ETV Bharat / bharat

ବଙ୍ଗରେ ବିଜେପିକୁ ଝଟକା, ପ୍ରଚାର ପାଇଁ ପହଞ୍ଚିଲା କୃଷକ ସଂଗଠନ

author img

By

Published : Mar 13, 2021, 7:41 PM IST

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ନିର୍ବାଚନରେ ପହଞ୍ଚିଲା କୃଷକ ସଂଗଠନର ମିଳିତ ମଞ୍ଚ । ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହାକୁ ଅସ୍ତ୍ର ଭାବରେ ପ୍ରୟୋଗ କରି ବିଜେପି ବିରୋଧରେ ଭୋଟ ପାଇଁ ଲୋକଙ୍କୁ ପାଖକୁ ଯିବ କୃଷକ ସଂଗଠନ । ଅଧିକ ପଢନ୍ତୁ...

A joint forum of farmers' organization in westbengal election for campaign of against bjp
ବିଜେପି ବିରୋଧରେ ପ୍ରଚାର ପାଇଁ ପଶ୍ଚିମବଙ୍ଗ ପହଞ୍ଚିଲା କୃଷକ ସଂଗଠନର ମିଳିତ ମଞ୍ଚ

କୋଲକାତା: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ନିର୍ବାଚନରେ ପହଞ୍ଚିଲା କୃଷକ ସଂଗଠନର ମିଳିତ ମଞ୍ଚ । ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହାକୁ ଅସ୍ତ୍ର ଭାବରେ ପ୍ରୟୋଗ କରିବା ପାଇଁ ପ୍ରସ୍ତୁତ ହୋଇଛି କୃଷକ ସଂଗଠନର ମିଳିତ ମଞ୍ଚ । ଭୋଟ ମାଧ୍ୟମରେ ଜବାବ ଦେବା ପାଇଁ ଆଜି କୋଲକାତାରେ ପହଞ୍ଚିଛନ୍ତି କୃଷକ ସଂଗଠନର ମିଳିତ ମଞ୍ଚ ।

କୃଷକ ସଂଗଠନର ମିଳିତ ମଞ୍ଚ ସଦସ୍ୟ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ଟିମରେ କୃଷକ ନେତା ଯୋଗେନ୍ଦ୍ର ଯାଦବ, ହନନ ମଲ୍ଲା,ବଲବୀର ସିଂହ ରାଜେବାଲ, ଅତୁଲ ଅଞ୍ଜନ ସହ ମେଧା ପାଟେକର ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର କୃଷକଙ୍କ କୌଣସି ଦାବିକୁ କର୍ଣ୍ଣପାତ କରୁନଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଭୋଟ ଦେବା ପାଇଁ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି କୃଷକ ସଂଗଠନ । ଦୀର୍ଘ ତିନି ମାସରୁ ଉର୍ଦ୍ଦ୍ବ ସମୟ ହେଲା କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ନେଇ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ସରକାର କୃଷକଙ୍କ ଦାବିକୁ ନେଇ ମାନୁନାହାଁନ୍ତି । ଏହାକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଭୋଟ ଦେବା ପାଇଁ ପଶ୍ଚିମବଙ୍ଗ ନିର୍ବାଚନରେ ଲୋକଙ୍କୁ ପ୍ରଚାର ପ୍ରସାର କରିବା ପାଇଁ ପହଞ୍ଚିଛନ୍ତି ।

କେନ୍ଦ୍ର ସରକାର ଏକଛତ୍ରବାଦୀ ସରକାର । କୃଷକଙ୍କ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରୁନାହାଁନ୍ତି । କେନ୍ଦ୍ର ସରକାର କୃଷକଙ୍କ ଦାବିକୁ ପୂରଣ କରୁନାହାଁନ୍ତି ଯାହା ନିର୍ବାଚନରେ ବିଜେପିକୁ ବେଶ ମହଙ୍ଗା ପଡିବ ବୋଲି କୃଷକ ନେତା କହିଛନ୍ତି । ନିଜର ଏକକ ସଂଖ୍ୟା ଗରିଷ୍ଠତାରେ କେନ୍ଦ୍ର ସରକାର ଏକଛତ୍ରବାଦୀ ନୀତି ଚଳାଇଛନ୍ତି ବୋଲି କୃଷକ ମାନେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.