ଅମରାବାତୀ: ଅନଲାଇନ ଇ କମର୍ସ ସାଇଟରେ ଗୋଟିଏ ଜିନିଷ ଅର୍ଡର କଲେ ଆସୁଛି ଅନ୍ୟ ଏକ ଜିନିଷ । ପ୍ରୋଟିନ ପାଉଡର ଅର୍ଡର କଲେ ଆସୁଛି ବିସ୍କୁଟ । ଏ ଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ନନ୍ଧୟାଲରେ ।

କୁର୍ଣ୍ଣୁଲ ଜିଲ୍ଲାର ନନ୍ଧୟାଲରେ ଶ୍ରୀନିବାସ ନଗରର ଭେଙ୍କେଟେସବାବୁ ନାମକ ବ୍ୟକ୍ତି ଅନଲାଇନ ଇ କମର୍ସ ସାଇଟରେ ପ୍ରୋଟିନ ପାଉଡର ଅର୍ଟର କରିଥିଲେ କିନ୍ତୁ ତାଙ୍କ ପାଖରୁ ପହଞ୍ଚିଲା ବେଳକୁ ମିଳୁଛି ବିସ୍କୁଟ । ଏହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ମଧ୍ୟ ସେ ଚାରିଥର ପ୍ରୋଟିନ ପାଉଡର ଅର୍ଡର କରିଥିଲେ କିନ୍ତୁ ପୁଣି ସେହି ବିସ୍କୁଟ ହିଁ ଆସିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ ଅର୍ଡର କରିଥିବା ଜିନିଷର ଦାମ ହେଉଛି 500 ରୁ 2000 ମଧ୍ୟରେ ରହିଛି । ଏହାକୁ ନେଇ ସେ କହିଛନ୍ତି ଯେ ମୁଁ କେଉଁ ଭଳି ଫେରାଇବି ଚିନ୍ତାରେ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ