ETV Bharat / bharat

Presidential poll: ଗୁଜୁରାଟରେ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ

ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟ ଗସ୍ତ କରି ବିଜେପି ବିଧାୟକଙ୍କୁ ସହ କଲେ ଆଲୋଚନା NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

author img

By

Published : Jul 17, 2022, 9:18 PM IST

presidential poll: ମତଦାନର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟ ବିଜେପି ବିଧାୟକଙ୍କୁ ଭେଟିଲେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଗାନ୍ଧୀନଗର: ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ଦିନକ ପୂର୍ବରୁ ଗୁଜୁରାଟ ଗସ୍ତ କରିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ଆଜି (ରବିବାର) ମୁର୍ମୁ ଗୁଜୁରାଟ ବିଜେପି ବିଧାୟକଙ୍କୁ ଭେଟି ନିଜ ପ୍ରାର୍ଥୀତ୍ୱ ପାଇଁ ସମର୍ଥନ ଲୋଡିଛନ୍ତି । ମୁର୍ମୁ ଆଜି ଏକ ଚାଟାର୍ଡ ବିମାନରେ ଅହମ୍ମଦବାଦ ବିମାନ ବନ୍ଦରରେ ଅବତରଣ କରିଥିଲେ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ବିଜେପି ମୁଖ୍ୟ ସି.ଆର ପାଟିଲଙ୍କ ସମେତ ଅନ୍ୟ କିଛି ବିଜେପି ନେତା ତାଙ୍କୁ ସ୍ବାଗତ କରିଥିଲେ ।

ପରେ ମୁର୍ମୁ ଅହମ୍ମଦାବାଦର ଏକ ହୋଟେଲରେ ରାଜ୍ୟ ବିଜେପି ବିଧାୟକଙ୍କ ସହ ଆଲୋଚନା କରିଥିଲେ । 182 ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ 111 ବିଜେପି ବିଧାୟକ ରହିଛନ୍ତି । ଗତ ବୁଧବାର ନର୍ମଦା ଜିଲ୍ଲାର ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ମୁର୍ମୁ ଓ ବିଜେପି ବିଧାୟକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ପ୍ରବଳ ବର୍ଷା ହେତୁ ତାହାକୁ ସ୍ଥଗିତ ରଖାଯାଇଥିଲା । ଗସ୍ତ ପୁନଃସୂଚୀ ଅନୁସାରେ ମୁର୍ମୁ ଆଜି ଗୁଜୁରାଟରେ ପହଞ୍ଚିଛନ୍ତି ।

ବିଜୟୀ ହେବା ପାଇଁ ଏନଡିଏ ମେଣ୍ଟ ଆବଶ୍ୟକ କରୁଥିବା ଭୋଟ ଅତିକ୍ରମ କରିସାରିଛି । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଔପଚାରିକ ଭାବେ ଏକାଧିକ ରାଜ୍ୟ ଗସ୍ତ କରି ନିଜ ସପକ୍ଷରେ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି ମୁର୍ମୁ । ତେବେ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଶେଷ ରାଜ୍ୟ ଭାବେ ଗୁଜୁରାଟରେ ପହଞ୍ଚିଛନ୍ତି ମୁର୍ମୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.