ETV Bharat / bharat

ଅତିକ ଆଇନଜୀବୀ ବାସଭବନ ନିକଟରେ ବୋମା ବିସ୍ଫୋରଣ, ପୋଲିସର ତଦନ୍ତ ଆରମ୍ଭ

author img

By

Published : Apr 18, 2023, 10:29 PM IST

ଅତିକର ଆଇନଜୀବୀଙ୍କ ଘର ନିକଟରୁ ବୋମା ବିସ୍ଫୋରଣ । ତଦନ୍ତ ଆରମ୍ଭ କରି ପ୍ରକୃତ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ଅଧିକ ପଢନ୍ତୁ

Atiq Ahmed
Atiq Ahmed
ଅତିକ ଆଇନଜୀବୀ ବାସଭବନ ନିକଟରୁ ମିଳିଲା ବିସ୍ଫୋରଣ, ପୋଲିସର ତଦନ୍ତ ଆରମ୍ଭ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ହତ୍ୟାକାଣ୍ଡ ପରେ ପ୍ରୟାଗରାଜରେ ଅଶାନ୍ତି ଲାଗି ରହିଛି । ଗୋଟିଏ ପଟେ ଅତିକ ଶ୍ବଶୁର ଘର ଲୋକ ନିଜ ଘର ଛାଡ଼ି ପଳାଇଯାଇଥିବା ବେଳେ ସେପଟେ ଅତିକର ଆଇନଜୀବୀଙ୍କ ଘର ନିକଟରୁ ମିଳିଛି ଦେଶୀ ବୋମା । ଏହାପରେ ଆଇନଜୀବୀଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ଗୁଜବ ବ୍ୟାପିବାରେ ଲାଗିଛି । ହେଲେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା କିଛି ଅଲଗା ବୋଲି ଜଣାପଡ଼ିଛି ।

ପ୍ରୟାଗରାଜ ପୋଲିସ କହିଛି ଯେ ସହରର ଅଧିବାସୀ ହର୍ଷିତ ସୋନକର, ଆକାଶ ସିଂହ, ଛୋଟୁ , ରାନୁ ଓ ରୌନକ ଯାଦବଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାପରେ ମଙ୍ଗଳବାର ଅପରାହ୍ନ ସମୟରେ ହର୍ଷିତ ସୋନକର କଟରା ଗୋବର କଳି ନିକଟରେ ଆକାଶ ଉପରେ ଦେଶୀ ବୋମା ଫିଙ୍ଗିଥିଲା । ହେଲେ ସେ ଏହି ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଥିଲା । ଏହାପରେ ପୁରା ଗଳିରେ ଜୋରରେ ଶବ୍ଦ ସାଙ୍ଗକୁ ଭୀଷଣ ଧୂଆଁ ବ୍ୟାପିଥିଲା । ଏହି ଗଳି ନିକଟରେ ଅତିକର ଆଇନଜୀବୀ ଦୟାଶଙ୍କର ମିଶ୍ରାଙ୍କ ଘର ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- Atiq-Ashraf murder: ୟୁପି ପୋଲିସକୁ ନୋଟିସ ଜାରି କଲା NHRC

ଏହାପରେ ଅତିକର ଆଇନଜୀବୀଙ୍କ ଉପରେ ଆକ୍ରମଣ ହୋଇଥିବା ଗୁଜବ ବ୍ୟାପିଥିଲା । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏହାପରେ ପ୍ରକୃତ ଘଟଣା ସମ୍ପର୍କରେ ପୋଲିସ ସ୍ପଷ୍ଟ କରିଛି । ସୂଚନା ଥାଉ କି ଉମେଶ ପାଲ ହତ୍ୟା ଘଟଣାରେ ପୋଲିସ ଗ୍ୟାଙ୍ଗଷ୍ଟାର ଅତିକର ପୁଅ ଅସଦ ଓ ସୁଟର ଗୁଲାମର ଏନକାଉଣ୍ଟର କରିଥିଲା । ଏହାପରେ ଗତ ଶନିବାର ଅତିକ ଓ ଭାଇ ଅସଦକୁ ୩ଜଣ ଦୁର୍ବୃତ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ବେଶରେ ଆସି ହତ୍ୟା କରିଥିଲେ । ଅତିକ ଓ ଅଶ୍ରଫକୁ ମେଡିକାଲ ଚେକଅପ ପାଇଁ ନେଉଥିଲା ପୋଲିସ । ହତ୍ୟା ପରେ ସଙ୍ଗେ ସଙ୍ଗେ ଏହି ୩ ସୁଟରଙ୍କୁ ଗିରଫ କରିଥିଲା ପୋଲିସ ।

ହତ୍ୟାକାଣ୍ଡ ପରେ ପୋଲିସ ସାରା ରାଜ୍ୟରେ ୧୪୪ ଧାରା ଲାଗୁ କରିଥିଲା । ଏହାସହିତ ପ୍ରୟାଗରାଜରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା । ମଙ୍ଗଳବାର ମଧ୍ୟ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ମାମଲା ଶାନ୍ତ ପଡ଼ିଥିବା ବେଳେ ଏବେ ବୋମା ବିସ୍ଫୋରଣ ଘଟଣାକୁ ନେଇ ହଡ଼କମ୍ପ ସୃଷ୍ଟି ହୋଇଥିଲା । ମାତ୍ର ପୋଲିସ ପ୍ରକୃତ ଘଟଣା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.