ETV Bharat / bharat

ଗଙ୍ଗାରେ ଡଙ୍ଗା ବୁଡି, 10 ନିଖୋଜ - ବିହାର ଡଙ୍ଗା ବୁଡି ଘଟଣା

ବିହାର ଗଙ୍ଗା ନଦୀରେ ଅଘଟଣ ହୋଇଛି । ଡଙ୍ଗା ବୁଡି 10 ଜଣ ନିଖୋଜ ଅଛନ୍ତି । ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

ଗଙ୍ଗାରେ ଡଙ୍ଗା ବୁଡି, 10 ନିଖୋଜ
ଗଙ୍ଗାରେ ଡଙ୍ଗା ବୁଡି, 10 ନିଖୋଜ
author img

By

Published : Sep 5, 2022, 8:39 AM IST

Updated : Sep 5, 2022, 2:25 PM IST

ପାଟନା: ବିହାର ଗଙ୍ଗା ନଦୀରେ ଅଘଟଣ । ଗଙ୍ଗାନଦୀରେ ଡଙ୍ଗା ବୁଡ଼ି ଯିବାରୁ ୧୦ ନିଖୋଜ ଅଛନ୍ତି ( A boat carrying people sank in the Ganga river) । ଶାହାପୁର ଥାନା ଦାନପୁର ନିକଟରେ ଡଙ୍ଗା ବୁଡ଼ିବାରୁ ଅଘଟଣ ଘଟିଛି । ଡଙ୍ଗାଟିରେ 50ରୁ 54 ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏନଡିଆଏଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତଙ୍କୁ ଉଦ୍ଧାର କରିବାକୁ 2ଟି ଡଙ୍ଗା ପଠାଯାଇଛି । ଶ୍ରମିକମାନେ କାମ ସାରି ଫେରୁଥିବା ଅଘଟଣ ଘଟିଥିବା କହିଛନ୍ତି ଦାନପୁର ଏସଡିଏମ ।

ଗଙ୍ଗାରେ ଡଙ୍ଗା ବୁଡି

ଦାନପୁର ଅଞ୍ଚଳ ଲୋକେ ପ୍ରତିଦିନ ଡଙ୍ଗାରେ ଗଙ୍ଗା ପାର୍‌ ହୋଇ ନଦୀର ଅପରପାର୍ଶ୍ୱକୁ କାମ କରିବାକୁ ଯାଆନ୍ତି । ଗତକାଲି ମଧ୍ୟ ସମାନ ଭାବେ ଏକ ଡଙ୍ଗାରେ ପ୍ରାୟ 50ରୁ 54 ଜଣ ଯାତ୍ରୀ କାମ କରିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ନଦୀ ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା ଫଳରେ ଏହି ଅଘଟଣ ଘଟିଛି । ଖବର ପାଇ ଶାହପୁର ଓ ମନେର ଥାନା ଅଧିକାରୀ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ସଙ୍ଗେ ସଙ୍ଗେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହେଲେ ଏବେ ବି ୧୦ରୁ ଅଧିକ ଲୋକଙ୍କ କୌଣସି ଖବର ମିଳିନାହିଁ । ବରିଷ୍ଠ ପୋଲିସ୍‌ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି ।

ଏହା ବି ପଢନ୍ତୁ...ମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତ

ମନେର ସିଓ ଦିନେଶ କୁମାର ସିଂହ କହିଛନ୍ତି, ''ଭୋର ସମୟ ପାଖାପାଖି 5ଟା 30ରେ ଡଙ୍ଗା ବୁଡି ଯିବା ନେଇ ଆମକୁ ଖବର ଆସିଥିଲା । ସଙ୍ଗେ ସଙ୍ଗେ ଏନଡିଆରଏଫ ଟିମ ସେଠାରେ ପହଞ୍ଚିଥିଲେ । ମୋଟ ଲୋକଙ୍କ ମଧ୍ୟରୁ 40ରୁ 42 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେବି 8ରୁ 10 ଜଣ ନିଖୋଜ ଅଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।''

Last Updated : Sep 5, 2022, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.