାର ଅନୁକରଣ କରିଛନ୍ତି । ଏହି ଉପଲବ୍ଧି ପାଇଁ ଓଦାନତୁରାଇ ବାସିନ୍ଦା ଶାନମୁଗାମଙ୍କୁ ବହୁତ ପ୍ରଶଂସା କରନ୍ତି । ସେମାନେ ଅନୁଭବ କରନ୍ତି ଯେ ସେ ଜଣେ ଦେବଦୂତ, ଯିଏ ତାଙ୍କ ଜୀବନଶୈଳୀରେ ସୁଧାର ଆଣିବାକୁ ଆସିଛନ୍ତି ।

ଜଣେ ଗ୍ରାମବାସୀ କୁହନ୍ତି କି, ପୂର୍ବରୁ ଆମେ ଏଠାରେ ଭଡାରେ ରହୁଥିଲୁ । ପୁଣି ଆମେ ଭଡା ବୋଝ ଯୋଗୁଁ କୁଡିଆ ଘରେ ରହିଲୁ । ଶାନମୁଗାମ 2014 ରେ ଆମ ପାଇଁ ଘର ତିଆରି କଲେ । ସେ ସୌର ଶକ୍ତି ଯନ୍ତ୍ର ଲଗାଇଲେ ଓ ସଡକ ଏବଂ ସ୍ବରାଜ ସଂଯୋଗ ସହିତ ମୌଳିକ ସୁବିଧା ଯୋଗାଇ ଦେଇଛନ୍ତି ।

ସେହିପରି ଅନ୍ୟ ଜଣେ କହିଛନ୍ତି କି, ଶାନମୁଗାମଙ୍କ ପକ୍ଷରୁ କରାଯାଇଥିବା ଏହି ପଦକ୍ଷେପ ଦ୍ବାରା ବ୍ୟକ୍ତିଗତ ଶୌଚାଳୟ, ସୌର ଶକ୍ତି, ପିଲାଙ୍କ ପାଇଁ ସ୍କୁଲ, ହସ୍ପିଟାଲ, ରାସନ ଦୋକାନ ହୋଇଛି । ସେ ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ କରିଛନ୍ତି । ଯାହାକି ଅତ୍ୟନ୍ତ ଉଲ୍ଲେଖନୀୟ । ସେ ସବୁକିଛି କରିଛନ୍ତି ।

ଓଦାନତୁରାଇ ପାଇଁ ଶାନମୁଗାମଙ୍କ ଏହି ସଂକଳ୍ପ ସୃଷ୍ଟି କରିଛି ଏକ ଉଦାହରଣ । କୌଣସି ଏକ ପଞ୍ଚାୟତ ପାଇଁ ସମସ୍ତ ମୌଳିକ ସୁବିଧା ସହ ଅଞ୍ଚଳବାସୀଙ୍କ ରକ୍ଷଣାବେକ୍ଷଣ ତାର ମୁଖିଆଙ୍କ ପ୍ରାଥମିକତା ବୋଲି ଶାନମୁଗାମଙ୍କ ପ୍ରୟାସରୁ ଶିକ୍ଷିବାକୁ ମିଳିଛି । ପ୍ରମାଣିତ ହୋଇଛି କି ଶାନମୁଗାମ କେବଳ ନାଁ କୁ ଗାଁ ମୁଖିଆ ନୁହେଁ ବରଂ ସେ ଗ୍ରାମୀଣ ବିକାଶର ପ୍ରତୀକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.