ETV Bharat / bharat

ଘରକୁ ଯିବାକୁ ବନ୍ଦ ହୋଇଗଲା ରାସ୍ତା, ଜିଲ୍ଲାପାଳଙ୍କୁ ହେଲିକପ୍ଟର ମାଗିଲେ ଚାଷୀ

ଘରକୁ ଯିବାକୁ ରାସ୍ତା ନଥିବାରୁ ଜିଲ୍ଲାପାଳଙ୍କୁ ହେଲିକପ୍ଟର ମାଗିଲେ ଚାଷୀ । ହାତରେ ହେଲିକପ୍ଟର ଖେଳଣା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣା ଦେବାପରେ ମିଳିଲା ଅନୁମତି । ଅଧିକ ପଢ଼ନ୍ତୁ

ନିଜ ଘର ଭିତରକୁ ପ୍ରବେଶ ପାଇଁ ମାଗିଲେ ହେଲିକେପ୍ଟର

author img

By

Published : Dec 13, 2022, 10:03 AM IST

ଚେନ୍ନାଇ :ଘରକୁ ଯିବା ପାଇଁ ବନ୍ଦ ହୋଇଗଲା ରାସ୍ତା, ଖେଳଣା ହେଲିକପ୍ଟର ଧରି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଚାଷୀ । ଶେଷରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ମାଗିଲେ ହେଲିକପ୍ଟର । ହେଲିକପ୍ଟରରେ ଉଡି ଘରକୁ ଯିବାକୁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଗୁହାରୀ କଲେ ତାମିଲନାଡୁର ଜଣେ ଚାଷୀ । ଶେଷରେ ଅନୁମତି ବି ଦେଇଛନ୍ତି ଜିଲ୍ଲାପାଳ ।

ଘଟଣାଥିଲା ଏମିତି

ଧର୍ମପୁରୀ ଜିଲ୍ଲା ଗଣେଶ ନାମକ ଜଣେ ଚାଷୀ । ସେ ବେନାଗରମରେ ରହୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଯିବାର ରାସ୍ତାକୁ ବନ୍ଦ କରିବା ସହ ପାଚେରୀ କରିଦେଇଛନ୍ତି । ଫଳରେ ଚାଷୀ ଜଣଙ୍କ ଦୀର୍ଘ ଚାରି ମାସ ହେଲା ଘରକୁ ଯାଇନପାରି ପରିବାର ସହ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ଏନେଇ ସେ ପୋଲିସ ଓ ରାଜସ୍ବ ବିଭାଗରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଫଳରେ ଚାଷୀ ଜଣଙ୍କ ଆଜି ପର୍ଯ୍ୟନ୍ତ ନିଜ ଘରକୁ ଯାଇ ପାରୁନଥିଲେ। ଏନେଇ ସେ ଧର୍ମପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ତାଙ୍କ ହେଲିକପ୍ଟର ଯୋଗେ ଘର ନିକଟରେ ପହଞ୍ଚିବାକୁ ଅନୁମତି ମାଗିଥିଲେ । ସମ୍ପୂର୍ଣ୍ଣ ଅଭିଯୋଗ ଜାଣିବା ପରେ ଜିଲ୍ଲାପାଳ ଚାଷୀ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଘରକୁ ଯିବା ପାଇଁ ଅନୁମତି ଦେଇଛନ୍ତି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.