ବେଙ୍ଗାଲୁରୁ: ପାଶବିକତାର ସୀମା ପାର୍ କଲାଣି ମଣିଷ । ଦିନକୁ ଦିନ ହିଂସ୍ର ହୋଇଯାଉଛି ମଣିଷ ସମାଜ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ମଣିଷ ଜାତିକୁ ଲଜ୍ଜିତ କରୁଛି । ପ୍ରାୟତଃ ପ୍ରତ୍ୟେକ ଦିନ ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ନିଜ କାମନାକୁ ଚରିତାର୍ଥ କରିବାକୁ ପଶୁକୁ ମଧ୍ୟ ଛାଡୁନି ମଣିଷ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚନ୍ନାପାଟଣାରେ । ଯେଉଁଠି ଜଣେ ବ୍ୟକ୍ତି ଏକ ଛେଳିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କର୍ଣ୍ଣାଟକ ଚନ୍ନାପାଟଣା ଇନ୍ଦ୍ରାଣି କଟେଜର ବାସୀନ୍ଦା ଜମୀର ଖାନ ଥାନାରେ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ଜଣେ ବ୍ୟକ୍ତି ଯିଏ ପେଶାରେ ଜଣେ ଅଟୋ ଚାଳକ ଇନ୍ଦାଣୀ କଟେଜରେ ନିର୍ମାଣଧୀନ ଚାଲିଥିବା ଏକ ଘର ନିକଟରେ ଏକ ଛେଳିକୁ ନେଇଯାଉଥିବାର ଦେଖିଥିଲେ । ତେବେ ଏହାକୁ ଲକ୍ଷ୍ୟ କରି ଜମୀର ଅଟୋ ଚାଳକ ଜଣଙ୍କର ପିଛା କରିଥିଲେ । ତେବେ ଅଟୋ ଚାଳକ ଜଣଙ୍କ ଛେଳିକୁ ନେଇ ତାସହ ଦୁଷ୍କର୍ମ ଭଳି ନିର୍ଯାତନା ଦିଯାଉଥିବାର ଦେଖିଥିଲେ ଜମୀର ।
ଏହା ମଧ୍ୟ ପଢ଼ନ୍ତୁ...ପଶୁ ବି ଅସୁରକ୍ଷିତ ! ଛେଳିକୁ ଦୁଷ୍କର୍ମ କରି ଯୁବକ ଅଟକ, ଆଖିବୁଜିଲା ଛେଳି
ତେବେ ଛେଳି ସହ ଏହି ଅମାନୁଷିକ କାର୍ଯ୍ୟ କରୁଥିବା ବେଳର ଭିଡ଼ିଓକୁ ମୋବାଇଲ ମାଧ୍ୟମ ରେକର୍ଡ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶା ଯାଇଛି । ଏହାସହ ଅଭିଯୁକ୍ତ ଅଟୋ ଚାଳକ ଉପରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜମୀର ଦାବି କରିଛନ୍ତି । ତେବେ ଅଭିଯୁକ୍ତ ଅଟୋ ଚାଳକ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି ।
ପୂର୍ବରୁ ବାଲେଶ୍ବର ଜିଲ୍ଲାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଗରସଙ୍ଗ ଗ୍ରାମର ବସନ୍ତ ଦାସ ନାମକ ଜଣେ ବ୍ୟକ୍ତି ମହେଶ୍ବର ଦାସଙ୍କ ଘରେ ପଶି ତାଙ୍କର ଏକ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ଛେଳି ରଡି ଛାଡିବାରୁ ପରିବାର ଲୋକ ଉଠି ପଡ଼ିଥିଲେ । ପରିବାର ଲୋକ ସଙ୍ଗେ ସଙ୍ଗେ ଗୁହାଳିକୁ ଯାଇ ଦେଇଖିଲେ । ଛେଳିକୁ ଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ପରିବାର ଲୋକ ଛେଳିକୁ ସଙ୍ଗେସଙ୍ଗେ ପଶୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ଛେଳିକୁ ମୃତ ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ