ETV Bharat / bharat

PM Modi In Berlin: ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ପ୍ରତିଫଳିତ ହେଲା ଭାରତୀୟ ସଂସ୍କୃତି ଓ ବିବିଧତା

author img

By

Published : May 2, 2022, 3:58 PM IST

ଜର୍ମାନୀ ରାଜଧାନୀ ବର୍ଲିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ଭାରତୀୟ ଓ ବିବିଧତା ଓ ସଂସ୍କତିର ଝଲକ । ଭାରତୀୟ ବେଶବୁଷା, ପାରମ୍ପାରିକ ବାଦ୍ୟଯନ୍ତ୍ର, ନୃତ୍ୟ, ସଙ୍ଗୀତ ଗାଇ ଏକାଠି ହେଲେ ପ୍ରବାସୀ ଭାରତୀୟ । ଅଧିକ ପଢନ୍ତୁ

PM modi in Berlin: ଭାରତୀୟ ପାରମ୍ପାରିକ ରଙ୍ଗରେ ରଙ୍ଗୀନ ହେଲା ଐତିହାସିକ ବ୍ରାଣ୍ଡେନବର୍ଗ ଗେଟ
PM modi in Berlin: ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ପ୍ରତିଫଳିତ ହେଲା ଭାରତୀୟ ସଂସ୍କୃତି ଓ ବିବିଧତା

ବର୍ଲିନ:3 ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ଜର୍ମାନୀ ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି । ସେଠାରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଥିବାବେଳେ ଭିନ୍ନ ଢଙ୍ଗରେ ସ୍ବାଗତ ମଧ୍ୟ କରିଛନ୍ତି । ଭାରତୀୟ ବେଶବୁଷା, ପାରମ୍ପାରିକ ବାଦ୍ୟଯନ୍ତ୍ର, ନୃତ୍ୟ, ସଙ୍ଗୀତ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିବା ପାଇଁ ପ୍ରବାସୀ ଭାରତୀୟମାନେ ବର୍ଲିନର ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି ।

କିଏ ଭାରତୀୟ ପାରମ୍ପାରିକ ମୃଦଙ୍ଗ ବଜାଇ ନାଚୁଛି ତ, କାହା ହାତରେ ଗେରୁଆ ପତାକା । ଭାରତୀୟ ପ୍ରବାସୀ ମହିଳାମାନେ ପାରମ୍ପାରିକ ଶାଢୀ ଓ ଶାସ୍ତ୍ରୀୟ ଆଭୁଷଣ ପରିଧାନ କରିଥିବା ଦେଖିବାକୁ ମିଳିଛି । ସେହିପରି ହାତରେ ଆଜାଦି କି ଅମୃତ ମହତ୍ସୋବ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ବୋଲି ଲେଖାଥିବା ପ୍ଲାକକାର୍ଡ ମଧ୍ୟ ପ୍ରଦର୍ଶିତ କରିଛନ୍ତି ପ୍ରବାସୀ ଭାରତୀୟ । ତେବେ ଏପରି ଭବ୍ୟ ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟ୍ବିଟ କରାଯାଇ ଖୁସି ପ୍ରକାଶ କରାଯାଇଛି । ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ଭାରତୀୟ ସଂସ୍କୃତି ବିବିଧତାର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ କରି କହିଛି ।

  • Earlier today, the Prime Minister landed in Berlin. The Indian community in Germany gave a warm welcome to him. pic.twitter.com/XXh40V8nON

    — PMO India (@PMOIndia) May 2, 2022 " class="align-text-top noRightClick twitterSection" data=" ">

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବର୍ଲିନ ବିମାନ ବନ୍ଦରରେ ଅବତରଣ କରିବା ପରେ ଜର୍ମାନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ମୋଦି କିଛି ପ୍ରବାସୀ ଭାରତୀୟ ସମୂଦାୟଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ଓ ସେଲ୍ପି ନେବା ପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା । ଜଣେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦେଶାତ୍ମକ ସଙ୍ଗୀତ ମଧ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.