ETV Bharat / bharat

'ସଂଘୀୟ ଢାଞ୍ଚାରେ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ-ମୋଦି'

author img

By

Published : May 17, 2021, 8:01 PM IST

Updated : May 17, 2021, 10:14 PM IST

ସାରା ଦେଶରେ ମହାମାରୀର ଲଢେଇକୁ ନେଇ କିଏ ପ୍ରଧାନମନ୍ତ୍ରୀକୁ ସମାଲୋଚନା କରୁଛି ତ କିଏ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଛି । ଏ ଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି । ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିଏମ ମୋଦି ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ...

union ministeres smriti zubin irani
'ସଂଘୀୟ ଢାଞ୍ଚାରେ ଉଦାହରଣ ସୃଷ୍ଟି କିରଛନ୍ତି ନବୀନ-ପିଏମ ମୋଦି'

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ଭାଇରସର ଦ୍ବିତୀୟ ପର୍ଯ୍ୟାୟ ଲାଗି ରହିଛି । ସାରା ଦେଶରେ ମହାମାରୀର ଲଢେଇକୁ ନେଇ କିଏ ପ୍ରଧାନମନ୍ତ୍ରୀକୁ ସମାଲୋଚନା କରୁଛି ତ କିଏ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଛି । ଏ ଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ର ରାଜ୍ୟ ମଧ୍ୟରେ ସଂଘୀୟ ଢାଞ୍ଚାରେ କିଭଳି କାର୍ଯ୍ୟ କରନ୍ତି ତାହା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦେଶର ପିଏମ ମୋଦି ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରିଛନ୍ତି ।

union ministeres smriti zubin irani
'ସଂଘୀୟ ଢାଞ୍ଚାରେ ଉଦାହରଣ ସୃଷ୍ଟି କିରଛନ୍ତି ନବୀନ-ମୋଦି'

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କି ଭଳି ସମନ୍ବୟ ରକ୍ଷା କରାଯାଏ ତାହା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କିରଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ ନେଇ ଏକ ଘଟଣାକୁ ମନେ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଏମ ମୋଦିଙ୍କୁ ଯୋଗାଯୋଗ କରି ମେଡିକାଲ ଟେଷ୍ଟ କିଟର ଜରୁରୀ ଆବଶ୍ୟକତାକୁ ଦେଖି ତୁରନ୍ତ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ମହାରାଷ୍ଟ୍ରର ପୁନେ,ନାସିକ କିମ୍ବା ମୁ୍ମ୍ବାଇର ଏୟାରପୋର୍ଟକୁ ଜରୁରୀ ବ୍ୟବହାର ପାଇଁ ଖୋଲି ତୁରନ୍ତ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଏହା ସହ ବାୟୁସେନା ହେଲିକ୍ୟାପ୍ଟର ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ପିଏମ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା । ସମସ୍ତ ପ୍ରକାରର ଅଫିସିଆଲ କାର୍ଯ୍ୟ କରାଯାଇ ତୁରନ୍ତ ନାସିକ ଏୟାରପୋର୍ଟକୁ ଖୋଲାଯାଇଥିଲା ଏବଂ ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ 6 ଘଣ୍ଟା ମଧ୍ୟରେ ମେଡିକାଲ ଟେଷ୍ଟ କିଟ ଓ ସାମଗ୍ରୀ ତୁରନ୍ତ ଭୁବନେଶ୍ବର ପଠାଯାଇଥିଲା ।

ବର୍ତ୍ତମାନ ଦେଶର ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳଗୁଡିକ କୋରୋନା ମହାମାରୀକୁ ନେଇ ପିଏମ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଦେଶର ସଂଘୀୟ ଢାଞ୍ଚାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିବାବେଳେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି । କୋରୋନା ମହାମାରୀକୁ ନେଇ ହୋଇଥିବା ଏକ ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପିଏମ ମୋଦିଙ୍କୁ ମନ କି ବାତ କହିଛନ୍ତି ବୋଲି କହିଥିଲେ । ସେପଟେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସମ୍ପର୍କକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘୀୟ ଢାଞ୍ଚାର ମୂଳମନ୍ତ୍ରକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟର ଥିବା ଦାୟିତ୍ବ ତୁଲାଉଛନ୍ତି ଯାହା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 17, 2021, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.