ETV Bharat / bharat

ବିଜୟୀ ହେଲେ ଷ୍ଟାଲିନ୍, ଜିଭ କାଟିଦେଲେ DMK ସମର୍ଥକ !

author img

By

Published : May 3, 2021, 8:01 PM IST

Updated : May 3, 2021, 8:09 PM IST

ଏମକେ ଷ୍ଟାଲିନଙ୍କ ପାଇଁ ଜିଭ କାଟିଦେଲେ ମହିଳା । ତାମିଲନାଡ଼ୁର ରାମନାଥପୁରମ ଜିଲ୍ଲାରେ ଦେଖିବାକୁ ମଳିଛି ଏଭଳି ଏକ ଘଟଣା । ଅଧିକ ପଢ଼ନ୍ତୁ...

ମାନସିକ କରିଥିଲେ, ବିଜୟ ପରେ ଜିଭ କାଟିଦିଲେ DMK ସମର୍ଥକ

ଚେନ୍ନାଇ: ଏମକେ ଷ୍ଟାଲିନଙ୍କ ପାଇଁ ଜିଭ କାଟି ଦେଲେ ମହିଳା । ତାମିଲନାଡ଼ୁର ରାମନାଥପୁରମ ଜିଲ୍ଲାରେ ଦେଖିବାକୁ ମଳିଛି ଏଭଳି ଏକ ଘଟଣା । ତାମିଲନାଡୁ଼ ବିଧାନସଭା ନିର୍ବାଚନରେ ଡିଏମକେ ସଭାପତି ଏମକେ ଷ୍ଟାଲିନ ବିଜୟୀ ହେବାପରେ ଏଭଲି କାଣ୍ଡ କରିଛନ୍ତି ମହିଳା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

10 ବର୍ଷ ପରେ ତାମିଲନାଡ଼ୁରେ ସରକାର ଗଠନ କରିବାକୁ ଯାଉଛି ଡିଏମକେ । ଡିଏମକେର ବିଜୟ ପାଇଁ ରାମନାଥପୁରମ ଜିଲ୍ଲାସ୍ଥିତ ମୁଥାଲମନ ମନ୍ଦିରରେ ମାନସିକ କରିଥିଲେ ବନିତା ନାମକ 32 ବର୍ଷୀୟା ମହିଳା । ତେବେ ଡିଏମକେ 156ଟି ବିଧାନସଭା ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ମତ ସାବ୍ୟସ୍ତ କରିଥିଲା । ଏହାପରେ ମହିଳା ଜଣକ ମୁଥାଲମନ ମନ୍ଦିରରେ ମାନସିକ ପୂରଣ କରିବାକୁ ନିଜ ଜିଭ କାଟି ଦେଇଥିଲେ। ମନ୍ଦିର ଖୋଲିନଥିବାରୁ ସେ ବାହାରେ ଛିଡ଼ା ହୋଇ ମନ୍ଦିର ଖୋଲିବା ଅପେକ୍ଷା ମଧ୍ୟ କରିଥିଲେ ।

ସ୍ଥାନୀୟ ଲୋକଙ୍କ ନଜରରେ ଏହି ଘଟଣା ପଡ଼ିବା ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାମିଲନାଡ଼ୁରେ ଗତ ଏକ ମାସ ମଧ୍ୟରେ ଏଭଳି ଘଟଣା ଦ୍ବିତୀୟ ଥର ଦେଖିବାକୁ ମିଳିଛି । ଏପ୍ରିଲ 4 ତାରିଖରେ ମଧ୍ୟ ଜଣେ ଡିଏମକେ କର୍ମୀ ନିର୍ବାଚନରେ ବିଜୟୀ ହେବାକୁ ମାନସିକ କରି ନିଜ ଆଙ୍ଗୁଠି କାଟି ଦେଇଥିଲେ ।

ଏହାପୂର୍ବରୁ ମଧ୍ୟ ତାମିଲନାଡୁ଼ରେ ଏଭଳି ଘଟଣା ବାରମ୍ବାର ଘଟିଛି । 2016 ରେ ତାମିଲନାଡ଼ୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ କିଛି ଲୋକ ଆତ୍ମାହୁତି ଦେଇଥିଲେ । ଖାଲି ସେତିକି ନୁହେଁ । ଜୟଲଳିତାଙ୍କ ଶାସନ ସମୟରେ ମଧ୍ୟ ଜଣେ ମହିଳା ନିଜ ଜିଭ କାଟି ଦେଇଥିଲେ । ସେହି ସମୟରେ ଜୟଲଳିତା ସଂପୃକ୍ତ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2021, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.