ETV Bharat / bharat

ବାଥରୁମରେ ଗ୍ୟାସ ଗିଜରରୁ ବିଷାକ୍ତ ଗ୍ୟାସ ଲିକ, ଶ୍ବାସରୁଦ୍ଧ ହୋଇ ଦମ୍ପତିଙ୍କ ମୃତ୍ୟୁ !

ବାଥରୁମରେ ଗ୍ୟାସ ଗିଜରରୁ ଲିକ ହେଲା ବିଷାକ୍ତ ଗ୍ୟାସ । ଶ୍ବାସରୁଦ୍ଧ ହୋଇ ଦମ୍ପତିଙ୍କ ମୃତ୍ୟୁ ! ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ବାଥରୁମରେ ଗ୍ୟାସଲିକ କାରଣରୁ ଦମ୍ପତିଙ୍କ ମୃତ୍ୟୁ !

author img

By

Published : Jun 12, 2023, 10:03 PM IST

ବେଙ୍ଗାଲୁରୁ: ଗାଧୋଇବାକୁ ଯାଇଥିବା ବେଳେ ଗାଧୁଆଘରେ ଚାଲିଗଲା ନବଦମ୍ପତିଙ୍କ ଜୀବନ । କାରଣ ବାଥରୁମରେ ଲାଗିଥିବା ଗ୍ୟାସ ଗିଜରରୁ ଲିକ ହେଉଥିଲା ବିଷାକ୍ତ ଗ୍ୟାସ । କର୍ଣ୍ଣାଟକ ୟାଲାଙ୍କା ତାଲୁକର ଚିକକାଜାଲାର ତାରାବାନାହଲ୍ଲୀରେ ଏପରି ଏକ ଅଘଟଣରେ ନବଦମ୍ପତି ପ୍ରାଣ ହରାଇଛନ୍ତି । ଜୁନ୍ 10 ରେ ଘଟଣାଟି ଘଟିଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରାଥମିକ ଭାବେ ଗ୍ୟାସ ଲିକ କାରଣରୁ ଉଭୟ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ଗୁଣ୍ଡଲୁପେଟ ତାଲୁକର ଚନ୍ଦ୍ରଶେଖର ଏବଂ ବେଲଗାମ୍ ଜିଲ୍ଲାର ଗୋକାକ୍ ତାଲୁକର ସୁଧରାନୀ କିଛି ଦିନ ପୂର୍ବରୁ ପ୍ରେମ ବିବାହ କରିଥିଲେ । ସେମାନେ ବେଙ୍ଗାଲୁରୁର ୟାଲାଙ୍କାରେ ଏହି ଘରେ ରହୁଥିଲେ । ତେବେ ବାଥରୁମରେ ଲାଗିଥିବା ଗ୍ୟାସ ଗିଜରରୁ ବିଷାକ୍ତ ଗ୍ୟାସ କାର୍ବନ ମନୋକ୍ସାଇଡ୍ ଲିକ୍ ହୋଇଥିଲା । ଏହି ସମୟରେ ଉଭୟ ଚେତାଶୂନ୍ୟ ହୋଇପଡିଥିଲେ । ଘର ଓ ବାଥରୁମର କବାଟ ଝରକା ବନ୍ଦ ଥିବା କରଣରୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନଖିଲା । ପଡୋଶୀମାନେ ଏହା ଜାଣି ମଧ୍ୟ ପାରିନଥିଲେ । ହେଲେ ପରେ ପଡୋଶୀ ଏସମ୍ପର୍କରେ ସୂଚନା ପାଇଁ ଘର ଭିତରେ ପ୍ରବେଶ କରିବା ସହ ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ । ପୋଲିସକୁ ସୂଚନା ଦେବା ସହ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଉଭୟଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଉଭୟଙ୍କୁ ଉଦ୍ଧାର କରିବା ବେଳେ ଗାଧୁଆଘର ଭିତରେ କିଛି ଗ୍ୟାସ ଲିକ ହେଉଥିବାର ପଡୋଶୀ ମଧ୍ୟ ଦେଖିବାକୁ ପାଇଥିବା ପ୍ରକାଶ କରିଥିଲେ ।

ପୋଲିସ ହସ୍ପିଟାଲରେ ପହଞ୍ଚି ଦୁଇ ମୃତଦେହ ଜବତ କରିଥିଲା । ସେହିପରି ପୋଲିସର ଏକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏବେ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତି ଓ ଗ୍ୟାସ ସିଲିଣ୍ଡରକୁ ଦେଖି ଏହା ହିଁ ଅନମାନ କରାଯାଉଛି । ଗ୍ୟାସ ଲିକ ହେବା ଘଟଣା ପରେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଭିନ୍ନ ସମୟରେ ଘରେ ଜାଳେଣି ଗ୍ୟାସ ଲିକ ହେବା କାରଣରୁ ଅଗ୍ନିକାଣ୍ଡ ଘଟିଥିବାର ନଜିର ରହିଛି । ଏହି ଅଘଟଣ ମଧ୍ୟରେ ବିଷାକ୍ତ ଗ୍ୟାସ ମାମଲା ମଧ୍ୟ ରହିଛି । କିଛି ପରିତ୍ୟକ୍ତ କୂଅ ସଫେଇ ବେଳେ ବିଷାକ୍ତ ଗ୍ୟାସ ଜନିତ ମୃତ୍ୟୁ ମାମଲା ସର୍ବାଧିକ ଆସିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.