ETV Bharat / bharat

ମନ୍ଦିର ଭିତରେ ପଶି ଭଗବାନଙ୍କ ମୂର୍ତ୍ତି ଭାଙ୍ଗିଲେ, ନିଜ କେଶ ଜାଳିଲେ ଯୁବକ

ମନ୍ଦିର ଭିତରେ ପଶି ଭଗବାନଙ୍କ ମୂର୍ତ୍ତି ଭଙ୍ଗିଲା ପରେ ନିଜ କେଶ ଜାଳିଲା । ସିସିଟିଭିରେ କଏଦ ହେଲା ଭିଡ଼ିଓ । ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଅଧିକ ପଢ଼ନ୍ତୁ...

ମନ୍ଦିର ଭିତରେ  ଭଙ୍ଗାରୁଜା
ମନ୍ଦିର ଭିତରେ ଭଙ୍ଗାରୁଜା
author img

By

Published : Aug 11, 2023, 6:36 PM IST

Updated : Aug 11, 2023, 7:31 PM IST

ଗାନ୍ଧୀନଗର: ଅହମ୍ମଦାବାଦରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ମନ୍ଦିର ଭିତରେ ପସି ଭଗବାନଙ୍କ ମୂତ୍ତିକୁ ଭଙ୍ଗାରୁଜା ସହ କ୍ଷତିଗ୍ରସ୍ତ କରିଛି । ଯାହା ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି । ତେବେ ଏହି ଅଜଣା ଯୁବକଙ୍କ ଜଘନ୍ୟ କାଣ୍ଡ ସିସିଟିଭିରେ କଏଦ ହୋଇଛି । ସିସିଟଭି ଭିଡିଓ ଆଧାରରେ ସାବରମତି ରିଭରଫ୍ରଣ୍ଟ୍ ଇଷ୍ଟ୍‌ ପୋଲିସ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗୁଜୁରାଟ ଅହମ୍ମଦାବାଦର ଦୁଧେଶ୍ବର ଶଶ୍ମାନ ଘାଟ ନିକଟସ୍ଥ ନଦୀ କୂଳରେ ଥିବା କାଳଭୈରବଦାଦା ମନ୍ଦିରରେ ଜଣେ ଅଜଣା ବ୍ୟକ୍ତି ଭଙ୍ଗାରୁଜା କରିଥିଲା । ଏହାପରେ ବ୍ୟକ୍ତି ଜଣଙ୍କ ମନ୍ଦିର ପରିସରକୁ ଆସି ପିନ୍ଧିଥିବା ପୋଷାକ ଖୋଲିବା ସହ ନିଜ କେଶରେ ନିଆ ଲଗାଇ ଦେଇଥିଲା । ଏହା ବ୍ୟତୀତ ଭଗବାନଙ୍କ ମୂର୍ତ୍ତିଗୁଡିକୁ ମଧ୍ୟ ଭାଙ୍ଗି ନଷ୍ଟ ଦେଇଛି । ତେବେ ମନ୍ଦିର ଭିତରେ ଲାଗିଥିବା ଦୀପକୁ ଭାଙ୍ଗିଦେବା ସହ ହନୁମାନଙ୍କ ଗଦା ଓ ମୂର୍ତ୍ତିକୁ ମଧ୍ୟ ଭଙ୍ଗାରୁଜା କରିଛି । ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଲୋକମାନଙ୍କ ଧାର୍ମିକ ଭାବନାକୁ କଠୋର ଆଘାତ ଦେଇଛି । ତେବେ ସ୍ଥାନୀୟ ଲୋକ ଏହା ଦେଖିବା ପରେ ଏନେଇ ସାବରମତି ରିଭରଫ୍ରଣ୍ଟ୍ ଇଷ୍ଟ୍‌ ପୋଲିସକୁ ସୂଚନା ଦେବା ସହ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...MP Rape Case: ମନ୍ଦିର କମିଟି କର୍ମଚାରୀଙ୍କ ପାଶବିକତା ! ନାବାଳିକାକୁ ଗଣଦୁଷ୍କର୍ମ, ପୁଣି ସାମ୍ନାକୁ ଆସିଲା ନିର୍ଭୟା କାଣ୍ଡ

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲା । ତେବେ ସିସିଟିଭିରେ କଏଦ ହୋଇଥିବା ଭିଡିଓ ଅନୁସାରେ, ଅଗଷ୍ଚ 8 ତାରିଖ ରାତି ପ୍ରାୟ 8.50ରୁ 9.50 ମଧ୍ୟରେ ଏହି ଘଟଣା ଘଟିଛି । ତେବେ ଭିଡିଓରେ ଜଣେ ଅଜଣା ବ୍ୟକ୍ତି ମନ୍ଦିର ପରିସର ଭିତରେ ପସି ଭଗବାନଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା କରୁଛି । ଏହାସହ ନିଜ ପିନ୍ଧା ପୋଷାକକୁ ଖୋଲି କେଶରେ ନିଆଁ ଲଗାଇ ଏହାକୁ ଜଳାଇଥିଲା ।

ସାବରମତି ରିଭରଫ୍ରଣ୍ଟ୍‌ ଇଷ୍ଟ୍‌ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣାର ତନାଘନା ଆରମ୍ଭ ହୋଇଛି । ସିସିଟିଭି ଆଧାରରେ ଯୁବକ ଜଣକୁ ଧରିବା ପାଇଁ ଅଲଗା ଅଲଗା ଟିମ୍‌ ମଧ୍ୟ ଗଠନ କରାଯାଇଛି । ତେବେ ଅଭିଯୁକ୍ତକୁ ଧରାଯିବା ପରେ ଏଭଳି ଅମାନୁଷିକ କାର୍ଯ୍ୟ ପଛର କାରଣ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 11, 2023, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.