ETV Bharat / bharat

ସେବା ପାଇଁ ବାହାଘର ଭାଙ୍ଗିଦେଲେ ମହିଳା ଡାକ୍ତର

author img

By

Published : May 11, 2021, 12:46 PM IST

ମହାମାରୀ ଯୋଗୁଁ ବିବାହ କରିବାକୁ ମନା କଲେ ନାଗପୁରର ମହିଳା ଡାକ୍ତର ଆପୋରଭା ମଙ୍ଗାଗିରି । ଅଧିକ ପଢନ୍ତୁ...

ସେବା ପାଇଁ ବିବାହ କରିବାକୁ ମନା କଲେ ମହିଳା ଡାକ୍ତର

ମୁମ୍ବାଇ: ଦେଶରେ କୋରୋନା ମହାମାରୀ ଏବେ ସଙ୍କଟ ଜନକ ପରିସ୍ଥିତି ଦେଇ ଗତି କରୁଛି । ଆଉ ଏହି ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ଡାକ୍ତର । ତେବେ ଡାକ୍ତର ମାନେ ଏବେ ମହାମାରୀ ବିରୋଧରେ ଲଢେଇ କରି ଲୋକମାନଙ୍କ ପାଇଁ ପାଲଟିଛନ୍ତି ଦେବଦୂତ । ଆଉ ସାଜିଛନ୍ତି ଫ୍ରଣ୍ଟ ଲାଇନ ଓ୍ବାର୍କର ।

ଏହିପରି ସଙ୍କଟ ପରିସ୍ଥିତିରେ ଜଣେ ଡାକ୍ତର ନିଜର ମହାନତାର ପରିଚୟ ଦେଇଛନ୍ତି । ନାଗପୁରର ଜଣେ ମହିଳା ଡାକ୍ତର ଆପୋରଭା ମଙ୍ଗାଗିରି ମହାମାରୀ ଯୋଗୁଁ ବିବାହ କରିବାକୁ ମନା କରିଦେଇଛନ୍ତି । ଯିଏକି ନାଗପୁରର ସେଣ୍ଟ୍ରାଲ ଇଣ୍ଡିଆ କାର୍ଡିଓଲୋଜି ହସପିଟାଲରେ ଡାକ୍ତର ଭାବରେ କାର୍ଯ୍ୟ କରନ୍ତି ।

ତେବେ ଗତ ମାସ 26 ତାରିଖରେ ବିବାହ କରିବାକୁ ଥିବା ବେଳେ କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିବାହକୁ ସ୍ଥଗିତ ରଖିବାକୁ ଶାଶୁଘର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ଶାଶୁଘର ଲୋକେ ଏହାକୁ ଅସ୍ବୀକାର କରିଥିଲେ । ଫଳରେ ଆପୋରଭା ବିବାହକୁ ଭାଙ୍ଗିବାକୁ ନିଷ୍ପତି ନେଇଥିଲେ ।

ମହାମାରୀ ସମୟରେ ଆମନ୍ତ୍ରଣକାରୀଙ୍କ ଜୀବନକୁ ବିପଦ ରହିଥିବାରୁ ଏହି ବିବାହକୁ ସ୍ଥଗିତ ରଖିବାକୁ ମୋ ଶାଶୁଘର ଲୋକଙ୍କୁ ଜଣାଇଥିଲି କିନ୍ତୁ ଏଥିରେ ସେମାନେ ସହମତି ପ୍ରକାଶ ନକରିବାରୁ ଶେଷରେ ମୋତେ ଏଭଳି ନିଷ୍ପତି ନେବାକୁ ପଡିଲା ବୋଲି କହିଛନ୍ତି ଆପୋରଭା । ଆପୋରଭାଙ୍କ ଏପରି ନିଷ୍ପତିକୁ ନେଇ ସମସ୍ତ ତାଙ୍କୁ ବେସ ପ୍ରଶଂସା କରୁଛନ୍ତି । ମହିଳା ଡାକ୍ତରାଣୀଙ୍କ ଏଭଳି କାମ କୋରୋନା ଓ୍ବାରିୟର୍ସ ସମାଜ ପାଇଁ ଆଦର୍ଶ ଓ ପ୍ରେରଣା ଦାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.