ETV Bharat / bharat

ଯବାନଙ୍କ ରକ୍ତରେ ଭିଜୁଛି ଛତିଶଗଡ ମାଟି, ନଜର ପକାନ୍ତୁ ବଡଧରଣର ନକ୍ସଲ ଆକ୍ରମଣ...

ସିଲଗେର ଜଙ୍ଗଲର ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଏହି ନାରକୀୟ କାଣ୍ଡରେ ପ୍ରାଣ ହରାଇଛନ୍ତି 22ଜଣ ଯବାନ । ଜାଣନ୍ତୁ ଏହା ପୂର୍ବରୁ ହୋଇଥିବା ବଡଧରରଣର ନକ୍ସଲ ଆକ୍ରମଣ ଘଟଣା...

ଯବାନଙ୍କ ରକ୍ତ ଭିଜୁଛି ମାଟି, ବଡଧରଣର ନକ୍ସଲ ଆକ୍ରମଣ ଉପରେ ପକାନ୍ତୁ ନଜର...

author img

By

Published : Apr 4, 2021, 5:24 PM IST

ନୂଆଦିଲ୍ଲୀ: ଘଞ୍ଚ ଜଙ୍ଗଲ ଭିତରେ ରକ୍ତ ଭିଜା ମାଟି । ଏଣେତେଣେ ବିଛେଇ ହୋଇ ପଡିଛି ଖଣ୍ଡ ବିଖଣ୍ଡିତ ଶରୀର । କେଉଁଠି ସ୍ତ୍ରୀ ମଥାରୁ ସିନ୍ଦୁର ଲିଭିଛି ତ ଆଉ କେଉଁଠି ଖାଲି ହୋଇଯାଇଛି ମା'ର କୋଳ । 22 ଯବାନଙ୍କୁ ହରାଇ ସଭିଙ୍କ ଆଖିର ଲୁହରେ ତିନ୍ତୁଛି ଦେଶର ମାଟି ଆଉ ସ୍ତବ୍ଧ ହୋଇଯାଇଛି ପଲ୍ଲୀରୁ ଦିଲ୍ଲୀ ।

ସାରା ଦେଶକୁ ଦୋହଲାଇ ଦେଇଛି ଛତିଶଗଡ ବିଜାପୁରର ନକ୍ସଲ ଆକ୍ରମଣ । ସିଲଗେର ଜଙ୍ଗଲର ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଏହି ନାରକୀୟ କାଣ୍ଡରେ ପ୍ରାଣ ହରାଇଛନ୍ତି 22ଜଣ ଯବାନ । ସେପଟେ 31 ଜଣ ଆହତ ହୋଇଥିବା ବେଳେ ଏବେ ବି ଅନେକ ଯବାନ ନିଖୋଜ ହୋଇଛନ୍ତି ।

ଜାଣନ୍ତୁ ଛତିଶଗଡରେ ହୋଇଥିବା ବଡ ଧରଣର ନକ୍ସଲ ଆକ୍ରମଣ ଘଟଣା...

ଶ୍ୟାମଗିରି- 9 ଏପ୍ରିଲ 2019

ଦାନ୍ତେୱାଡା ଲୋକସଭା ନିର୍ବାଚନରେ ମତଦାନର ଗୋଟିଏ ଦିନ ପୂର୍ବରୁ ନିର୍ବାଚନୀ ପ୍ରଚାର ପାଇଁ ଯାଉଥିବା ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କ କାରକୁ ଆକ୍ରମଣ କରିଥିଲେ ନକ୍ସଲ । ଏହି ଆକ୍ରମଣରେ ଭୀମା ମଣ୍ଡାୱୀଙ୍କ ସମେତ ପ୍ରାଣ ହରାଇଥିଲେ 5 ସୁରକ୍ଷାକର୍ମୀ ।

ଦୁର୍ଗପାଲ- 24 ଏପ୍ରିଲ 2017

ସୁକମା ଜିଲ୍ଲାର ଦୁର୍ଗପାଲରେ ହୋଇଥିଲା ବଡ ଧରଣର ନକ୍ସଲ ଆକ୍ରମଣ । ଏଥିରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ତଥା ସିଆରପିଏଫର 25 ଯବାନ ହୋଇଥିଲେ ଶହୀଦ ।

ଦରଭା- 25 ମେ 2013

ବସ୍ତରର ଦରଭା ଘାଟିରେ 25 ମେ 2013ରେ ହୋଇଥିଲା ମାଓବାଦୀ ଆକ୍ରମଣ ଘଟଣା । ଏହି ଆକ୍ରମଣରେ ଆଦିବାସୀ ନେତା ମହେନ୍ଦ୍ର କର୍ମା, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନନ୍ଦକୁମାର ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳାଙ୍କ ସମେତ 30 ଜଣଙ୍କ ମୃତ୍ୟୁ ହୋଇଥିଲା ।

ଧୋଡାଇ- 29 ଜୁନ 2010

ସୁରକ୍ଷାବଳର ଯବାନମାନେ ଦାନ୍ତେୱାଡାରୁ ସୁକମା ଯାଉଥିବା ବେଳେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ ମାଓବାଦୀ । ଏଥିରେ 12 ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ ଶହୀଦ ହୋଇଥିବାବେଳେ ମୋଟ 36 ଜଣ ପ୍ରାଣ ହରାଇଥିଲେ ।

ତାଡମେଟଲା- 6 ଏପ୍ରିଲ 2010

ବର୍ଷ 2010 ଏପ୍ରିଲ 6, ହୋଇଥିଲା ଦେଶର ସବୁଠୁ ବଡ ନକ୍ସଲ ଆକ୍ରମଣ । ସୁକମା ଜିଲ୍ଲାର ତାଡମେଟଲାରେ ହୋଇଥିବା ଏହି ନକ୍ସଲ ଆକ୍ରମଣ ଘଟଣାରେ ଶହୀଦ ହୋଇଥିଲେ ମୋଟ 76 ଯବାନ । ଏଠାରେ ମୁତୟନ ସୁରକ୍ଷାକର୍ମୀଙ୍କ ପୁରା କମ୍ପାନୀ ଶେଷ ହୋଇଯାଇଥିବା କୁହାଯାଉଥିଲା । ଏହି ଦିନ ଭାରତୀୟ ଇତିହାସରେ ଏପରି ଏକ କଳା ଦିନା ଥିଲା, ଯାହାକୁ ନେଇ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ ।

ମଦନୱାଡା- 12 ଜୁଲାଇ 2009

ରାଜନନ୍ଦଗାଁର ମାନପୁର ଅଞ୍ଚଳରେ ଅପରେସନ ପାଇଁ ପହଞ୍ଚିଥିବା ଏସପି ବିନୋଦ କୁମାର ଚୌବେଙ୍କ ନେତୃତ୍ବରେ ପହଞ୍ଚିଥିବା ପୋଲିସ ଟିମ ଉପରକୁ ଆକ୍ରମଣ କରିଥିଲେ ମାଓବାଦୀ । ଘଟଣାରେ ଏସପି ଚୌବେଙ୍କ ସମେତ ଶହୀଦ ହୋଇଥିଲେ 29 ପୋଲିସକର୍ମୀ ।

ଉରପଲମେଟା- 9 ଜୁଲାଇ 2007

ଏରାର୍ବୋରର ଉରପଲମେଟାରେ ଏକ ସର୍ଚ୍ଚ ଅପରେସନ କରୁଥିବା ସିଆରପିଏଫ ଓ ଜିଲ୍ଲା ପୋଲିସର ଟିମକୁ ଆକ୍ରମଣ କରିଥିଲେ ନକ୍ସଲ । ଏଥିରେ 23 ପୋଲିସକର୍ମୀ ହୋଇଥିଲେ ଶହୀଦ ।

ରାଣୀବୋଦଲୀ-15 ମାର୍ଚ୍ଚ 2007

ବିଜାପୁରର ରାଣୀବୋଦଲୀରେ ପୋଲିସର ଏକ କ୍ୟାମ୍ପ ଉପରେ ରାତି ଅଧିଆ ଆକ୍ରମଣ କରିଥିଲେ ମାଓବାଦୀ । ନକ୍ସଲମାନେ କ୍ୟାମ୍ପର ବାହାରେ ନିଆଁ ଲଗାଇ ଦେଇଥିଲେ । ଏହି ଆକ୍ରମଣରେ 55 ଯବାନ ହୋଇଥିଲେ ଶହୀଦ ।

ସେପଟେ ଗତ 20 ବର୍ଷ ମଧ୍ୟରେ ନକ୍ସଲ ଆକ୍ରମଣ ଘଟଣାରେ 12 ହଜାରରୁ ଉର୍ଦ୍ଧ୍ବ ଜୀବନ ଯାଇସାରିଲାଣି । ଆଉ ଏହି ଦୁଇ ଦଶନ୍ଧି ମଧ୍ୟରେ ଶହୀଦ ହୋଇସାରିଲେଣି 2000ରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ । ନକ୍ସଲଙ୍କ ନିପାତ ପାଇଁ ସରକାର ମାଓ ଦମନ ଅଭିଯାନ ଚଳାଇଛନ୍ତି । ହେଲେ ଏଯାବତ ମାଓବାଦୀଙ୍କ ଉପରେ ଲଗାମ ଲଗାଇବାକୁ ସରକାର ବିଫଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.