ETV Bharat / bharat

ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

author img

By

Published : Sep 16, 2022, 10:44 PM IST

ଗୁଜୁରାଟର ଭାପି GIDCରେ ସୁପ୍ରୀତ କେମିକାଲ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀରେ ଆଜି ସକାଳୁ ପ୍ରାୟ 7 ଟାରେ ନିଆଁ ଲାଗିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ଅଧିକ ପଢନ୍ତୁ

ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ
ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଗୁଜୁରାଟର ସୁପ୍ରୀତ କେମିକାଲ୍ସ ପ୍ରାଇଭେଟ ଲିମିଟେଡରେ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ସକାଳୁ ନିଆଁ ଲାଗିଥିବାରୁ ସୁଚନା ରହିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଭାପି GIDCରେ ସୁପ୍ରୀତ କେମିକାଲ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀରେ ଆଜି ସକାଳୁ ପ୍ରାୟ 7 ଟାରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ସ୍ଥାନୀୟ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ କମ୍ପାନୀରେ ରାସାୟନିକ ପଦାର୍ଥ ଅଧିକ ବ୍ୟବହୃତ ହେଉଥିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା । କେଉଁ କାରଣରୁ କମ୍ପାନୀରେ ନିଆଁ ଲାଗିଲା ଏହାର କାରଣ ଜଣା ପଡିନାହିଁ । ଏହି ଭୟଙ୍କର ଅଗ୍ନିକାଣ୍ଡରେ କୌଣସି ପ୍ରାଣହାନୀ ଘଟିଥିବାର ସୂଚନା ମିଳିନାହିଁ ।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଭାପି ମ୍ୟୁନିସିପାଲିଟି କର୍ପୋରେସନର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ସତର୍କତା ଅବଲମ୍ବନ କରି ପୋଲିସ ଆଖପାଖ ଅଞ୍ଚଳକୁ ସିଜ କରିଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କମ୍ପାନୀର ମ୍ୟାନେଜର କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ବହୁତ କ୍ଷତି ହୋଇଛି । କିନ୍ତୁ ଯେପର୍ଯ୍ୟନ୍ତ ନିଆଁ ସଂପୂର୍ଣ୍ଣ ନିୟନ୍ତ୍ରିତ ନ ହୋଇଛି, ସେ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣା ପଡିପାରିବ ନାହିଁ । ସୁପ୍ରୀତ କେମିକାଲରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ କର୍ମଚାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳେ କମ୍ପାନୀରେ ହଠାତ ବିସ୍ଫୋରଣ ଭଳି ଶବ୍ଦ ଶୁଣାଗଲା, ଯାହା ପରେ ନିଆଁ ଅଧିକ ବ୍ୟାପିବାରୁ ସ୍ଥାନୀୟ ଅଞ୍ଚଳ ଧୂଆଁଳିଆ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.