ETV Bharat / bharat

Raja Rajeshwari Temple: ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ଭିକ୍ଷୁକ ମହିଳା - ରାଜା ରାଜେଶ୍ବରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ଭିକ୍ଷୁକ ମହିଳା

କର୍ଣ୍ଣାଟକର ପୋଲାଲି ରାଜା ରାଜେଶ୍ବରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ଭିକ୍ଷୁକ ମହିଳା । ଅଧିକ ପଢନ୍ତୁ

Raja Rajeshwari Temple: ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ଭିକ୍ଷୁକ ମହିଳା

author img

By

Published : Apr 23, 2022, 7:48 PM IST

ବେଙ୍ଗାଲୁରୁ: ବ୍ୟକ୍ତିଙ୍କଠାରୁ ବ୍ୟକ୍ତି ସମସ୍ତେ ଭିନ୍ନ ଢଙ୍ଗରେ ଭଗବାନଙ୍କ ପ୍ରତି ନିଜ ଶ୍ରଦ୍ଧାର ଉପସ୍ଥାପନା କରନ୍ତି । କିଛି ଏହାକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିଥିବାବେଳେ ଅନ୍ୟ କିଛି ସର୍ବସମ୍ମୁଖରେ ନିଜ ଭକ୍ତିର ପ୍ରଦର୍ଶନ କରନ୍ତି । ହେଲେ ଏଠାରେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । କର୍ଣ୍ଣାଟକର କୁନଦପୁର ଗଙ୍ଗୋଲି ଅଞ୍ଚଳର ଜଣେ ଭିକ୍ଷୁକ ମହିଳା ପୋଲାଲି ରାଜା ରାଜେଶ୍ବରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିଛନ୍ତି । ସେ ଲୋକଙ୍କୁ ଭିକ୍ଷା ମାଗି ଅର୍ଥ ସଂଗ୍ରହ କରନ୍ତି । ହେଲେ ଭଗବାନଙ୍କ ପ୍ରତି ଥିବା ଶ୍ରଦ୍ଧା ଲାଗି ସେ ନିଜ କଷ୍ଟ ଅର୍ଜିତ ଧନକୁ ମନ୍ଦିରକୁ ଦାନ କରିଥିବା ଜଣାପଡ଼ିଛି ।

ପୋଲାଲି ରାଜା ରାଜେଶ୍ବରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ଭିକ୍ଷୁକ ମହିଳା

ଏହି ବୃଦ୍ଧା ଜଣକ ଏପରି କରି ମାଙ୍ଗାଲୋର ଅଞ୍ଚଳରେ ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ସେ ରାଜା ରାଜେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ପାଇଁ ଏହି ଅର୍ଥ ଦାନ କରିଛନ୍ତି । ଏହି ବୃଦ୍ଧାଙ୍କ ନାମ ଅଶ୍ବତମା(୮୦) ବୋଲି ଜଣାପଡ଼ିଛି । ସେ ମନ୍ଦିର ନିକଟରେ ବସି ଅର୍ଥ ମାଗିଥାଆନ୍ତି । ଏହି ଅର୍ଥକୁ ଶେଷରେ ସେ ମନ୍ଦିର ପାଇଁ ହିଁ ଦାନ କରିଛନ୍ତି । ସେ ଆୟପ୍ପା ସ୍ବାମୀଙ୍କ ଭକ୍ତ ଅଟନ୍ତି । ଅଧିକାଂଶ ସମୟ ସେ ଆୟପ୍ପା ସ୍ବାମୀଙ୍କ ନାମ ଜପ କରୁଥିବା ମଧ୍ୟ ଦେଖିବାକୁ ମିଳେ । ତାଙ୍କ ପରିବାର ଗରିବ ହୋଇଥିଲେ ମଧ୍ୟ ଏଥିପ୍ରତି ସେ ବ୍ୟସ୍ତ ହୋଇନଥାନ୍ତି ।

ପୋଲାଲି ମନ୍ଦିରରେ ବାର୍ଷିକ ଯାତ୍ରାରେ ମଧ୍ୟ ସେ ଭିକ୍ଷା ମାଗିଥାନ୍ତି । ଏହି ଅର୍ଥକୁ ସେ ପ୍ରତିଦିନ ଶୁକ୍ରବାର ମନ୍ଦିରକୁ ଦାନ କରନ୍ତି । ଗତ ବର୍ଷ ଉଦୁପିରେ ଥିବା ମନ୍ଦିରକୁ ମଧ୍ୟ ସେ ୫ ଲକ୍ଷ ଟଙ୍କା ଦାନ କରିଥିଲେ ବୋଲି ସୂଚନା ମିଳିଥିଲା । ଅର୍ଥଦାନ ପରେ ଏହାକୁ ଆବଶ୍ୟକ କରୁଥିବା ଲୋକଙ୍କୁ ଦାନ କରିବା ପାଇଁ ସେ ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ଟୋଲ ଗେଟ ନିକଟରେ ମଧ୍ୟ ସେ ଭିକ୍ଷା ମାଗିଥାନ୍ତି । ତନ୍ନୁର କାଞ୍ଚୁଗୋଡୁ ମନ୍ଦିରରୁ ସେ ୧.୫ ଲକ୍ଷ ଟଙ୍କା ଦାନ କରିଥିବାବେଳେ ସାବରୀମାଳା ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.