ETV Bharat / bharat

ଅନ୍ତର୍ଜାତୀୟ ଫର୍ମୁଲା-ଓ୍ବାନ ଚାମ୍ପିଅନ ହେବା ଲକ୍ଷ୍ୟରେ କେରଳର ପାହାଡି ଝିଅ

author img

By ETV Bharat Odisha Team

Published : Nov 2, 2023, 10:11 PM IST

ଅନ୍ତର୍ଜାତୀୟ ଫର୍ମୁଲା-ଓ୍ବାନ ଚାମ୍ପିଅନ ହେବା ଲକ୍ଷ୍ୟରେ କେରଳର ପାହାଡି ଝିଅ ସାଲଭା ମର୍ଜାନ ଚେନ୍ନାଇରେ ଏଫ-4 ଚାମ୍ପିୟନସିପରେ କରିବେ ଅଂଶଗ୍ରହଣ । 4 ତାରିଖରୁ ହେବ ଚାମ୍ପିୟନସିପ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଫର୍ମୁଲାଓ୍ବାନ ଚାମ୍ପିଅନ ହେଲେ କେରଳର ପାହାଡି ଝିଅ

ଥିରୁଅନନ୍ତପୁରମ: ଅନ୍ତର୍ଜାତୀୟ ଫର୍ମୁଲା-ଓ୍ବାନ କାର ରେସିଂରେ ଚାମ୍ପିଅନ ହେବା ଲକ୍ଷ୍ୟରେ କେରଳ କୋଜିକୋଡେର ପାହାଡି ଏରିଆର ଜଣେ ଯୁବତୀ । ଏହି ଯୁବତୀ ହେଉଛନ୍ତି କୋଜିକୋଡେ ଜିଲ୍ଲାର ଚେମ୍ବରା ଅନ୍ତର୍ଗତ ଛାକ୍କିତାପରା ଏରିଆର 23 ବର୍ଷୀୟା ସାଲଭା ମର୍ଜାନ । ଚଳିତ 4 ତାରିଖରୁ ଚେନ୍ନାଇରେ ହେବାକୁ ଯାଉଥିବା ଫର୍ମୁଲା 4 (ଏଫ-4) କାର ରେସିଂ ଚାମ୍ପିୟନସିପରେ ଅଶଂଗ୍ରହଣ କରିବାକୁ ଯାଉଛନ୍ତି ସାଲଭା ମର୍ଜାନ । ଏଥିପାଇଁ ତାଙ୍କ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ସଫଳ ହେବା ପରେ ସେ ପର୍ଯ୍ୟାୟକ୍ରମେ ଫର୍ମୁଲା- 1 ଚାମ୍ପିଅନସିପରେ ମଧ୍ୟ ଅଂଶଗ୍ରହଣ ଲକ୍ଷ୍ଯ ରଖିଛନ୍ତି ।

ଚେନ୍ନାଇ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ପୂର୍ବରୁ ଏଥିପାଇଁ ସାଲଭା ଦୁବାଇରେ ପ୍ରଶିକ୍ଷଣ ଓ ଅଭ୍ୟାସ ମଧ୍ୟ ଶେଷ କରି ଭାରତ ଫେରିଛନ୍ତି । ଯଦି ସେ ଏହି ଚାମ୍ପିଅନସିପରେ ଚାମ୍ପିଅନ ହୁଅନ୍ତି, ତେବେ ଦେଶର ପ୍ରଥମ ଅନ୍ତର୍ଜାତୀୟ ରେସର ଭାବେ ଖାତି ଅର୍ଜନ କରିବେ ।

ସାଲଭା ପିଲାଦିନୁ ଏହି କ୍ଷେତ୍ରେର କ୍ୟାରିୟର କରିବା ପାଇଁ ଆଗ୍ରହ ଦେଖାଇଥିଲେ । ଗତ 8 ବର୍ଷ ଧରି ଏହି କ୍ଷେତ୍ରରେ ଅଭ୍ୟାସ ଓ ପ୍ରଶିକ୍ଷଣ ମଧ୍ୟ ଜାରି ରଖିଛନ୍ତି । ହେଲେ ବିଶେଷ ଭାବେ ଏହି ବର୍ଗର ଆହ୍ବାନପୂର୍ଣ୍ଣ କ୍ରୀଡା କ୍ଷେତ୍ରରେ ପୁରୁଷ ଆଥଲେଟଙ୍କ ପ୍ରାଧାନ୍ୟ ଅଧିକ ରହିଥାଏ । ଭାରତରେ ଏଥିରେ ଅଂଶଗ୍ରହଣ କରୁଥିବା ମହିଳା ଆଥଲେଟଙ୍କ ସଂଖ୍ୟା ମଧ୍ୟ ବେଶ କମ । ତାଙ୍କର ଏହି ଇଚ୍ଛାକୁ ପରିବାର ସଦସ୍ୟ ପିଲାଦିନୁ ସମର୍ଥନ କରିଆସିଥିଲେ । ଫଳରେ ସେ ବିଦେଶ ଯାଇ ପ୍ରଶିକ୍ଷଣ ମଧ୍ୟ ଶେଷ କରିଥିଲେ । ଏବେ ତାଙ୍କୁ ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ଏଫ-4 ବିଶ୍ବ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିଛି । ତେବେ ସେ ପ୍ରଥମେ ଫର୍ମୁଲା -LGB ସିଙ୍ଗଲ ସିଟର କାରରୁ ନିଜ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ସେ ଓପନ-ହ୍ବିଲ ରେସ କାରରେ ମଧ୍ୟ ଦକ୍ଷତା ହାସଲ କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Maoists violence ahead of PM meeting: ମାତିଲେ ନକ୍ସଲ, ଛତିଶଗଡରେ ନେଲେ 4 ମୁଣ୍ଡ

ଚେନ୍ନାଇରେ ଚଳିତ 4 ଓ 5 ତାରିଖରେ ଦୁଇ ଦିନିଆ ଫର୍ମୁଲା-4 ଚାମ୍ପିଅନସିପ୍‌ ଆୟୋଜିତ ହେବାକୁ ଯାଉଛି । ସାଲଭା ପ୍ରଥମେ ଏଥିରେ କ୍ବାଲିଫାଇଂ ରାଉଣ୍ଡରେ ଅଂଶଗ୍ରହଣ କରିବେ । ଏହା ପରେ ସେ ଏଫ-4 ରେସିଂ କାର ପ୍ରତିଯୋଗିତା ବର୍ଗରେ ଅଂଶଗ୍ରହଣ କରିବେ । ଏଥିରେ ସଫଳ ହେବା ପରେ ସେ ଫର୍ମୁଲା-3 ଓ ପର୍ଯ୍ୟାୟ କ୍ରମେ ଫର୍ମୁଲା-ଓ୍ବାନ ଚାମ୍ପଅନସିପ୍‌ରେ ଅଂଶଗ୍ରହଣ କରିବା ପାଇଁ ଯୋଜନା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.