ETV Bharat / bharat

ଲୋନ ଆପରୁ ୨ହଜାର ଋଣ ଆଣି ଦେଲେଣି ୧୫ ଲକ୍ଷ, ଠକ କହୁଛନ୍ତି ଆହୁରି ଦିଅ - କର୍ଣ୍ଣାଟକର ଯୁବକ ଲୋନ ଆପରୁ ୨ହଜାର ଆଣି ଦେଲେଣି ୧୫ ଲକ୍ଷ

ଲୋନ ଆପରୁ ଟଙ୍କା ଆଣିଥିଲେ ସାବଧାନ । ଲୋନ ଆପରୁ ୨୦୦୦ ଟଙ୍କା ଋଣ ନେଇ ୧୫ ଲକ୍ଷ ଟଙ୍କା ପରିଶୋଧ କଲେଣି କର୍ଣ୍ଣାଟକର ଯୁବକ । ସେପଟେ ଆହୁରି ଟଙ୍କା ଦାବି କରୁଛନ୍ତି ସାଇବର ଠକ । ଅଧିକ ପଢନ୍ତୁ

ଲୋନ ଆପରୁ ଋଣ ଆଣୁଥିଲେ ସାବଧାନ, ୨ହଜାର ଋଣ ନେଇ ୧୫ ଲକ୍ଷ ଗଣିଲେଣି ଯୁବକ

author img

By

Published : Aug 14, 2022, 3:57 PM IST

ବେଙ୍ଗାଲୁରୁ: ଲୋନ ଆପରୁ ଲୋନ ନେଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ, କାହିଁକିନା କମ ଟଙ୍କା ଲୋନ ଦେଇ ସାଇବର ଠକ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତିକି ଟଙ୍କା ନେଦେଲେ ନଗ୍ନ ଫଟୋ ଭାଇରାଲ କରିବାର ଧମକ ମଧ୍ୟ ଦେଉଛନ୍ତି । ଏପରି ଠକାମିର ଶିକାର ହୋଇଛନ୍ତି କର୍ଣ୍ଣାଟକର ଚିକାବାଲପୁର ଜିଲ୍ଲାର ଚିନ୍ତାମଣି ସହରର ଆଜମତ ଉଲ୍ଲା । ଲୋନ ଆପରୁ ୨୦୦୦ ଟଙ୍କା ଋଣ ନେଇ ଏବେ ସେ ୧୫ ଲକ୍ଷ ଟଙ୍କା ହରାଇଛନ୍ତି ।

ଘଟଣାଟି ଥିଲା ଏମିତି

ଆଜମତ ଚିନ୍ତାମଣି ସହରର ଟିପୁନାଗରରେ ରୁହନ୍ତି । ସେ ଏକ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି । ଅର୍ଥର ଆବଶ୍ୟକତା ହେତୁ ଜଣେ ବନ୍ଧୁଙ୍କ ପରାମର୍ଶରେ ସେ MAJIC LOAN APP ରେ ୨ହଜାର ଟଙ୍କା ଋଣ ନେଇଥିଲେ । ଏହା ପରେ ସୁଧ ହିସାବରେ ପ୍ରଥମେ ୩୫ଶହ ଟଙ୍କା ଦେଇଥିଲେ । ଲୋନ ନେବା ସମୟରେ ଆଜମତ ଆପରେ ନିଜର ଆଧାରକାର୍ଡ ଓ ପାନକାର୍ଡ ନମ୍ବର ଦେଇଥିଲେ । ଫଳରେ ଠକମାନେ ଏହାକୁ ବ୍ୟବହାର ୨୦ରୁ ଅଧିକ ଲୋନ ଆପରେ ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ । ଏହାପରେ ଆଜମତଙ୍କୁ ଲୋନ ଆପ ଚଳାଉଥିବା ସାଇବର ଠକ କଲ କରି ଆହୁରି ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଯଦି ଟଙ୍କା ନଦେବ ତାହେଲେ ତାଙ୍କ ଫଟୋ ଲଗାଇ ଅନ୍ୟ ଜଣେ ମହିଳାଙ୍କ ନ୍ୟୁଡ୍ ଭିଡିଓ ପରିବାର ଏବଂ ବନ୍ଧୁ ମାନଙ୍କ ପାଖକୁ ପଠାଇଦେବେ ବୋଲି ଧମକ ଦେଇଥିଲେ । ଏଥିରେ ଯୁବକ ଜଣଙ୍କ ଭୟଭୀତ ହୋଇ ଏସବିଆଇ ବ୍ୟାଙ୍କ ଆକାଉଣ୍ଟରୁ 14,43,799 ଟଙ୍କା ସହିତ , ବନ୍ଧୁମାନଙ୍କ ନିକଟରୁ ଧାରକରଜ କରି 15,56,731 ଲକ୍ଷ ଟଙ୍କା ଆଣି ଠକଙ୍କ ଆକାଉଣ୍ଟକୁ ପଠାଇଥିଲା ।

ସେପଟେ ଟଙ୍କା ନେବା ପରେ ମଧ୍ୟ ଠକମାନେ ବାରମ୍ବାର ନଗ୍ନ ଫଟୋ ଭାଇରାଲ ପାଇଁ ଧମକ ଦେଇ ନିର୍ଯାତନା କରୁଥିଲେ ଆଜମତଙ୍କୁ । ବାଧ୍ୟ ହୋଇ ଆଜମତ ଚିନ୍ତାମଣି ନଗର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.