ETV Bharat / bharat

ଏନକାଉଣ୍ଟରରେ ଜଣେ ହାର୍ଡକୋର ଆତଙ୍କୀ ନିପାତ, 2 ପୋଲିସ କର୍ମୀଙ୍କ ହତ୍ୟାରେ ଥିଲା ସାମିଲ

author img

By

Published : Jun 12, 2022, 9:14 PM IST

ଶ୍ରୀନଗରରେ ସେନା ଗୁଳିରେ ଟଳିଲା ହାର୍ଡକୋର ଆତଙ୍କବାଦୀ ଆଦିଲ ପାରାଇ । ଦୁଇ ପୋଲିସ କର୍ମୀଙ୍କ ହତ୍ୟାରେ ସାମିଲ ଥିବା ନେଇ ସ୍ଥାନୀୟ ପୋଲିସର ସୂଚନା । ଅଧିକ ପଢନ୍ତୁ

ଏନକାଉଣ୍ଟରେ ଜଣେ ହାର୍ଡକୋର ଆତଙ୍କୀ ନିପାତ, 2 ପୋଲିସ କର୍ମୀଙ୍କ ହତ୍ୟାରେ ଥିଲା ସାମିଲ

ଶ୍ରୀନଗର: ଘାଟିରେ ପୁଣି ଜଣେ ହାର୍ଡକୋର ଆତଙ୍କବାଦୀକୁ ନିପାତ କରିବାରେ ସଫଳ ହୋଇଛି ସେନା । ଆଜି (ରବିବାର) ଅପରାହ୍ନରେ ଶ୍ରୀନଗର କ୍ରିସବାଲ ପାଲପୋରା ସଙ୍ଗମ ଏରିଆରେ ହୋଇଥିବା ଏନକାଉଣ୍ଟରରେ ହାର୍ଡକୋର ଆତଙ୍କବାଦୀ ଆଦିଲ ପାରାଇ ନିପାତ ହୋଇଛି । ଆଦିଲ ଏକାଧିକ ସୁରକ୍ଷାକର୍ମୀଙ୍କ ହତ୍ୟା ଓ ସାଧାରଣ ଜନତାଙ୍କୁ ଆକ୍ରମଣ ଘଟଣାରେ ସାମିଲ ଥିଲା ।

ଗତ କିଛି ଦିନ ତଳେ ଆଦିଲକୁ ଚିହ୍ନଟ କରିବା ପରେ ଧରିବା କିମ୍ବା ଏନକାଉଣ୍ଟର କରିବା ପାଇଁ ସୁରକ୍ଷା ବଳ ଯୋଜନା କରିଥିଲା । ପୂର୍ବ ସୂଚନା ଆଧାରରେ ଆଜି ଏନକାଉଣ୍ଟରରେ ଆଦିଲକୁ ସେନା ସଫା କରିବାରେ ସଫଳ ହୋଇଛି । ଶ୍ରୀନଗରରେ ଦୁଇ ପୋଲିସ କର୍ମୀ ଗୁଲାମ ହାସନ ଦାର ଏବଂ ସୈଫୁଲ୍ଲା କାଦ୍ରିଙ୍କ ହତ୍ୟାରେ ଏହି ହାର୍ଡକୋର ଆତଙ୍କବାଦୀ ଆଦିଲ ସମ୍ପୃକ୍ତ ବୋଲି ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.